‘କୋଭିଡ୍‌ ମୃତ୍ୟୁ ତଥ୍ୟ ଏପଟସେପଟ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ଆରମ୍ଭ କଲେ। ଦୈନିକ ୩୦ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍‌ ମୃତ୍ୟୁ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ୬୦ ଅତିକ୍ରମ କରିଥିଲା। ସରକାରଙ୍କ ଯୁକ୍ତି ଥିଲା, ବିଭିନ୍ନ କାରଣ ପାଇଁ ଅଡିଟ୍‌ ହୋଇପାରି ନ ଥିବା କୋଭିଡ୍‌ ମୃତ୍ୟୁ ରିପୋର୍ଟ ଏବେ ଘୋଷଣା କରାଯିବ। ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଯେତିକି କରୋନା ମୃତ୍ୟୁ ଘୋଷଣା ବାକି ରହିଛି, ତାହା ଜୁଲାଇ ଶେଷ ଆଡ଼କୁ ସରିଯିବ। ଜୁଲାଇ ସରିଗଲା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଗଲା ଆଉ ୧୫ ଦିନ ଭିତରେ ଘୋଷଣା ଶେଷ ହେବ। ଏହାପରେ ଅଗଷ୍ଟ ଶେଷ ଆଡ଼କୁ ସରିଯିବ ବୋଲି କୁହାଗଲା। ଏବେ ଅଗଷ୍ଟ ଶେଷ ହୋଇଯାଇଛି, ହେଲେ ବଳକା କୋଭିଡ୍‌ ମୃତ୍ୟୁ ପୂର୍ବଭଳି ଜାରି ରହିଛି ବୋଲି ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି, କୋଭିଡ୍‌ ମୃତ୍ୟୁ ନେଇ ରାଜ୍ୟ ସରକାର ତଥ୍ୟ ଏପଟସେପଟ କରୁଥିବା ସ୍ପଷ୍ଟ ଜଣାପଡୁଛି। ପ୍ରଚାର ସର୍ବସ୍ବ ଓଡ଼ିଶା ସରକାର ନିଜର ‘ବିଶ୍ୱସ୍ତରୀୟ କୋଭିଡ୍‌ ପରିଚାଳନା’ ପ୍ରଚାରରେ ବ୍ୟସ୍ତ ଥିଲେ, ଏପଟେ ଗରିବ, ମଫସଲ, ଦଳିତ, ଆଦିବାସୀ ଓଡ଼ିଆ ଲୋକ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିଲେ। ତଥ୍ୟ ମୁତାବକ, ୨୦୧୯ରେ ଓଡ଼ିଶା ସରକାର ୩,୪୨,୯୪୭ ମୃତ୍ୟୁ ପଞ୍ଜୀକରଣ କରିଥିବା ବେଳେ ୨୦୨୦ରେ ଏହା ୩,୬୨,୯୮୨ ଥିଲା। ୨୦୨୦ରେ ୨୦,୦୦୦ରୁ ଅଧିକ ମୃତ୍ୟୁ ହୁଏତ କୋଭିଡ୍‌-୧୯ ଦ୍ୱାରା ହୋଇଛି। କିନ୍ତୁ ସରକାରୀ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଏହା ସହ ମେଳ ଖାଉନାହିଁ। ସେପ୍ଟେମ୍ବର ୧୨ ସୁଦ୍ଧା ଓଡ଼ିଶାରେ ୧୦,୧୫,୭୧୩ କୋଭିଡ୍‌ ସଂକ୍ରମଣ ମାମଲା ନିଶ୍ଚିତ ହୋଇଛି। ଏହା ଭାରତର ମୋଟ ମାମଲାର ୩.୦୫% ଥିଲା। ତେବେ ୪.୨ କୋଟି ଜନସଂଖ୍ୟା ପାଇଁ ମହାମାରୀ ଆରମ୍ଭରୁ ସରକାରୀ ମୃତ୍ୟୁ ସଂଖ୍ୟା ହେଉଛି ୮୧୪୫। ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୧.୮୩%। ଓଡ଼ିଶା ସରକାର କ’ଣ ଏମିତି ପଦକ୍ଷେପ ନେଲେ ଯେ, ସବୁ ପରେ ବି ପାଖାପାଖି ବର୍ଷେ ହେଲା ପ୍ରତିଦିନ ମୃତ୍ୟୁ ସଂଖ୍ୟା ୧୨-୧୭ ରହୁଥିଲା ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କୋଭିଡ୍‌ ମୃତ୍ୟୁକୁ ନେଇ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟ ଏକ ସରକାରୀ ସତ୍ୟପାଠରେ ଅନେକ ଅସଙ୍ଗତି ଦର୍ଶାଇଥିଲେ। ରାଜ୍ୟ ସରକାର କହିଛନ୍ତି, ଚଳିତ ବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ୩୦୯୭ ମୃତ୍ୟୁ ଘଟିଥିବା ବେଳେ ପରବର୍ତ୍ତୀ ସମୟରେ ଦାଖଲ ହୋଇଥିବା ଅନ୍ୟ ଏକ ସତ୍ୟପାଠରେ ସରକାର କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ମହାମାରୀ ହେତୁ ଓଡ଼ିଶାରେ ୮୦୨୨ ଜଣଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ତଥ୍ୟ ରିପୋର୍ଟ ଏବଂ ଗଣନା ପଦ୍ଧତିକୁ ହାଇକୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri