Posted inଜାତୀୟ

ଗୋରୁଙ୍କୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌

ଲକ୍ଷ୍ନୌ,୨।୯: ଗୋରୁଙ୍କୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର କରାଯିବା ଦରକାର। ଭାରତୀୟ ପରମ୍ପରାରେ ଗୋରୁଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଗାଇଙ୍କୁ ଦେଶର ମା’ ବୋଲି କୁହାଯାଏ। ବୁଧବାର ଏଭଳି କହି ଜଣେ ୫୯ ବର୍ଷୀୟ ମୁସଲିମଙ୍କ ଜାମିନ ନାମଞ୍ଜୁର କରିଛନ୍ତି ଆଲାହାବାଦ ହାଇକୋର୍ଟ।

ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଉକ୍ତ ବ୍ୟକ୍ତିଙ୍କୁ ଗୋ ହତ୍ୟା ଅଭିଯୋଗରେ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ବାଖ୍ୟା କରୁଥିବା ମହାଭାରତ ଓ ବେଦ ଭଳି ଅନେକ ଗ୍ରନ୍ଥରେ ଗୋରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦର୍ଶାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋରୁଙ୍କୁ ଦେଶର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର ରହିବା ଦରକାର। କାରଣ ଦେଶର ପରମ୍ପରା ଓ ବିଶ୍ୱାସକୁ ଆଘାତ ଲାଗିଲେ, ଦେଶ ଦୁର୍ବଳ ହୋଇପଡ଼େ ବୋଲି ୧୨ ପୃଷ୍ଠାର ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ଜଷ୍ଟିସ ଶେଖର କୁମାର ଯାଦବ।

ଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ଗୋ ହତ୍ୟା କରିଛନ୍ତି। ଯଦି ତାଙ୍କୁ ଛାଡ଼ି ଦିଆଯାଏ, ତେବେ ସେ ପୁଣି ଥରେ ସମାନ ଅପରାଧ କରିବେ। ଏଣୁ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ

ରାଉରକେଲା,୮ା୬(ସଙ୍ଗୀତା ଜେନା): ଦୀର୍ଘଦିନରୁ ଚାଲି ଆସୁଥିବା ଏକ ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ଗହଣା ଜବତ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଏସଆଇଆର ସଚେତନତା, ଦେଢ଼ କିଲୋମିଟର ପଦଯାତ୍ରା କଲେ ଉପଜିଲାପାଳ

କେସିଙ୍ଗା,୮।୬(ତୁମେଶ୍ୱର ସାହୁ): ରାଜ୍ୟରେ ସ୍ଵତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର)୨୦୨୬ ଯୋଗ୍ୟ ଭୋଟରମାନଙ୍କ ନାମ ଯେମିତି ନ କଟିବ ସେଥିପାଇଁ କଳାହାଣ୍ଡି ଉପ ଜିଲାପାଳଙ୍କ ନିଆରା ପ୍ରୟାସ…

ଗିରଫ ହେଲେ TMCର ‘ପୁଷ୍ପା’

କୋଲକାତା,୮।୬: ପଶ୍ଚିମବଙ୍ଗ ପୋଲିସ TMC ନେତା ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି। ‘ପୁଷ୍ପା’ ଚରିତ୍ର ସହିତ ନିଜକୁ ତୁଳନା କରିଥିବା ଖାନ ଶୁଭେନ୍ଦୁ ଅଧିକାରୀଙ୍କୁ ଭୟ କରି…

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା, ଆଜି ଏହି ୭ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର,୮।୬: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ…

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

IRGC କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ, କେନ୍ଦ୍ରୀୟ ଇରାନରେ ସାମରିକ ସ୍ଥାନଗୁଡ଼ିକୁ କଲା ଭୟଙ୍କର ଆକ୍ରମଣ

ଜେରୁଜେଲମ,୮।୬: ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାର ସମସ୍ତ ପ୍ରୟାସ ବିଫଳ ହୋଇଛି, ଏବଂ ଉଭୟ ପକ୍ଷରୁ ପୁଣି ଥରେ ତୀବ୍ର, ଦ୍ରୁତ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ…

ପୁରୁଣା ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇ ମଦଭାଟି ଠାବକଲା ପୋଲିସ

ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri