ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି

ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର କିଛିମାସ ତଳେ ଆଇଏସ୍‌ଓ ମାନ୍ୟତା ସହ କାୟାକଳ୍ପ ପୁରସ୍କାର ପାଇଥିଲା। ମାତ୍ର ସମ୍ପ୍ରତି ଏହି ସ୍ବାସ୍ଥ୍ୟକେନ୍ଦ୍ର ନାନା ସମସ୍ୟା ଏବଂ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ଅଭାବ ଥିବାବେଳେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଛି। ଏଠାରେ ମୋଟ ୧୦ଟି ଡାକ୍ତର ପଦବୀ ମଧ୍ୟରୁ ମେଡିସିନ୍‌, ସର୍ଜରି, ପେଡିଆଟ୍ରିକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ସେହିପରି ୧୧ ଷ୍ଟାଫନର୍ସ ପଦବୀ ମଧ୍ୟରୁ ୩ଟି ଏବଂ ୪ ସହାୟକ (ଆଟେଣ୍ଡାଣ୍ଟ) ସମେତ ଗୋଟିଏ ଫାର୍ମାସିଷ୍ଟ ପଦବୀ ଖାଲିପଡ଼ିଛି। ଫଳରେ ଉପଯୁକ୍ତ ସେବା ମିଳିପାରୁନାହିଁ। ରୋଗୀ ନିରାଶ ହୋଇ ଚିକିତ୍ସା ଲାଗି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।
ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ପଦବୀଗୁଡ଼ିକ ପୂରଣ ହୋଇପାରିଲା ନାହିଁ। ଏଥିଯୋଗୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସିବାକୁ ଅରାଜି ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାର୍ଶ୍ୱରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହିଛି। ତାହାକୁ ସଫେଇ କରାଯାଉନାହିଁ। ବଜାର ମୁଖ୍ୟ ପାଚେରିକୁ ଲାଗି ଲେବର ରୁମ୍‌ କାନ୍ଥଠାରୁ ମୁଖ୍ୟ ଗେଟ ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ଅନାବନା ଗୁଳ୍ମରେ ପରିପୂର୍ଣ୍ଣ ହୋଇଛି। ପାନୀୟଜଳ ଯନ୍ତ୍ର ପାଖରେ ପାନଛେପ, ଗୁଟ୍‌ଖା ଜରି ପଡ଼ିରହି ଅପରିଷ୍କାର ହୋଇଛି। ୧୦ ଜଣ ସିକ୍ୟୁରିଟି ଗାର୍ଡ ୨୪ ଘଣ୍ଟା ଧରି ଡ୍ୟୁଟି କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଖାଲି ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି।

 

ମେଡିକାଲ ଅଫିସର ପୋଷ୍ଟ କ୍ଲାସ୍‌-୧ ର଼୍ୟାଙ୍କର ହୋଇଥିବାବେଳେ ଏହା କେଉଁ ଆଧାରରେ ବର୍ତ୍ତମାନର ମେଡିକାଲ ଅଫିସରଙ୍କୁ ଦିଆଯାଇଛି ତାହା ବୁଝାପଡୁନାହିଁ। ଅନେକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏହାର ତଦନ୍ତ କରାଯାଉ।
-ଦେବେନ୍ଦ୍ର ମହାପାତ୍ର,
ପୂର୍ବତନ ସରପଞ୍ଚ
ପରିଚାଳନା ପ୍ରତି ଧ୍ୟାନ ଦିଆଗଲେ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ପୁଣି ସମସ୍ତଙ୍କ ଭରସା ପାଲଟିବ।
– ଅଞ୍ଜନ କୁମାର ହୋତା,
ଆଇନଜୀବୀ
ସମସ୍ତ ବିଭାଗରେ ବିଶେଷଜ୍ଞ ରହିବା ନିହାତି ଆବଶ୍ୟକ। ରୋଗୀ କଲ୍ୟାଣ ସମିତିର ବୈଠକ ନିୟମିତ ବସିବା ଉଚିତ।
– ଦୀପକ ଶତପଥୀ, ସାମାଜିକ କର୍ମୀ
ସ୍ବାସ୍ଥ୍ୟକେନ୍ଦ୍ର ସୁପରିଚାଳନା ପାଇଁ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସହ ସମସ୍ତ ପଦବୀ ପୂରଣ ଏବଂ ଉପକରଣ କାର୍ଯ୍ୟକ୍ଷମ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବୁ।
-ରାମଚନ୍ଦ୍ର ମହାନ୍ତି,
ରୋଗୀ କଲ୍ୟାଣ ସମିତି ସଦସ୍ୟ
ଆଗାମୀ ଦିନରେ ବିଭାଗୀୟ ମୁଖ୍ୟଙ୍କ ସହ ଆଲେଚନା କରି ଏହି ସବୁ ସମସ୍ୟର ସମାଧାନ ପାଇଁ ପଦକ୍ଷେପ ନିଆଯିବ।
– ଡା. ସୁଜାତା ମିଶ୍ର,
ଜିଲା ମୁଖ୍ୟ ଚିକିତ୍ସାଧିକାରୀ
ଏଠାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବ୍ୟତୀତ ଅନ୍ୟ କୌଣସି ବିଭାଗର ବିଶେଷଜ୍ଞ ନାହାନ୍ତି। ଡାକ୍ତରଖାନାକୁ କୌଣସି ରୋଗୀ ଯାଉନାହାନ୍ତି କି ହସ୍ପିଟାଲରେ ରୋଗୀ ରହୁ ନାହାନ୍ତି। ଅନ୍ୟପକ୍ଷେ ମେଡିକାଲକୁ ଆସୁଥିବା ପରିଚାଳନାଗତ ଅର୍ଥକୁ ବାଟମାରଣା କରାଯାଉଛି। ଏହାର ତଦନ୍ତ କରାଯିବା ଆବଶ୍ୟକ।
-ସୁଶାନ୍ତ କୁମାର ରଥ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?