୬୪,୨୧୪ ପିଭିଟିଜିକୁ କୋଭିଡ୍‌ ସହାୟତା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟର ୬୪ ହଜାର ୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର (ପିଭିଟିଜି)କୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ୍‌ ସହାୟତା’ ପ୍ରଦାନ କରାଯାଇଛି। କରୋନା ଦ୍ୱିତୀୟ ଲହରରେ ଆର୍ଥିକ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ସେହିପରି ୬୦ ହଜାର ଏସ୍‌ସିଏସ୍‌ଟି ଛାତ୍ରୀଛାତ୍ରଙ୍କୁ ବୃତ୍ତି ଦିଆଯାଇଛି।
ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ବିପତ୍ତି ବେଳେ ସରକାର ସମସ୍ତଙ୍କ ସାଥୀରେ ଅଛନ୍ତି। ରାଜ୍ୟର ପିଭିଟିଜି ଜନଜାତି ଗ୍ରାମର ସବୁ ପରିବାର ଏହି ସହାୟତା ପାଇବେ। ଏଥିପୂର୍ବରୁ କରୋନା ପୀଡ଼ିତ ପିଭିଟିଜି ଜନଜାତିର ୩୦୦ରୁ ଅଧିକ ଲୋକଙ୍କୁ ୨୫୦୦ ଟଙ୍କାର ରାଶନ କିଟ୍‌ ଏବଂ ୧୪୦୦ ଟଙ୍କା ଲେଖାଏ ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କରୋନା ଗାଇଡ୍‌ଲାଇନ ମାନି ଚଳିବା, ଦୁଇ ଡୋଜ୍‌ ଟିକା ନେବା ଏବଂ ଟିକାକରଣ ଲାଗି ଉତ୍ସାହ ବଢ଼ାଇବାକୁ ନିବେଦନ କରିଛନ୍ତି। ସେହିପରି ୬୦,୦୦୦ ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଏପ୍ରିଲ, ମେ ଓ ଜୁନ୍‌ ମାସ ପାଇଁ ଏକକାଳୀନ ପ୍ରାକ୍‌ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି। ଏହା ପିଲାଙ୍କ ଅଭିଭାବକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି। ଝିଅମାନଙ୍କୁ ୨୪୦୦ ଟଙ୍କା ଓ ପୁଅମାନଙ୍କୁ ୨୨୫୦ ଟଙ୍କା ଦିଆଯାଇଛି। ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏହି ସୁବିଧା ପାଇବେ। କରୋନା ପାଇଁ ବର୍ଷେ ହେଲା ଛାତ୍ରାବାସ ଛାଡ଼ି ଘରେ ଥିବା ଛାତ୍ରୀଛାତ୍ରମାନେ ଶିକ୍ଷାରେ ମନଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୧,୬୭୯ ପିଭିଟିଜି ଗଁା ରହିଛି। ଏହି ଜନଜାତିର ୩୧୪ଜଣ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଶୂନ ରହିଛି। ପିଭିଟିଜି ଗ୍ରାମରେ କରୋନା ପରିଚାଳନା ସହ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୧୮ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ କୋଭିଡ୍‌ ପରିଚାଳନା ନୀତିକୁ ପ୍ରଶଂସା କରିଥିଲେ। ଚିତ୍ରକୋଣ୍ଡା ଏବଂ କରଞ୍ଜିଆର ବିଧାୟକ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ରାୟଗଡ଼ାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନି ମାଝିଙ୍କ ଅନ୍ୟ କେତେଜଣ ହିତାଧିକାରୀ ସ୍ବତନ୍ତ୍ର କୋଭିଡ୍‌ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଛାତ୍ରବୃତ୍ତି ପାଇଥିବା ସମ୍ବଲପୁରର ଜ୍ୟୋତି ସିଂ, ବିଦୁସ୍ମିତା ମୁଣ୍ଡା ଏବଂ ମୟୂରଭଞ୍ଜର ସୋନାଲି ସୋରେନ, ପାର୍ବତୀ ସୋରେନ୍‌ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି. କେ. ଜେନାଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ: ଏନ୍‌ଡିଆର୍‌ଏଫ୍‌ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ଖୋଲାଯାଉ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ(ଏନ୍‌ଡିଆର୍‌ଏଫ୍‌) ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ କରାଯାଉ, ଯଦ୍ଦ୍ବାରା...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କାଟ ହେବ ନାହିଁ: ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା କାଟ ହେବ ନାହିଁ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନା ଲକ୍‌ଡାଉନ୍‌ ଯୋଗୁ ଦେଶର...

ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର ଅଫିସ୍‌/ଦେଓଗଁା,୨୬ା୮(ଡି.ଏନ୍‌.ଏ.): ସ୍କୁଲରେ ପ୍ରଧାନଶିକ୍ଷକ ୫ଜଣ ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଅସଦାଚରଣ କରିଆସୁଥିଲେ। ବଲାଙ୍ଗୀର ଜିଲା ଦେଓଗଁା ଥାନା ମୁରସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି...

ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେଙ୍କ ଅମାନବୀୟ ଆଚରଣକୁ ନେଇ ଭାଜପା ଆନ୍ଦୋଳନ କରିବ । ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବୋଲି ଭାଜପା ସାଧାରଣ...

ଶଳାଙ୍କୁ ଛୁରାମାଡ଼ କରି ଜେଲ ଗଲେ ଭିଣୋଇ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖୁଦୁରୁକୁଣୀ ଭାରକୁ କେନ୍ଦ୍ରକରି ବଚସା ପରେ ଶଳାଙ୍କୁ ଛୁରାମାଡ କରିବା ଘଟଣାରେ ଭିଣୋଇଙ୍କୁ ପୋଲିସ ଗିରଫ କରିକୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ...

୮୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ

ମାଲକାନଗିରି,୨୬ା୬(ଡି.ଏନ୍‌.ଏ.)-ସରକାରୀ ଜାଗାରେ ଘର କରିବା ନେଇ ହୋଇଥିବା ମାମଲାକୁ ଉଠାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ୮୦ ହଜାର ଟଙ୍କା...

ୱେବ୍‌ ଚ୍ୟାନେଲ ସିଲ୍‌, ଏମ୍‌ଡିଙ୍କ ସମେତ ଦୁଇ ଗିରଫ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଜଣେ ମହିଳାଙ୍କୁ ଧମକ ଦେବା ସହ ଟଙ୍କା ମାଗିବା ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଦୁଇ କର୍ମଚାରୀଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି। ସେମାନେ...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡ଼ାଗଲା ପାଣି

କୋକସରା,୧୦।୭(ଡି.ଏନ୍‌.ଏ.): ଚଳିତ ୨୦୨୨-୨୩ ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲା ମୁଖୀଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ମେଗାଲିଫ୍ଟ କେନାଲ ମଙ୍ଗଳପୁର ବ୍ୟାରେଜରୁ ରବିବାର ପାଣି ଛଡାଯାଇଛି। ଏହାଦ୍ୱାରା...

Advertisement
Archives

Model This Week