Posted inଖେଳ

କୋଭିଡ୍‌-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର

ସିଡ୍‌ନୀ,୩।୬(ପି.ଟି.): କୋଭିଡ୍‌- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍‌ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। କ୍ରିକେଟରମାନେ ଇଣ୍ଡିଆ କୋଭିଡ୍‌ ଅପିଲ୍‌ ନେଇ ୟୁନିସେଫ ଅଷ୍ଟ୍ରେଲିଆ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଗୁରୁବାର ଏକ ୧୨ ଘଣ୍ଟିଆ ଗେମିଂ ଲାଇଭ୍‌ ଷ୍ଟ୍ରିମ୍‌ରେ ଅଂଶଗ୍ରହଣ କରିଛନ୍ତି।
ଦ୍ରୁତ ବୋଲର ଜୋଶ ଲାଲୋରଙ୍କ ମାନସ ସନ୍ତାନ କୁହାଯାଉଥିବା ଏହି ଗେମିଂ ଲାଇଭ୍‌ ଷ୍ଟ୍ରିମ୍‌ରେ କୁମିନ୍ସ, ସ୍ପିନର ନାଥନ ଲିୟନ ଓ ଦ୍ରୁତ ବୋଲର ଯୋଡି ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ ସାମିଲ ହେବେ। ଏହି ଲାଇଭ୍‌ ଷ୍ଟ୍ରିମ୍‌ର କ୍ରିକେଟରମାନେ ସେମାନଙ୍କ କ୍ରୀଡ଼ା କୌଶଳ ଓ କ୍ରିକେଟ ସମ୍ପର୍କିତ ଅନ୍ୟ ବିଷୟରେ ନିଜର ଅଙ୍ଗେନିଭାଇଥିବା କଥା କହିବେ। ଏହି କାର୍ଯ୍ୟକ୍ରମରୁ ୧ ଲକ୍ଷ ଅଷ୍ଟ୍ରେଲିଆନ ଡଲାର ସଂଗ୍ରହ କରାଯିବ ବୋଲି କୁହାଯାଇଛି।
ଏହି ଫଣ୍ଡରେଜର ତଥା ପାଣ୍ଠି ସଂଗ୍ରହ ଅଭିଯାନ ଭାରତୀୟ ସମୟ ଅନୁସାରେ ୧.୩୦ରୁ ଆରମ୍ଭ ହେବ। ଏଥିରେ ସାମିଲ ହେବାକୁ ଥିବା ଅନ୍ୟ କ୍ରିକେଟରମାନେ ହେଲେ ଅଲରାଉଣ୍ଡର ମୋଇସେସ ହେନେରିକ୍ସ, ମହିଳା କ୍ରିକେଟର ଅଲିସା ହିଲି ଓ ଦକ୍ଷିଣ ଆଫ୍ରିକାର ରିଲି ରୋଷୋ। ଜଣେ ଅଷ୍ଟ୍ରେଲୀୟ କ୍ରିକେଟର ଭାବେ ଭାରତୀୟ ନାଗରିକଙ୍କ ସହ ଆମର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି ବୋଲି ଲାଲୋର କହିଛନ୍ତି। ଯଦି ଏହି ଅଭିଯାନରେ ଆମେ ସଫଳ ହେବୁ ତା’ହେଲେ ଏହି ପ୍ରକ୍ରିୟା ଆଗକୁ ଚାଲୁ ରହିବ ବୋଲି ସେ କହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ନିକ୍‌ ହୋକ୍‌ଲି ଓ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନର ସିଇଓ ମଧ୍ୟ ଏହି ଲାଇଭ୍‌ ଷ୍ଟ୍ରିମ୍‌ରେ ଉପସ୍ଥିତ ରହିବେ ଓ ନିଜର ମତ ରଖିବେ। ଲାଲୋରଙ୍କ ଟୁଇଟର ପେଜ୍‌ରେ ଏହି ଲାଇଭ ଷ୍ଟ୍ରିମ୍‌ ଉପଲବ୍ଧ ହେବ। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟରମାନେ ୨ ଲକ୍ଷ ୮୦ ହଜାର ଅଷ୍ଟ୍ରେଲିଆନ ଡଲାର ପାଣ୍ଠି ସଂଗ୍ରହ କରିସାରିଛନ୍ତି। ଭାରତରେ ଏବେ ମଧ୍ୟ କରୋନା ମହାମାରୀର ପ୍ରବଳ ପ୍ରକୋପ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri