କୋଭିଡ୍‌ ଡେଡ୍‌ଲାଇନ ମାର୍ଚ୍ଚ ୧୧

ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍‌ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା କେସ୍‌ ଶୀର୍ଷରେ ପହଞ୍ଚିବା ପରେ ଏହି ସଂଖ୍ୟା ଏବେ କମୁଥିବା ଦେଖାଯାଇଛି। ଯଦି ଏହା ଭିତରେ କୌଣସି ନୂଆ ଭାରିଆଣ୍ଟ ନ ଆସେ ଏବଂ ଲୋକେ ସତର୍କତା ଅବଲମ୍ବନ ଜାରି ରଖନ୍ତି ତେବେ ଆସନ୍ତା ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ୍‌ ସଂକ୍ରମଣ ସଂଖ୍ୟା ବହୁମାତ୍ରାରେ କମିଯିବ। ଯଦି ଓମିକ୍ରନ୍‌ ଭାରିଆଣ୍ଟ ସମ୍ପୂର୍ଣ୍ଣ ଭାବେ ଡେଲ୍ଟା ସ୍ଥାନକୁ ଅକ୍ତିଆର କରିନିଏ ତେବେ କରୋନାର ଅନ୍ତ (ଏଣ୍ଡେମିକ୍‌) ଆରମ୍ଭ ହୋଇଯିବ ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ମହାମାରୀ ବା ଏପିଡେମିଓଲୋଜିକାଲ ଡିପାର୍ଟମେଣ୍ଟର ମୁଖ୍ୟ ସମୀରନ୍‌ ପଣ୍ଡା ଦାବି କରିଛନ୍ତି।
ଉପରେ ହୋଇଥିବା ଗାଣିତିକ ପ୍ରୋଜେକସନ ଅନୁସାରେ ଡିସେମ୍ବର ୧୧ରୁ ଆରମ୍ଭ ହୋଇଥିବା ଓମିକ୍ରନ୍‌ ଲହର ୩ ମାସ ପର୍ଯ୍ୟନ୍ତ ରହିବ। ମାର୍ଚ୍ଚ ୧୧ ପରଠାରୁ ସଂକ୍ରମଣ ହାର ଯଥେଷ୍ଟ କମ୍‌ ରହିବ। ତେବେ ଏ ଦିଗରେ ଅଧିକ ନିଶ୍ଚିତ ହେବା ପୂର୍ବରୁ ଆମକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କୋଭିଡ୍‌ କେସ୍‌ ଉପରେ ନଜର ରଖିବାକୁ ପଡ଼ିବ। କାରଣ ଏବେ ମଧ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ମାମଲା ଆଖିଦୃଶିଆ ଭାବେ କମିନାହିଁ ବୋଲି ସମୀରନ୍‌ ପଣ୍ଡା କହିଛନ୍ତି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟଗୁଡ଼ିକରେ ମଧ୍ୟ କରୋନା ସ୍ଥିତି ଭିନ୍ନ ରହିଛି। ସେହିପରି ମନ୍‌ଲୁପିରାଭିର୍‌ର ବ୍ୟବହାରକୁ ନେଇ ଡିସିଜିଆଇ ଏବଂ ଆଇସିଏମ୍‌ଆର୍‌ ମଧ୍ୟରେ ମତ ପାର୍ଥକ୍ୟ ଚର୍ଚ୍ଚା ଉପରେ ସେ କହିଛନ୍ତି, ଟିକା ନେଇ ନ ଥିବା ସଂକ୍ରମିତଙ୍କୁ ଏହି ଔଷଧ ଦିଆଯାଇପାରିବ। କିନ୍ତୁ ଜଣେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ଶିଶୁଙ୍କୁ ମନ୍‌ଲୁପିରାଭିର ଦିଆଯିବା ନେଇ କୌଣସି ଗାଇଡ୍‌ଲାଇନ ନାହିଁ। ତେଣୁ ତାହା ପ୍ରୋଟୋକଲ ମଧ୍ୟରେ ଆସୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ...

କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

କରୋନା ଯୋଦ୍ଧାଙ୍କୁ ସମ୍ମାନ: ଯୁଦ୍ଧ ଜାହାଜରେ ଜଳିଲା ଲାଇଟ୍‌

ପାରଦୀପ,୪ା୫(ସ୍ବ.ପ୍ର.): କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଅଭିନବ ଉପାୟରେ ସମ୍ମାନ ଜଣାଯାଇଛି। ପୂର୍ବ ଉପକୂଳ ସୀମାର ସାଗରଦୀପ, ପୁରୀ...

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୧୫।୯: ପଶ୍ଚିମବଙ୍ଗର ମାଲଦା ଜିଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ସୁବୋଧ ପରମାଣିକ। ସେ କାଠ ବ୍ୟବସାୟ କରୁଥିଲେ...

ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି।...

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର: ଜଣେ ପାକିସ୍ତାନି ସମେତ ଜୈଶର ୨ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୩: ଜମ୍ମୁ-କଶ୍ମୀରର ଗନ୍ଦରବଲ ଅଞ୍ଚଳରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆଉ ଜଣେ ଆତଙ୍କବାଦୀ ନିହତ...

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କର ଭାରତ ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳେ ରାଷ୍ଟ୍ରପତି...

ଜୁଲାଇ-ସେପ୍ଟେମ୍ବରରେ ଭାରତରେ ବିକ୍ରି ହୋଇଛି ୫ କୋଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ, ୨୨।୧୦: ଲକ୍‌ ଡାଉନ ଖୋଲିବା ପରେ ଭାରତର ସ୍ମାର୍ଟଫୋନ୍‌ ବଜାରରେ ପୁଣିଥରେ ସୁଧାର ଆସିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷର ୩ୟ ତ୍ରୈ-ମାସିକ କ୍ୱାର୍ଟର...

Advertisement
Archives

Model This Week