Posted inଖେଳ

କୋଭିଡ୍‌-୧୯: ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ ସ୍ଥଗିତ

ନୂଆଦିଲ୍ଲୀ,୭।୪(ପି.ଟି.): ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଘଟୁଥିବାରୁ ଟୁର୍ନାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଚଳିତ ମାସ ଶେଷଆଡ଼କୁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ପରେ ଟୁର୍ନାମେଣ୍ଟ ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ପୂର୍ବରୁ ଅତିବେଶିରେ ମେ’ ମାସରେ ଆୟୋଜନ କରାଯିବ ବୋଲି ଏଆଇଏଫ୍‌ଏଫ୍‌ ତରଫରୁ କୁହାଯାଇଥିଲା।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ଓଡ଼ିଶା କ୍ରୀଡ଼ା ସହ ଆଲୋଚନା କରାଯାଇଥିଲା। ଖେଳାଳି ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି। ସ୍ଥିତିରେ ସୁଧାର ହେଲେ ଏଆଇଏଫ୍‌ଏଫ୍‌, ଓଡ଼ିଶା ସ୍ପୋଟର୍‌ସ ଓ ଅଂଶଗ୍ରହଣକାରୀ ଦଳ ମିଳିତ ଭାବେ ଅନୁଧ୍ୟାନ କରିବେ ବୋଲି ଏଆଇଏଫ୍‌ଏଫ୍‌ କହିଛି। ଦିଲ୍ଲୀରେ ଆୟୋଜନ ହେବାକୁ ଥିବା ପ୍ଲେଅଫ୍‌ ଟୁର୍ନାମେଣ୍ଟ ସ୍ଥଗିତ ରଖିବାର ୩ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ପ୍ଲେଅଫ୍‌ ମ୍ୟାଚ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଉଲ୍ଲେଖଥାଉ କି ଓଡ଼ିଶାରେ କୋଭିଡ୍‌-୧୯ ମାମଲା ସୋମବାର ଓ ମଙ୍ଗଳବାର ୫୦୦ରୁ ଊର୍ଦ୍ଧ୍ୱ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିକ ରନ୍‌ ଦେବା ପରେ ବି ଏହି କାରଣ ପାଇଁ ସ୍ପିନରଙ୍କୁ ବୋଲିଂ ଦେଲେ କୋହଲି

ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଶୋଚନୀୟ ପରାଜୟ ଭୋଗ କରିବାକୁ ପଡ଼ିଛି। ଏହି ପରାଜୟ ଦଳର ପାଇଁ ଦୁଇ...

ହୋଲ୍ଡରଙ୍କୁ ୬ ଉଇକେଟ୍‌: ଇଂଲଣ୍ଡ ୨୦୪ରେ ସୀମିତ

ସାଉଥାମ୍ପଟନ, ୯।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ୪ ମାସ ବ୍ରେକ୍‌ ପରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି।...

୧୭ର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱର ସମେତ ୫ ସହର ଅନୁଧ୍ୟାନ

ମୁମ୍ବାଇ, ୧୨।୯(ପି.ଟି.)- ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ବିଶ୍ୱରେ ଫୁଟବଲ...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ:  ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲୌସାନ୍ନେ,୧୨।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କୁ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳି...

ଚଟ୍ଟୋଗ୍ରାମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବୃହତ ବିଜୟ

ଚଟ୍ଟୋଗ୍ରାମ,୧୮।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ବୃହତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ର ଅନ୍ତିମ ଦିବସରେ ବିରୋଧୀ ଟିମ୍‌କୁ ଦଳ ୧୮୮...

ଶରଣାର୍ଥୀ ଦଳ ମୁଖ୍ୟ କରୋନା ପଜିଟିଭ

ଟୋକିଓ,୧୯।୭: ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଶରଣାର୍ଥୀ ଦଳ ମୁଖ୍ୟ ପୂର୍ବତନ ଡିଷ୍ଟାନ୍ସ ରନର ଟେଗ୍‌ଲା ଲୋରୋପ କରୋନା ପଜିଟିଭ ବୋଲି ଜଣାପଡିଛି। କୋଭିଡ୍‌-୧୯ ଟେଷ୍ଟରେ...

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ...

ମହିଳା ତ୍ରି-ରାଷ୍ଟ୍ରୀୟ କ୍ରିକେଟ୍‌: ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଭାରତ

ମେଲବୋର୍ନ, ୬।୨ (ପି.ଟି.): ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଶୁକ୍ରବାର ଇଂଲଣ୍ଡକୁ...

Advertisement
Archives

Model This Week