ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଖଡ଼ିଆଳ,୩।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ତୁକୁଲା ଗ୍ରାମପଞ୍ଚାୟତ ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକରେ ଚାଲୁଥିବା ଜଣାପଡ଼ିଛି। ଜିଲାର ଅନେକ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ତୁକୁଲା ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ। ୧୯୯୨ରେ ସ୍ଥାପିତ ଏହି ବିଦ୍ୟାଳୟ ସରକାରଙ୍କ ଅନୁଦାନପ୍ରାପ୍ତ ହେବା ପରଠୁ ଷଷ୍ଠ ଓ ସପ୍ତମ ୨ଟି ଶ୍ରେଣୀ ପାଠପଢା ଚାଲିଛି। ବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ କେବଳ ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲୁଛି। କିଛିଦିନ ପୂର୍ବେ ଜଣେ ଶିକ୍ଷକଙ୍କୁ ଡେପୁଟେସନ ଦେଇ ପୁଣି ତାଙ୍କୁ ନେଇଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ୨ଟି ଶ୍ରେଣୀରେ ୪୭ଜଣ ଛାତ୍ରୀଛାତ୍ର ଥିବା ବେଳେ ଜଣେ ଶିକ୍ଷକ ଅଫିସ କାମ ସହ ଅନ୍ୟ କାମ କରୁଛନ୍ତି। ଏପରି ସ୍ଥଳେ ପାଠପଢା କିଭଳି ହେଉଥିବ ତାହା ସହଜେ ଅନୁମେୟ। ଜଣେ ଶିକ୍ଷକ କିଛି ସମୟ ଷଷ୍ଠ ଶ୍ରେଣୀ ଏବଂ କିଛି ସମୟ ସପ୍ତମ ଶ୍ରେଣୀକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଥାନ୍ତି। ଏଥିରେ ପ୍ରତେକ ବର୍ଷ ପାଠ୍ୟ ଖସଡ଼ା ଅଧାରେ ରହିବା ସ୍ବାଭାବିକ। ଏହି ବିଦ୍ୟାଳୟରେ ବିଶେଷ କରି ଗରିବ ଓ ଦଳିତ ସମ୍ପ୍ରଦାୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାରୁ ସରକାର ଏବଂ ଜିଲା ଶିକ୍ଷା ବିଭାଗ ଧ୍ୟାନ ଦେଉନାହାନ୍ତି ବୋଲି ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ଅଭିଯୋଗ କରିିଛନ୍ତି। ଏବାବଦରେ ଖଡ଼ିଆଳ ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାଥ ପତିଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟରେ ଯଥାଶୀଘ୍ର ଶିକ୍ଷକ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। କେବଳ ଶିକ୍ଷକ ସମସ୍ୟା ନୁହଁ, ବିଦ୍ୟାଳୟ ଯିବା ରାସ୍ତା ମଧ୍ୟ ଦୟନୀୟ ହୋଇପଡିଛି। ରାସ୍ତାରେ ପାଣି ଜମି କାଦୁଅ ପଚପଚ ହୋଇଛି। ଅନୁଦାନପ୍ରାପ୍ତ ଏହି ସ୍କୁଲର ୪୭ ଜଣ ଛାତ୍ରୀଛାତ୍ରଙ୍କ ସମେତ ଆଉ ଏକ ପ୍ରାଥମିକ ବିଦ୍ୟାଳୟର ୮୪ଜଣ ଛାତ୍ରୀଛାତ୍ର ଏହି କାଦୁଅ ରାସ୍ତାରେ ଯିବା ଆସିବା କରନ୍ତି। ଅନେକ ସମୟରେ ରାସ୍ତାରେ ପଡି ଯାଆନ୍ତି ବୋଲି ସେମାନେ କହନ୍ତି। ପାଣି ନିଷ୍କାସନ ସୁବିଧା ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି। ଏ ନେଇ ବିଡିଓ ବୀରସେନ ବେହେରାଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ଅଛନ୍ତି ଓ ମେ ମାସ ସୁଦ୍ଧା ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?