Posted inଖେଳ

କେକେଆରର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କରୋନା

ବେଙ୍ଗାଲୁରୁ, ୯ା୫ (ପି.ଟି.)-କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଥିବା କୋଭିଡ୍‌ ଟେଷ୍ଟରୁ ଜଣାପଡ଼ିଛି। ସେ ତାଙ୍କ ହୋମ୍‌ ଟାଉନ୍‌ ବେଙ୍ଗାଲୁରୁରେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସୂତ୍ରରୁ ପ୍ରକାଶ ପାଇଛି। ୨୫ବର୍ଷୀୟ କ୍ରିଷ୍ଣା ଇଂଲଣ୍ଡ ଟୁର୍‌ ପାଇଁ ଶୁକ୍ରବାର ଘୋଷଣା କରାଯାଇଥିବା ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। କରୋନା ସଂକ୍ରମିତ ହେବାରେ ସେ କେକେଆର୍‌ରୁ ଚତୁର୍ଥ ଖେଳାଳି। ପୂର୍ବରୁ ପଜିଟିଭ ଚିହ୍ନଟ ହୋଇସାରିଥିବା କେକେଆର୍‌ର ଅନ୍ୟ ଖେଳାଳିମାନେ ହେଲେ ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ଓ୍ବାରିୟର ଓ ନ୍ୟୁଜିଲାଣ୍ଡର ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ। ବିସିସିଆଇ ସୂତ୍ରରୁ ପ୍ରକାଶ ଉଭୟ କ୍ରିଷ୍ଣା ଓ ଓ୍ବାରିୟର ଟ୍ରେନିଂ ସେସନ ବେଳେ ଚକ୍ରବର୍ତ୍ତୀଙ୍କଠାରୁ ସଂକ୍ରମିତ ହୋଇଛନ୍ତି। କ୍ରିଷ୍ଣା ହେଉଛନ୍ତି ଚକ୍ରବର୍ତ୍ତୀଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ। ଅନ୍ୟ ସମସ୍ତ ଭାରତୀୟ ଖେଳାଳିଙ୍କ ଭଳି ପ୍ରସିଦ୍ଧ ଦୁଇଟି ନେଗେଟିଭ୍‌ ଫଳାଫଳ ପରେ ମେ’ ୩ରେ ବାୟୋବବଲ ପ୍ରସ୍ଥାନ କରିଥିଲେ। ୟୁନାଇଟେଡ୍‌ କିଙ୍ଗ୍‌ଡମ (ୟୁକେ) ଗସ୍ତ କରିବାକୁ ଥିବା ଖେଳାଳିମାନେ ପ୍ରଥମେ ଭାରତରେ ବାୟୋବବଲରେ ରହିବେ। ସେତେବେଳକୁ କ୍ରିଷ୍ଣାଙ୍କ ଫଳାଫଳ ନେଗେଟିଭ ଆସିଯାଇଥିବ ବୋଲି ବିସିସିଆଇ ଆଶା କରୁଛି। ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ସିଫର୍ଟ ଅହମଦାବାଦରେ ଆଇସୋଲେଶନରେ ଅଛନ୍ତି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ଲାଗି ତାଙ୍କୁ ଚେନ୍ନାଇ ନିଆଯିବ। ସିଫର୍ଟ ଉଭୟ ଆରଟି-ପିସିଆର୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଦେଇଥିଲା। ବାୟୋବବଲରେ କରୋନା ପ୍ରବେଶ ଦ୍ୱାରା ବହୁୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ସଦସ୍ୟ ସଂକ୍ରମିତ ହୋଇଥିଲେ। ଫଳତଃ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri