ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି

ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର କିଛିମାସ ତଳେ ଆଇଏସ୍‌ଓ ମାନ୍ୟତା ସହ କାୟାକଳ୍ପ ପୁରସ୍କାର ପାଇଥିଲା। ମାତ୍ର ସମ୍ପ୍ରତି ଏହି ସ୍ବାସ୍ଥ୍ୟକେନ୍ଦ୍ର ନାନା ସମସ୍ୟା ଏବଂ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ଅଭାବ ଥିବାବେଳେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଛି। ଏଠାରେ ମୋଟ ୧୦ଟି ଡାକ୍ତର ପଦବୀ ମଧ୍ୟରୁ ମେଡିସିନ୍‌, ସର୍ଜରି, ପେଡିଆଟ୍ରିକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ସେହିପରି ୧୧ ଷ୍ଟାଫନର୍ସ ପଦବୀ ମଧ୍ୟରୁ ୩ଟି ଏବଂ ୪ ସହାୟକ (ଆଟେଣ୍ଡାଣ୍ଟ) ସମେତ ଗୋଟିଏ ଫାର୍ମାସିଷ୍ଟ ପଦବୀ ଖାଲିପଡ଼ିଛି। ଫଳରେ ଉପଯୁକ୍ତ ସେବା ମିଳିପାରୁନାହିଁ। ରୋଗୀ ନିରାଶ ହୋଇ ଚିକିତ୍ସା ଲାଗି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।
ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ପଦବୀଗୁଡ଼ିକ ପୂରଣ ହୋଇପାରିଲା ନାହିଁ। ଏଥିଯୋଗୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସିବାକୁ ଅରାଜି ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାର୍ଶ୍ୱରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହିଛି। ତାହାକୁ ସଫେଇ କରାଯାଉନାହିଁ। ବଜାର ମୁଖ୍ୟ ପାଚେରିକୁ ଲାଗି ଲେବର ରୁମ୍‌ କାନ୍ଥଠାରୁ ମୁଖ୍ୟ ଗେଟ ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ଅନାବନା ଗୁଳ୍ମରେ ପରିପୂର୍ଣ୍ଣ ହୋଇଛି। ପାନୀୟଜଳ ଯନ୍ତ୍ର ପାଖରେ ପାନଛେପ, ଗୁଟ୍‌ଖା ଜରି ପଡ଼ିରହି ଅପରିଷ୍କାର ହୋଇଛି। ୧୦ ଜଣ ସିକ୍ୟୁରିଟି ଗାର୍ଡ ୨୪ ଘଣ୍ଟା ଧରି ଡ୍ୟୁଟି କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଖାଲି ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି।

 

ମେଡିକାଲ ଅଫିସର ପୋଷ୍ଟ କ୍ଲାସ୍‌-୧ ର଼୍ୟାଙ୍କର ହୋଇଥିବାବେଳେ ଏହା କେଉଁ ଆଧାରରେ ବର୍ତ୍ତମାନର ମେଡିକାଲ ଅଫିସରଙ୍କୁ ଦିଆଯାଇଛି ତାହା ବୁଝାପଡୁନାହିଁ। ଅନେକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏହାର ତଦନ୍ତ କରାଯାଉ।
-ଦେବେନ୍ଦ୍ର ମହାପାତ୍ର,
ପୂର୍ବତନ ସରପଞ୍ଚ
ପରିଚାଳନା ପ୍ରତି ଧ୍ୟାନ ଦିଆଗଲେ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ପୁଣି ସମସ୍ତଙ୍କ ଭରସା ପାଲଟିବ।
– ଅଞ୍ଜନ କୁମାର ହୋତା,
ଆଇନଜୀବୀ
ସମସ୍ତ ବିଭାଗରେ ବିଶେଷଜ୍ଞ ରହିବା ନିହାତି ଆବଶ୍ୟକ। ରୋଗୀ କଲ୍ୟାଣ ସମିତିର ବୈଠକ ନିୟମିତ ବସିବା ଉଚିତ।
– ଦୀପକ ଶତପଥୀ, ସାମାଜିକ କର୍ମୀ
ସ୍ବାସ୍ଥ୍ୟକେନ୍ଦ୍ର ସୁପରିଚାଳନା ପାଇଁ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସହ ସମସ୍ତ ପଦବୀ ପୂରଣ ଏବଂ ଉପକରଣ କାର୍ଯ୍ୟକ୍ଷମ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବୁ।
-ରାମଚନ୍ଦ୍ର ମହାନ୍ତି,
ରୋଗୀ କଲ୍ୟାଣ ସମିତି ସଦସ୍ୟ
ଆଗାମୀ ଦିନରେ ବିଭାଗୀୟ ମୁଖ୍ୟଙ୍କ ସହ ଆଲେଚନା କରି ଏହି ସବୁ ସମସ୍ୟର ସମାଧାନ ପାଇଁ ପଦକ୍ଷେପ ନିଆଯିବ।
– ଡା. ସୁଜାତା ମିଶ୍ର,
ଜିଲା ମୁଖ୍ୟ ଚିକିତ୍ସାଧିକାରୀ
ଏଠାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବ୍ୟତୀତ ଅନ୍ୟ କୌଣସି ବିଭାଗର ବିଶେଷଜ୍ଞ ନାହାନ୍ତି। ଡାକ୍ତରଖାନାକୁ କୌଣସି ରୋଗୀ ଯାଉନାହାନ୍ତି କି ହସ୍ପିଟାଲରେ ରୋଗୀ ରହୁ ନାହାନ୍ତି। ଅନ୍ୟପକ୍ଷେ ମେଡିକାଲକୁ ଆସୁଥିବା ପରିଚାଳନାଗତ ଅର୍ଥକୁ ବାଟମାରଣା କରାଯାଉଛି। ଏହାର ତଦନ୍ତ କରାଯିବା ଆବଶ୍ୟକ।
-ସୁଶାନ୍ତ କୁମାର ରଥ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri