Posted inଖେଳ

କୋଭିଡ୍‌ ଆଶଙ୍କା: ହାଇଦ୍ରାବାଦ, ଇନ୍ଦୋର ବିକଳ୍ପ ଭେନ୍ୟୁ

ମୁମ୍ବାଇ, ୪ା୪ (ପି.ଟି.): ସହରରେ କରୋନା ସଂକ୍ରମଣ ବଢ଼ି ଚାଲିଥିଲେ ସୁଦ୍ଧା ମୁମ୍ବାଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ ଆୟୋଜନ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଶାବାଦୀ। ମୁମ୍ବାଇରେ ଏପ୍ରିଲ ୧୦ରୁ ୨୫ ମଧ୍ୟରେ ୧୦ ଆଇପିଏଲ୍‌ ମ୍ୟାଚ ଆୟୋଜନର ଯୋଜନା ରହିଛି। ତେବେ ପରିସ୍ଥିତି ଯଦି ଆହୁରି ବିଗିଡ଼ି ଯାଏ ତେବେ ସେଥିପାଇଁ ବିଳଳ୍ପ ଭେନ୍ୟୁ ଭାବେ ହାଇଦ୍ରାବାଦ ଓ ଇନ୍ଦୋରକୁ ବାୟୋବବଲ ବ୍ୟବସ୍ଥା ସହ ଆଗୁଆ ପ୍ରସ୍ତୁତ ରଖାଯାଇଛି। ଚଳିତବର୍ଷର ଆଇପିଏଲ୍‌ ଏପ୍ରିଲ ୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ, ଓ୍ବାଙ୍ଖଡେ ଷ୍ଟାଡିୟମର ୧୦ ଗ୍ରାଉଣ୍ଡ ଷ୍ଟାଫ୍‌ ସଦସ୍ୟ ଏବଂ ବିସିସିଆଇ ଦ୍ୱାରା ମୁତୟନ ହୋଇଥିବା ୬ ଇଭେଣ୍ଟ ମ୍ୟାନେଜର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆୟୋଜକଗଣଙ୍କୁ ଏହା ଚିନ୍ତାରେ ପକାଇ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୮ରେ ମୁମ୍ବାଇରେ ଟମ୍‌ ହୋଟେଲରେ ପ୍ରବେଶ ପୂର୍ବରୁ ଅକ୍ଷର ପଟେଲଙ୍କର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଥିଲା। ମାତ୍ର ତାଙ୍କର ଦ୍ୱିତୀୟ ଥର ହୋଇଥିବା ଟେଷ୍ଟରେ ଫଳାଫଳ ପଜିଟିଭ ଆସିଥିଲା। ସେ ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ ମେଡିକାଲ ଟିମ୍‌ ତାଙ୍କ ସହ ଯୋଗାଯୋଗରେ ରହିଛି। ମହାରାଷ୍ଟ୍ରରେ ଯେପରି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଗକୁ ମିନି ଲକ୍‌ଡାଉନ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଟିମ୍‌ଗୁଡ଼ିକ ଯେହେତୁ ବାୟୋବବଲରେ ଅଛନ୍ତି, ଯଦି ଲକ୍‌ଡାଉନ୍‌ ଲାଗୁ କରାଯାଏ ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଇପାରିବ ବୋଲି ଆମର ଦୃଢ଼ବିଶ୍ୱାସ ରହିଛି। ଆଇପିଏଲ୍‌ର କାର୍ଯ୍ୟସୂଚୀ ଅନୁସାରେ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଏପ୍ରିିଲ ୧୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଜିତିଲା ଇଂଲଣ୍ଡ

କାର୍ଡିଫ, ୨୬ା୬ (ଏପି)-ବର୍ଷାରେ ପ୍ରଭାବିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ...

ଗୋପାଳସ୍ବାମୀ ବିସିସିଆଇ ନିର୍ବାଚନ ଅଧିକାରୀ

ମୁମ୍ବାଇ,୮।୬(ପି.ଟି.)- ଆସନ୍ତା ଅକ୍ଟୋବର ୨୨ ତାରିଖରେ ଆୟୋଜନ ହେବାକୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ପାଇଁ ପ୍ରାକ୍‌ ପସ୍ତୁତି ଆରମ୍ଭ ହୋଇଛି। ପୂର୍ବତନ...

ଭାରତ- ବାଂଲାଦେଶ ସିରିଜ: ଭାରତୀୟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୩୦।୧୦- ଆଗାମୀ ଭାରତ- ବାଂଲାଦେଶ ସିରିଜ ଅବସରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା...

କ୍ରିକେଟରୁ ଓ୍ବାଟସନଙ୍କ ଅବସର ଘୋଷଣା

ସିଡନୀ,୪।୧୧(ପି.ଟି.): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ସେନ୍‌ ଓ୍ବାଟସନ ମଙ୍ଗଳବାର ପ୍ରତିଯୋଗିତାମୂଳକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ୨୦ ବର୍ଷର କ୍ୟାରିୟରର ଅନ୍ତ ଘଟିଛି।...

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ...

ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ଫାଇନାଲରେ ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ...

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୨୩।୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌...

ସରକାରଙ୍କ ହସ୍ତକ୍ଷେପ: ବାସନ୍ଦ ବିପଦରେ ଦକ୍ଷିଣ ଆଫ୍ରିକା କ୍ରିକେଟ

କେପ୍‌ ଟାଉନ,୧୫।୧୦(ଏପି): ଦକ୍ଷିଣ ଆଫ୍ରିକା କ୍ରିକେଟ ଏବେ ବାସନ୍ଦଜନିତ ବିପଦର କଳା ବାଦଲ ମଧ୍ୟରେ ରହିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବିଭିନ୍ନ ମାମଲାରେ ବୁଧବାର...

Advertisement
Archives

Model This Week