ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଫାଟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଏବେ ଫାଟ ଦେଖିବାକୁ ମିଳିଛି। ଏକାଥରକେ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି ଓ ସହସମ୍ପାଦକ ସମେତ ୪ଜଣ ଇସ୍ତଫା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ଭାବେ ସମ୍ପାଦକ ସମୀର ସାହୁ, କାର୍ଯ୍ୟକାରୀ ସଭାପତି ସରୋଜ ପଣ୍ଡା, ଉପସଭାପତି ଜଲି ପରାଭୋଇ ଓ ସହସମ୍ପାଦକ ରଶ୍ମିତା ଶବର ପ୍ରମୁଖ ମାର୍ଚ୍ଚ ୧୩ ତାରିଖରେ ଘରୋଇ ଅସୁବିଧା କିମ୍ବା ଅନ୍ୟ କୌଣସି ଅସୁବିଧାରୁ ନିଜ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ଇସ୍ତଫାପତ୍ର ଆଜି ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନ ଥିବା ଜଣାପଡିଛ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ଅଞ୍ଚଳରେ ଖେଳର ବିକାଶ ଓ ବହୁ ମାତ୍ରାରେ ଜିଲାସ୍ତରୀୟ, ରାଜ୍ୟସ୍ତରୀୟ ତଥା ଅନ୍ତର୍ଜାତିକ ଖେଳାଳି ସୃଷ୍ଟି କରିବା ପାଇଁ ଜୁନାଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ କ୍ରିକେଟ ଷ୍ଟାଡିୟମ ପରିସରରେ ଅଢେଇ କୋଟିରୁ ଊଦ୍ଧର୍‌ବ ଟଙ୍କାରେ ଉଡେନ ସିନ୍ଥେଟିକ ବ୍ୟାଡମିଣ୍ଟନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିରେ ଏକା ସାଙ୍ଗରେ ୩ଟି ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇପାରିବ। ଏହି ବ୍ୟାଡମିଣ୍ଟନ ଆସୋସିଏଶନ ସଭାପତି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଅଛନ୍ତି। ଗତ ଏକ ବର୍ଷ ହେବ କୌଣସି ମିଟିଂ କିମ୍ବା କୌଣସି ଟୁର୍ନାମେଣ୍ଟ ହୋଇନାହିଁ। ଫଳରେ ଅନେକ ଖେଳାଳିଙ୍କୁ କିଛି ଶିଖିବାକୁ ମିଳୁନାହିଁ। ଅନେକ ଖେଳାଳି କେବଳ ଶରୀରକୁ ଫିଟ ରଖିବା ଭଳି ବ୍ୟାୟାମ କରି ଚାଲିଯାଉଛନ୍ତି। କିଛି ସଭ୍ୟ ଅଛନ୍ତି ନିଜ ନିଜକୁ ସୁହାଇଲା ଭଳି କାମ କରୁଛନ୍ତି। କମିଟି ନିର୍ଦ୍ଦେଶ ମଧ୍ୟ ପାଳନ କରୁନାହାନ୍ତି। ଏ ନେଇ ସଭାପତି ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। କୋଟି କୋଟି ଟଙ୍କାରେ ଇନ୍‌ଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥଲେ ସୁଦ୍ଧା ଇଛାଶକ୍ତି ଅଭାବରୁ କୌଣସି ଟୁର୍ନାମେଣ୍ଟ ନ ହେବା ଖେଳାଳିଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସେହିଭଳି ଏହାର ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁନାହିଁ। ଏଥିରେ ଲାଗିଥିବା କିଛି ବିଦ୍ୟୁତ୍‌ ବଲ୍‌ ମଧ୍ୟ ଖରାପ ହୋଇଗଲାଣି। ତାହା ମଧ୍ୟ ଲାଗି ପାରୁନାହିଁ। ଏ ନେଇ ସମ୍ପାଦକ ସମୀର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ବ୍ୟକ୍ତିଗତ ଭାବେ ମୋ ପରିବାରକୁ ସମୟ ଦେଇ ପାରୁ ନ ଥିବା ଯୋଗୁ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri