ଷଷ୍ଠ, ସପ୍ତମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଖଡ଼ିଆଳ,୩।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ତୁକୁଲା ଗ୍ରାମପଞ୍ଚାୟତ ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକରେ ଚାଲୁଥିବା ଜଣାପଡ଼ିଛି। ଜିଲାର ଅନେକ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ତୁକୁଲା ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ। ୧୯୯୨ରେ ସ୍ଥାପିତ ଏହି ବିଦ୍ୟାଳୟ ସରକାରଙ୍କ ଅନୁଦାନପ୍ରାପ୍ତ ହେବା ପରଠୁ ଷଷ୍ଠ ଓ ସପ୍ତମ ୨ଟି ଶ୍ରେଣୀ ପାଠପଢା ଚାଲିଛି। ବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ କେବଳ ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲୁଛି। କିଛିଦିନ ପୂର୍ବେ ଜଣେ ଶିକ୍ଷକଙ୍କୁ ଡେପୁଟେସନ ଦେଇ ପୁଣି ତାଙ୍କୁ ନେଇଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ୨ଟି ଶ୍ରେଣୀରେ ୪୭ଜଣ ଛାତ୍ରୀଛାତ୍ର ଥିବା ବେଳେ ଜଣେ ଶିକ୍ଷକ ଅଫିସ କାମ ସହ ଅନ୍ୟ କାମ କରୁଛନ୍ତି। ଏପରି ସ୍ଥଳେ ପାଠପଢା କିଭଳି ହେଉଥିବ ତାହା ସହଜେ ଅନୁମେୟ। ଜଣେ ଶିକ୍ଷକ କିଛି ସମୟ ଷଷ୍ଠ ଶ୍ରେଣୀ ଏବଂ କିଛି ସମୟ ସପ୍ତମ ଶ୍ରେଣୀକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଥାନ୍ତି। ଏଥିରେ ପ୍ରତେକ ବର୍ଷ ପାଠ୍ୟ ଖସଡ଼ା ଅଧାରେ ରହିବା ସ୍ବାଭାବିକ। ଏହି ବିଦ୍ୟାଳୟରେ ବିଶେଷ କରି ଗରିବ ଓ ଦଳିତ ସମ୍ପ୍ରଦାୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାରୁ ସରକାର ଏବଂ ଜିଲା ଶିକ୍ଷା ବିଭାଗ ଧ୍ୟାନ ଦେଉନାହାନ୍ତି ବୋଲି ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ଅଭିଯୋଗ କରିିଛନ୍ତି। ଏବାବଦରେ ଖଡ଼ିଆଳ ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାଥ ପତିଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟରେ ଯଥାଶୀଘ୍ର ଶିକ୍ଷକ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। କେବଳ ଶିକ୍ଷକ ସମସ୍ୟା ନୁହଁ, ବିଦ୍ୟାଳୟ ଯିବା ରାସ୍ତା ମଧ୍ୟ ଦୟନୀୟ ହୋଇପଡିଛି। ରାସ୍ତାରେ ପାଣି ଜମି କାଦୁଅ ପଚପଚ ହୋଇଛି। ଅନୁଦାନପ୍ରାପ୍ତ ଏହି ସ୍କୁଲର ୪୭ ଜଣ ଛାତ୍ରୀଛାତ୍ରଙ୍କ ସମେତ ଆଉ ଏକ ପ୍ରାଥମିକ ବିଦ୍ୟାଳୟର ୮୪ଜଣ ଛାତ୍ରୀଛାତ୍ର ଏହି କାଦୁଅ ରାସ୍ତାରେ ଯିବା ଆସିବା କରନ୍ତି। ଅନେକ ସମୟରେ ରାସ୍ତାରେ ପଡି ଯାଆନ୍ତି ବୋଲି ସେମାନେ କହନ୍ତି। ପାଣି ନିଷ୍କାସନ ସୁବିଧା ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି। ଏ ନେଇ ବିଡିଓ ବୀରସେନ ବେହେରାଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ଅଛନ୍ତି ଓ ମେ ମାସ ସୁଦ୍ଧା ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ନିଖିଳ ଓଡ଼ିଶା ୬୬୨(+୨ ଓ +୩)ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ୪ଦଫା...

ବ।ରମ୍ବ।ର ବିଦ୍ୟୁତ ବିଭ୍ରାଟ ନେଇ ଉତ୍ତେଜନା: ୨ କର୍ମଚାରୀ ଅଟକ

ବଅଁରପାଳ,୨୩।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ବଉଳିଗଡ଼ ସଞ୍ଜପଡ଼ା ସମେତ ଆଖପାଖ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ନେଇ ଉତ୍ତେଜନା ଦେଖାଯାଇଛି। ଏ...

ଆବେଦନକୁ ବର୍ଷେ ବିତିଲା, ଚାଷୀଙ୍କୁ ମିଳୁନି କ୍ଷତିପୂରଣ

କୁଜଙ୍ଗ,୨ା୧(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ରାଜସ୍ବ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବହୁ ଚାଷୀ କ୍ଷୟକ୍ଷତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ୨୦୨୧ରେ ବାତ୍ୟା...

ବିପଦରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ ଅଫିସ,୨୩-୧୦:ଶ୍ରୀମନ୍ଦିର ଗର୍ଭଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ବିପଦରେ ରହିଛି ଗର୍ଭଗୃହ। ଏହାର କାନ୍ଥରେ ଫିମ୍ପି ଲାଗିଥିବାବେଳେ ଧଳାଛାପର ଚିହ୍ନ ମାଡ଼ିିଗଲାଣି। ଏପରି କି...

କାଜୁଆଲ୍‌ଟିରେ ପ୍ରସବ କଲେ ଅସହାୟ ମହିଳା

କଟକ ଅଫିସ, ୮।୧୧ : ଏସ୍‌ସିବି ମେଡିକାଲର କାଜୁଆଲ୍‌ଟିରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ତଃସତ୍ତ୍ବା ଜଣେ ଅସହାୟ ମହିଳା କଟକ-ଭୁବନେଶ୍ୱର ରାସ୍ତା କଡ଼ରେ...

ଜାତୀୟ ରାଜପଥ ମରଣଯନ୍ତା

ବାଲେଶ୍ୱର ଅଫିସ,୩୧ା୧୦: ଭଦ୍ରକ-ବାଲେଶ୍ୱର ସେକ୍‌ସନ ୧୬ନଂ. ଜାତୀୟ ରାଜପଥରେ ୬ ଥାକିଆ ରାସ୍ତା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ଚେନ୍ନାଇଠାରୁ କୋଲକାତାକୁ...

ଘର ଭାଙ୍ଗି ଧାନଚାଉଳ ଖାଇଗଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାରଠାରୁ ଏକ ଗୋଠଛଡ଼ା ଦନ୍ତାହାତୀ ସଦର ରେଞ୍ଜରୁ ପ୍ରବେଶ କରି ଉପଦ୍ରବ ଜାରି ରଖିଥିବା ଦେଖିବାକୁ ମିଳିଛି।...

ତାରାତାରିଣୀ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ : ହେବନି ମୁଣ୍ଡନ

ପୁରୁଷୋତ୍ତମପୁର,୧୬।୩(ଡି.ଏନ୍‌.ଏ.): କରୋନା ଲାଗି ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପ୍ରଶାସନ ଅଙ୍କୁଶ ଲଗାଇଛି। ମୁଣ୍ଡନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ...

Advertisement
Archives

Model This Week