Posted inଫୁରସତ

୪ଟି ପତ୍ର ଥିବା ଏହି ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା

ଆଜିକାଲି ଇନଡୋର୍‌ ପ୍ଲାଣ୍ଟ ଘରେ ରଖିବା ଏକ ଫ୍ୟାଶନ ପାଲଟିଗଲାଣି। ଘରେ ଶୁଦ୍ଧ ଓ ତାଜା ବାରଣ ପାଇବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ଯେତେ ମହଙ୍ଗା ହେଲେ ବି ନାନା ପ୍ରକାରର ଇନଡୋର୍‌ ପ୍ଲାଣ୍ଟ କିଣିବାକୁ ପଛାଉ ନାହାନ୍ତି। ଯେମିତିକି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ୪ଟି ପତ୍ର ଥିବା ଇନ୍‌ଡୋର୍‌ ପ୍ଲାଣ୍ଟ କିଣିବା ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ।

ଏକ ଗଣମାଧ୍ୟମର ଖବର ମୁତାବକ ଏହି ଛୋଟିଆ ଗଛଟିର ନାମ ହେଉଛି ‘ଫିଲୋଡେଣ୍ଡ୍ରୋନ୍‌ ମିନିମା’। ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ବିଜନେସ୍‌ ସାଇଟ୍‌ ‘ଟ୍ରେଡ ମି’ରେ ଏହି ଗଛ ପାଇଁ ନିଲାମୀ ଡକାଯାଇଥିଲା। ଆଉ ତାହା ଶେଷରେ ୪ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଉକ୍ତ ଗଛଟି ବହୁତ ଖାସ୍‌। ଏହାର ପତ୍ର ଅଧା ସବୁଜ ହୋଇଥିବାବେଳେ ଅଧା ହଳଦିଆ ରଙ୍ଗର। ଏହାର ସବୁଜ ରଙ୍ଗର ଅଂଶ ଦ୍ୱାରା ଆଲୋକ ସଂଶ୍ଲେଷଣ ହୁଏ ଏବଂ ହଳଦିଆ ଅଂଶ ଦ୍ୱାରା ଗଛର ବିକାଶ ହୁଏ। ଆମେରିକା, ଅଷ୍ଟ୍ରେଲିଆ, କାନାଡାରେ ଏହି ଗଛକୁ ବହୁତ ଶୁଭ ବୋଲି ଧରାଯାଏ। ତେଣୁ ନିଜ ପିଲାଭଳି ଯତ୍ନ ନେଇ ଏହାକୁ ଘରେ ରଖନ୍ତି। ଏହାକୁ ରଖିଲେ ଘରର ଆର୍ଥିକ ସ୍ଥିତି ଦୂର ହୁଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଅନ୍‌ ଲାଇନ୍‌ ସାଇଟ୍‌ରେ ଏହାର ବହୁତ ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri