ଆବେଲ ପୁରସ୍କାର-୨୩

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଅନ୍ତର୍ଜାତୀୟ ବିଶିଷ୍ଟ ପୁରସ୍କାର। ଏହାକୁ ନରଓ୍ବେ ସରକାର ସେହି ଦେଶର ବିଶିଷ୍ଟ ଗଣିତଜ୍ଞ ନିଲ୍ସ ହେନେରିକ୍‌ ଆବେଲଙ୍କ ନାମରେ ପ୍ରତିଷ୍ଠା କରିଛନ୍ତି। ୨୦୦୩ରୁ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଗଣିତଜ୍ଞଙ୍କୁ ଏହା ପ୍ରତିବର୍ଷ ପ୍ରଦାନ କରାଯାଉଛି। ଏହାକୁ ନୋବେଲ ପୁରସ୍କାର ମାନ୍ୟତା ଦିଆଯାଏ। ସୂଚନାଯୋଗ୍ୟ ଯେ, ଗଣିତ ପାଇଁ ନୋବେଲ ପୁରସ୍କାର ନାହିଁ।
ଚଳିତ ବର୍ଷ ପାଇଁ ବ୍ରାଜିଲର ଗଣିତଜ୍ଞ ଲୁଇସ୍‌ କାଫାରେଲିଙ୍କୁ ଆବେଲ ପୁରସ୍କାର ପ୍ରଦାନ କରାଯିବା ପାଇଁ ନରଓ୍ବେ ବିଜ୍ଞାନ ଏକାଡେମୀ ଘୋଷଣା କରିଛି। ଅରୈଖିକ ଆଂଶିକ ଅବିକଳ ସମୀକରଣର ନିୟମିତତା ତତ୍ତ୍ୱ ଏବଂ ମୋଙ୍ଗେ-ଆମ୍ପିୟର ସମୀକରଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭୌତିକ ପରି ଘଟଣାଗୁଡ଼ିକୁ ସହଜରେ ବୁଝି ହେବା ନିମିତ୍ତ ସେ ସମୀକରଣ ନିର୍ଣ୍ଣୟ କରିଛନ୍ତି। ଉଦାହରଣସ୍ବରୂପ ବରଫ ଗଳନ, ତରଳ ପଦାର୍ଥ ପ୍ରବାହ, ଜନସଂଖ୍ୟା ବୃଦ୍ଧି ଆଦିକୁ ବୁଝିବା ପାଇଁ ସେ କେତୋଟି ସମୀକରଣ ପ୍ରକାଶ କରିଛନ୍ତି। ଆମ ଶରୀରର ଧୀର ଓ ଶୃଙ୍ଖଳିତ ରକ୍ତ ସଞ୍ଚାଳନ ହେଉ କିମ୍ବା ପାହାଡ଼ିଆ ଝରଣାର ପ୍ରବଳ ସ୍ରୋତ ହେଉ, ତରଳ ପଦାର୍ଥର ଏହି ଆଚରଣକୁ ସମୀକରଣ ଆକାରରେ ପ୍ରକାଶ କରିବା ପାଇଁ ତାଙ୍କର ଅନେକ ଅବଦାନ ରହିଛି। ଇଞ୍ଜିନିୟର, ପାଣିପାଗ ବିଜ୍ଞାନୀ, ଜୀବ ବିଜ୍ଞାନୀ, ପଦାର୍ଥ ବିଜ୍ଞାନୀ ଆଦି ବିଜ୍ଞାନର ବିଭିନ୍ନ ଶାଖାର ବ୍ୟକ୍ତିମାନେ ତରଳ ପଦାର୍ଥର ଜଟିଳ ଆଚରଣ ସଂସ୍ପର୍ଶରେ ପ୍ରତିଦିନ ଆସିଥାଆନ୍ତି। କାଫାରେଲିଙ୍କ କାର୍ଯ୍ୟ ସେମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରିଛି।
ଆବେଲ କମିଟିର ଅଧ୍ୟକ୍ଷ ହେଲ୍‌ଗେ ହୋଲ୍‌ଡେନ୍‌ ପ୍ରକାଶ କରିଛନ୍ତି ଯେ, ”ଗଣିତ ହେଉଛି ସୁଇଜରଲାଣ୍ଡର ସାମରିକ ଛୁରି ଭଳି, ଯାହାକୁ ଅନେକ ସମସ୍ୟାରେ ପ୍ରୟୋଗ କରାଯାଇଥାଏ। ସେହିଭଳି କାଫାରେଲିଙ୍କ ଅନୁଯନ୍ତ୍ରତା ବା ତତ୍ତ୍ୱକୁ ଗଣିତ ଓ ପଦାର୍ଥ ବିଜ୍ଞାନର ଅନେକ ଅଙ୍କରେ ପ୍ରୟୋଗ କରାଯାଇଥାଏ। ଏଥିରେ ପ୍ରକୃତିକୁ ବୁଝାଇବା ପାଇଁ ସମୀକରଣ ଏବଂ ଅର୍ଥ ସମ୍ବନ୍ଧୀୟ ଗଣିତ ଅନ୍ତର୍ଭୁକ୍ତ ଅଛି।“
କାଫାରେଲି ଆର୍ଜେଣ୍ଟିନା ରାଜଧାନୀ ବୁଏନ୍‌ସ ଏରିସ୍‌ଠାରେ ୧୯୪୮ ଡିସେମ୍ବର ୮ରେ ଜନ୍ମଗ୍ରହଣ କରିଥିଲେ। ସେ ବୁଏନ୍‌ସ ଏରିସ୍‌ ବିଶ୍ୱବିଦ୍ୟାଳୟରୁ ୧୯୬୮ ମସିହାରେ ସ୍ନାତକୋତ୍ତର ଓ ୧୯୭୨ରେ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ୧୯୭୩ ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ସେଠାରେ ପ୍ରିନ୍‌ସଟନ୍‌ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍‌ସ ଷ୍ଟଡିଜ୍‌ ସମେତ କେତୋଟି ଅନୁଷ୍ଠାନରେ ଅଧ୍ୟାପନା କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟିନ୍‌ଠାରେ ଟେକ୍‌ସାସ୍‌ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପତ୍ନୀ ମାର୍ଟିନେଜ୍‌ ଗାମ୍ବା ହେଉଛନ୍ତି ଆର୍ଜେଣ୍ଟିନାର ଏବଂ ସେ ମଧ୍ୟ ଟେକ୍‌ସାସ୍‌ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଅଛନ୍ତି। ଆସନ୍ତା ମାସ ୨୩ ତାରିଖରେ ନରଓ୍ବେର ଓସଲେଠାରେ ତାଙ୍କୁ ପଦକ ଓ ୭୬ ନିୟୁତ ନରଓ୍ବେ କ୍ରୋନର (୭୦୦,୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଦକ୍ଷିଣ ଆମେରିକାର ପ୍ରଥମ ବ୍ୟକ୍ତି।
ଆଂଶିକ ଅବିକଳ ସମୀକରଣଗୁଡ଼ିକର ନିୟମିତତା ଉପରେ କାଫାରେଲିଙ୍କ କାର୍ଯ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏକାଧିକ ଚଳରାଶି ଥାଏ। ଗଣିତ ଓ ପଦାର୍ଥ ବିଜ୍ଞାନରେ ଏହି ସମୀକରଣଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଅଛି। କାଫେରେ ପ୍ରଥମେ ବରଫ ଗଳନର ନିୟମିତତାର ପ୍ରମାଣ ଦେଇଥିଲେ। ଖଣ୍ଡେ ବରଫ ଜଳରେ ପରିଣତ ହେଲେ ବରଫର ପୃଷ୍ଠ ପ୍ରାୟତଃ ମସୃଣ ରହିଥାଏ। ସେ ଏହାର ପ୍ରମାଣ ଗାଣିତିକ ସମୀକରଣ ଦ୍ୱାରା ୧୯୭୭ ମସିହାରେ ଦର୍ଶାଇଥିଲେ। ତାଙ୍କର ଏହି ଗବେଷଣା ଫଳକୁ ସୁଇଜରଲାଣ୍ଡର ଗଣିତଜ୍ଞ ତଥା ଫିଲ୍‌ଡ ପରଦ ବିଜେତା ଆଲେସିଓ ଫିଗାଲି ୨୦୨୧ ମସିହାରେ ଉନ୍ନତି କରିଥିଲେ।
କାଫାରେଲି ଗାଣିତିକ ପଦାର୍ଥ ବିଜ୍ଞାନର ଅନ୍ୟ ଭୌତିକ ପରି ଘଟଣାକୁ ମଧ୍ୟ ସମୀକରଣରେ ପ୍ରକାଶ କରିଥିଲେ। ତାହା ହେଉଛି ତରଳ ପଦାର୍ଥର ପ୍ରବାହ। ସେ ୧୯୮୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଲୁଇସ୍‌ ନିରେନବର୍ଗ ଏବଂ ରବର୍ଟ କୋନ୍‌ଙ୍କ ସହିତ ମିଶି ଏହି କାର୍ଯ୍ୟ କରିଥିଲେ। ସେମାନେ ଏହାକୁ ଆଂଶିକ ଭାବରେ ପ୍ରମାଣ କରିଥିଲେ। ଏହାର ସମ୍ପୂର୍ଣ୍ଣ ପ୍ରମାଣ ଏ ପର୍ଯ୍ୟନ୍ତ ଆସିନାହିଁ। ଏଥିପାଇଁ ଆମେରକାର କ୍ଲେ ଗଣିତ ଅନୁଷ୍ଠାନ ‘ସାତଟି ସହସ୍ରାବ୍ଦୀର ଅଙ୍କ’ ମଧ୍ୟରେ ଏହାକୁ ସ୍ଥାନ ଦେଇଛି ଏବଂ ଏହାକୁ ସମାଧାନ କରିବା ବ୍ୟକ୍ତିଙ୍କୁ ଏକ ନିୟୁତ ଡଲାର ପୁରସ୍କାର ଘୋଷଣା କରିଛି। ଏହା ‘ନେଭିୟର ଷ୍ଟ୍ରୋକ୍‌ସ ସମୀକରଣ’ ଭାବରେ ଜଣା।
କାଫାରେଲି ମୋଙ୍ଗେ-ଆମ୍ପିୟର ସମୀକରଣ ସମେତ ସମ୍ପୂର୍ଣ୍ଣ ରୂପେ ଅରୈଖିକ ଲିପ୍‌ଟିକାଲ୍‌ ଆଂଶିକ ଅବିକଳ ସମୀକରଣର ଅନେକ ନିୟମିତତା ଫଳରେ ବିକାଶ କରିଛନ୍ତି। ଜ୍ୟାମିତିରେ ଏହାର ଗୁରୁତ୍ୱ ଅଛି। ପଚାଶ ବର୍ଷରୁ ଅଧିକ ସମୟ ଧରି ସେ ଆଂଶିକ ଅବିକଳ ସମୀକରଣ ଉପରେ ଗବେଷଣା କରୁଛନ୍ତି ଏବଂ ଏହି କ୍ଷେତ୍ରରେ ସେ ହେଉଛନ୍ତି ଜଣେ ଅଗ୍ରଣୀ ଗଣିତଜ୍ଞ।
କାଫାରେଲି ୧୯୯୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ବିଜ୍ଞାନ ଏକାଡେମୀକୁ ଓ ୨୦୧୨ ମସିହାରେ ଆମେରିକା ଗଣିତ ସୋସାଇଟିକୁ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆର୍ଜେଣ୍ଟିନା, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର କେତୋଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଛନ୍ତି। ତାଙ୍କର କୃତିତ୍ୱ ପାଇଁ ତାଙ୍କୁ ଆମେରିକା ଗଣିତ ସୋସାଇଟିର ବୋଚେର ସ୍ମୃତି ପୁରସ୍କାର (୧୯୮୪), ସୁଇଡେନ୍‌ ବିଜ୍ଞାନ ଏକାଡେମୀର ରୋଲ୍‌ ସାକ୍‌ ପୁରସ୍କାର (୨୦୦୫), ଆମେରିକା ଗଣିତ ସୋସାଇଟିର ଲେରୋଏ ଷ୍ଟିଲେ ପୁରସ୍କାର (୨୦୦୯), ଇସ୍ରାଏଲ ଉଲ୍‌ଫ ଫାଉଣ୍ଡେଶନର ଉଲ୍‌ଫ ପୁରସ୍କାର (୨୦୧୭) ଏବଂ ହଂକଂର ସାଓ ପୁରସ୍କାର ଫାଉଣ୍ଡେଶନର ସାଓ ପୁରସ୍କାର (୨୦୧୮) ପ୍ରଦାନ କରାଯାଇଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?