Posted inଜାତୀୟ

ଚୋକ୍‌ସିଙ୍କ ସ୍ଥାନାନ୍ତର ଉପରେ ରୋକ ଲଗାଇଲେ ଡୋମିନିକା କୋର୍ଟ

ନୂଆଦିଲ୍ଲୀ,୨୯।୫: ମେହୁଲ ଚୋକ୍‌ସି ମାମଲାରେ ଶୁକ୍ରବାର ଏକ ନୂଆ ମୋଡ ଦେଖିବାକୁ ମିଳିଛି। ଡୋମିନିକା କୋର୍ଟ ଚୋକ୍‌ସିଙ୍କ ସ୍ଥାନାନ୍ତରକୁ ରୋକି ଦେଇଥିବା ଜଣାପଡିଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଚୋକସିଙ୍କୁ ଡୋମିନିକାରେ ହିଁ ରହିବାକୁ ପଡ଼ିବ। ତାଙ୍କ ଓକିଲ ଡୋମିନିକା କୋର୍ଟର ଦ୍ୱାରସ୍ଥ ହେବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଚୋକସିଙ୍କୁ ଭେଟିବାକୁ ସୁବିଧା ଦିଆଯାଇ ନଥିବା ବେଳେ ତାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିବା ଓକିଲ ବିଜୟ ଅଗ୍ରଓ୍ବାଲ କହିଛନ୍ତି। ଚୋକସି ଯେଉଁଭଳି ଭାବେ ଆଣ୍ଟିଗୁଆରୁ ନିଖୋଜ ହେଲେ ଏବଂ ଡୋମିନିକାରେ ତାଙ୍କୁ ଅଟକ ରଖାଗଲା ସେ ନେଇ ଓକିଲ ସନ୍ଦେହ ପ୍ରକଟ କରିଛନ୍ତି। ଡୋମିନିକାରେ ଚୋକ୍‌ସିଙ୍କ ଲାଗି ମାମଲା ଲଢୁଥିବା ଓକିଲ ଓ୍ବେନ ମାର୍ସ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ କ୍ଲାଏଣ୍ଟଙ୍କୁ ଆଣ୍ଟିଗୁଆ ଜଲି ହାର୍ବରରୁ ଭାରତୀୟ ଏବଂ ଆଣ୍ଟିଗୁଆ ବାସିନ୍ଦାଙ୍କ ଭଳି ଦେଖାଯାଉଥିବା କିଛି ବ୍ୟକ୍ତିବିଶେଷ ଏକ ଜାହାଜରେ ନେଇଯାଇଥିଲେ। ଶେଷ ଥର ପାଇଁ ତାଙ୍କୁ ରବିବାର ଆଣ୍ଟିଗୁଆରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଇଥିଲା। ତାଙ୍କୁ ଯଦି ସ୍ଥାନାନ୍ତର କରାଯାଏ ତେବେ ଆଣ୍ଟିଗୁଆକୁ ହିଁ ସେ ଆସିବେ ବୋଲି ସେଠାକାର ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଲହର ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ,୭ା୫:କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ଦ୍ୱିତୀୟ ଲହର ଶୁକ୍ରବାର ପରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ତୃତୀୟ...

ରାଜ୍ୟପାଳ ଦେଲେ ଇସ୍ତଫା, ଲଢ଼ିବେ ବିଧାନସଭା ନିର୍ବାଚନ…

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି।...

ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ କାଳି ମାଡ

ପାଟନା,୧୫।୧୦: ବିହାରର ରାଜଧାନୀ ପାଟନାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ମଙ୍ଗଳବାର କାଳି ମାଡ଼ କରାଯାଇଛି। ପାଟନାର ମେଡିକାଲ କଲେଜ...

ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ, ୨।୮: ପୁଣି ଥରେ ସରକାରକୁ ଫେରିବା ପରେ ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଭିତରେ...

ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ, ୨୫।୮: ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ର ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପୁସ୍ତକ ପାଇଁ ୨୦୨୦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ...

ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।...

ଜ୍ୟୋତିରାଦିତ୍ୟଙ୍କୁ କଂଗ୍ରେସ ସଭାପତି କରିବାକୁ ପୋଷ୍ଟର ମାଧ୍ୟମରେ ଅନୁରୋଧ

ଭୋପାଳ,୮।୭: କଂଗ୍ରେସ ଦଳରେ ଏବେ ଏକ ପ୍ରକାର ଅସ୍ଥିରାବସ୍ଥା ଦେଖାଯାଇଥିବା ବେଳେ ଏଠାରେ ଇସ୍ତଫା ପତ୍ରର ଲାଇନ୍‌ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ...

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ...

Advertisement


Archives

Model This Week