ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ

ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯିବା। ପୁଣେରେ ଏମିତି ଜଣେ କରୋନା ଆକ୍ରାନ୍ତଙ୍କ ସହ ଘଟିଛି। ଏହି କରୋନା ଆକ୍ରାନ୍ତଙ୍କୁ ବଞ୍ଚିଥିବା ସମୟରେ ହସ୍ପିଟାଲରେ ଭେଣ୍ଟିଲେଟର ମିଳିଲାନି କି ଜୀବନ ଚାଲିଯିବା ପରେ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସିଲାନି। ଏପରିକି ଶ୍ମଶାନକୁ ନେବା ପାଇଁ ଚାରିକାନ୍ଧ ମଧ୍ୟ ମିଳିଲାନି। ଫଳରେ ମୃତଦେହକୁ ଟ୍ରଲିରେ ଶ୍ମଶାନକୁ ନେବାକୁ ପଡ଼ିଛି।
ପୁଣେ ଠାରୁ ୨୦ କିଲୋମିଟର ଦୂର ଖାନାପୁର ଗାଁର ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ପୁଣେସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଭେଣ୍ଟିଲେଟର ଦରକାର ପଡ଼ିଥିଲା। ମାତ୍ର ସେଠାରେ ତାଙ୍କୁ ଭେଣ୍ଟିଲେଟର ମିଳି ନ ଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହ ନେବାକୁ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ମଧ୍ୟ ତାହା ଆସି ନ ଥିଲା। ଶେଷରେ ମୃତଦେହକୁ ଟ୍ରଲିରେ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଷ୍ଟରୁ ବାଦ୍‌ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ

ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍‌ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ...

କୋଭିଡ୍‌ ଗାଇଡଲାଇନ ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ, ୧୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବାକୁ...

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ

ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ...

ଭାରତରେ ଜୁନ୍‌-ଜୁଲାଇରେ ବଢ଼ିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ଏମ୍ସ୍‌

ନୂଆଦିଲ୍ଲୀ,୭।୫: ଭାରତରେ ପ୍ରତିଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଜୁନ୍‌ ଏବଂ ଜୁଲାଇ ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି...

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି...

ସଂକ୍ରମଣ ବାଣ୍ଟୁଛି ମୁମ୍ବାଇ ହସ୍ପିଟାଲ: ପିପିଇ ସୁବିଧା ସତ୍ତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ନୂଆଦିଲ୍ଲୀ,୨୧।୪(ପିଟି): ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୪୮୩ଜଣ ସଂକ୍ରମିତ ହୋଇଥିବାବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ସେଥିରୁ...

ଦେଶରେ ବଢୁଛି ନୂଆ କୋଭିଡ୍‌ ଷ୍ଟ୍ରେନ

ନୂଆଦିଲ୍ଲୀ,୪।୧: ଦେଶର ବିଭିନ୍ନ ସ୍ଥାନରୁ ସୋମବାର କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୯ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ନୂତନ ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା...

ଷ୍ଟ୍ରକ୍ଚରାଲ ଆଓ୍ବାର୍ଡ ତାଲିକାରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଅହମ୍ମଦାବାଦ,୫ା୮: ସର୍ଦ୍ଦାର ପଟେଲ୍‌ଙ୍କ ସ୍ମୃତିରେ ଗୁଜରାଟର କେଭାଡିଆ ଟାଉନ୍‌ରେ ନିର୍ମିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ‘ଦି ଷ୍ଟ୍ରକ୍ଚରାଲ ଆଓ୍ବାର୍ଡସ-୨୦୧୯’ର ମନୋନୟନ ତାଲିକାରେ ରହିଛି। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରଙ୍କୁ...

Advertisement


Archives

Model This Week