Posted inଜାତୀୟ

ବିହାର ଏନ୍‌ଡିଏରେ ଫାଟ, ଟେନଶନରେ ଭାଜପା!

ପାଟନା/ନୂଆଦିଲ୍ଲୀ,୧୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଆସନ ବୁଝାମଣା ଯୋଜନା ଘୋଷଣା ପରେ ଶାସକ ମେଣ୍ଟରେ ଫାଟ ଉପୁଜିଛି। ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍‌) ମୁଖ୍ୟ ଉପେନ୍ଦ୍ର କୁଶ୍‌ଓ୍ବାହା ଓ ହିନ୍ଦୁସ୍ତାନୀ ଆଓ୍ବାମ୍‌ ମୋର୍ଚ୍ଚା (ଏଚ୍‌ଏଏମ୍‌-ଧର୍ମନିରପେକ୍ଷ) ଅଧ୍ୟକ୍ଷ ଜିତନ୍‌ରାମ ମାଞ୍ଝି ଆସନ ଭାଗବଣ୍ଟାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଶାହାଙ୍କୁ ଭେଟିଲେ କୁଶଓ୍ବାହା
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ନଭେମ୍ବର ୬ ଓ ୧୧ରେ ଭୋଟ ଗ୍ରହଣ କରାଯିବ। ଏଥିଲାଗି ଏନ୍‌ଡିଏର ଦୁଇ ପ୍ରମୁଖ ଦଳ ଭାଜପା ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ(ଜେଡିୟୁ) ୧୦୧ ଲେଖାଏ ଆସନରେ ଲଢ଼ିବା ନେଇ ଘୋଷଣା କରାଯାଇଛି। ଲୋକ ଜନଶକ୍ତି ପାର୍ଟି (ରାମବିଳାସ)କୁ ୨୯ ଆସନ ଦିଆଯାଇଥିବାବେଳେ କୁଶଓ୍ବାହା ଓ ମାଞ୍ଝିଙ୍କ ଦଳକୁ ୬ଟି ଲେଖାଏ ଆସନ ମିଳିଛି। ତେବେ ଏହାକୁ ନେଇ କୁଶଓ୍ବାହା ଅସନ୍ତୁଷ୍ଟ ଥିବା ଦେଖି ସମ୍ରାଟ ଚୌଧରୀ, ନିତ୍ୟାନନ୍ଦ ରାୟ ଓ ନୀତିନ ନବୀନଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ବୁଧବାର ତାଙ୍କୁ ପାଟନା ବାସଭବନରେ ଭେଟି ବୁଝାଶୁଝା କରିଥିଲେ। ସାକ୍ଷାତ ପରେ କୁଶଓ୍ବାହା କହିଛନ୍ତି, ଏଥର ଏନ୍‌ଡିଏରେ ସବୁକିଛି ଠିକ୍‌ ଚାଲିନାହିଁ। ତେବେ ଦିଲ୍ଲୀରୁ ଭାଜପା ହାଇକମାଣ୍ଡଙ୍କ ଡାକରା ପରେ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି। ସବୁ ସମାଧାନ ହୋଇଯିବ ବୋଲି ଆଶାବାଦୀ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁଶଓ୍ବାହା କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ମାଞ୍ଜି କହିଛନ୍ତି, ବୋଧଗୟା ଓ ମଖଦୁମ୍‌ପୁର ନିର୍ବାଚନମଣ୍ଡଳୀରେ ଚିରାଗଙ୍କ ଏଲ୍‌ଜେପି ବିରୋଧରେ ତାଙ୍କ ଦଳ ଏଚ୍‌ଏଏମ୍‌ ପ୍ରାର୍ଥୀ ଦେବା ପାଇଁ ଯୋଜନା କରୁଛି। ଉତ୍ତର ପ୍ରଦେଶରେ ଏନ୍‌ଡିଏ ସହଯୋଗୀ ଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି ବିହାର ନିର୍ବାଚନ ପାଇଁ ୪୮ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ମୋଟ ୧୫୩ ଆସନରେ ଲଢ଼ିବା ପାଇଁ ଯୋଜନା ରହିଥିବା ଦଳର ରାଷ୍ଟ୍ରୀୟ ସମ୍ପାଦକ ଅରବିନ୍ଦ ରାଜଭର ସୂଚନା ଦେଇଛନ୍ତି।

ଅଲୀନଗରରୁ ମୈଥିଲୀ ଠାକୁର
ଭାଜପା ପକ୍ଷରୁ ବୁଧବାର ଦ୍ୱିତୀୟ ଓ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ପର୍ଯ୍ୟାୟ ତାଲିକାରେ ଯଥାକ୍ରମେ ୧୨ ଓ ୧୮ ଜଣଙ୍କ ନାମ ରହିଛି। ଜଣାଶୁଣା କଣ୍ଠଶିଳ୍ପୀ ମୈଥିଲୀ ଠାକୁରଙ୍କୁ ଅଲୀନଗର ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ପୂର୍ବତନ ଆଇପିଏସ୍‌ ଅଫିସର ଆନନ୍ଦ ମିଶ୍ରାଙ୍କୁ ବକ୍ସାର ଆସନରୁ ସୁଯୋଗ ମିଳିଛି। ଏହାକୁ ମିଶାଇ ଭାଜପାର ସମସ୍ତ ୧୦୧ ପ୍ରାର୍ଥୀଙ୍କ ନାମ ଘୋଷଣା ଶେଷ ହୋଇଛି। ଇତିମଧ୍ୟରେ ଦିଲ୍ଲୀରେ ୨ ଘଣ୍ଟାର ବୈଠକ ପରେ କଂଗ୍ରେସ ନିର୍ବାଚନ କମିଟି ଏକ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।

ଏନ୍‌ଡିଏକୁ ଜିତାଇବା ପାଇଁ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏନ୍‌ଡିଏର ବିଜୟ ସୁନିଶ୍ଚିତ କରିବାକୁ ବିହାରର ନାରୀ ଶକ୍ତିକୁ ନିବେଦନ କରିଛନ୍ତି। ନମୋ ଆପ୍‌ ଜରିଆରେ ମହିଳା ବୁଥ୍‌ ଓ୍ବାର୍କରଙ୍କ ଏକ ଭର୍ଚୁଆଲ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳାମାନେ ତାଙ୍କ ଶକ୍ତି। ସେମାନେ ତାଙ୍କୁ ଭାଇ ସମ୍ବୋଧନ କରନ୍ତୁ। ନଭେମ୍ବର ୧୪ରେ ବିହାର ଦୀପାବଳି ସହ ଏନ୍‌ଡିଏର ବିଜୟ ଉତ୍ସବ ପାଳନ କରିବ। ମହିଳାମାନେ ଗୋଷ୍ଠୀ ହୋଇ ଗୀତ ଗାଇ ଥାଳି ବଜାଇ ଗଣତନ୍ତ୍ରର ଉତ୍ସବ ପାଳନ କରନ୍ତୁ ଏବଂ ଭୋଟ ଦେବାକୁ ଯାଆନ୍ତୁ। ଏହି ଅବସରରେ ମୋଦି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଜଙ୍ଗଲରାଜ କଥା ମନେପକାଇଦେଇଛନ୍ତି।

ଲଢ଼ିବେନି ପ୍ରଶାନ୍ତ କିଶୋର
ନିର୍ବାଚନ ରଣନୀତିକାରରୁ ରାଜନେତା ସାଜିଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଏଥର ବିହାର ଭୋଟରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଛି। କିନ୍ତୁ ପ୍ରଶାନ୍ତ ନିର୍ବାଚନ ଲଢ଼ିବେ ନାହିଁ। ରାଘୋପୁର ଆସନରୁ ପ୍ରଶାନ୍ତ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଦଳ ସେଠାରେ ଚଞ୍ଚଲ ସିଂଙ୍କୁ ପ୍ରାର୍ଥୀ କରିଛି। ଜନ ସୁରାଜ ପାର୍ଟିକୁ ସଶକ୍ତ କରିବାରେ ସେ ଉଦ୍ୟମ ଜାରି ରଖିବେ। ଏନ୍‌ଡିଏର ପରାଜୟ ହେବ ବୋଲି ପ୍ରଶାନ୍ତ କହିଛନ୍ତି।

ନାମାଙ୍କନ କଲେ ତେଜସ୍ବୀ
ଆର୍‌ଜେଡି ନେତା ତେଜସ୍ବୀ ଯାଦବ ବୁଧବାର ରାଘୋପୁର ଆସନରୁ ହ୍ୟାଟ୍ରିକ୍‌ ବିଜୟ ଆଶାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାପା ଲାଲୁ ପ୍ରସାଦ ଯାଦବ ଓ ମା’ ରାବ୍ରୀ ଦେବୀଙ୍କ ଏହି ପୂର୍ବତନ ଆସନ ପାଇଁ ଉଭୟଙ୍କ ଉପସ୍ଥିତିରେ ହାଜିପୁର ଜିଲାପାଳଙ୍କ କାର୍ଯ୍ୟାୟଳରେ ନାମାଙ୍କନ କରିଛନ୍ତି। ୩୫ ବର୍ଷୀୟ ତେଜସ୍ବୀ କହିଛନ୍ତି, ସେ ୨ଟି ଆସନରୁ ଲଢ଼ିବେ ବୋଲି ଗୁଜବ ହେଉଥିଲା। କିନ୍ତୁ ରାଘୋପୁର ଭୋଟର ତାଙ୍କ ଉପରେ ୨ ଥର ଆସ୍ଥା ପ୍ରକଟ କରିସାରିଥିବାରୁ ସେ କେବଳ ସେହି ଆସନରୁ ଲଢ଼ିବେ। ତେଜସ୍ବୀଙ୍କ ମୋଟ ୮.୧ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ସେ ନାମାଙ୍କନପତ୍ର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?