‘କରୋନା ସହ ଆସିଛି ସୂଚନା ମହାମାରୀ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଆମେ ସମସ୍ତେ ଏକ ବୈଶ୍ୱିକ ସଙ୍କଟ ମଧ୍ୟଦେଇ ଗତି କରୁଛୁ। ବର୍ତ୍ତମାନ କରୋନା ମହାମାରୀ ସହ ତାଳଦେଇ ସୂଚନା ମହାମାରୀ (ଇନ୍‌ଫୋଡେମିକ) ମଧ୍ୟ ଦେଖାଦେଇଛି। ଗଣମାଧ୍ୟମ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ହୋଇପଡ଼ିଛି, ଯାହା ଏହାର ଛବିକୁ ପ୍ରଭାବିତ କରିବା ସହିତ ବିଶ୍ୱସନୀୟତା ହରାଇବା ଭଳି ଦୃଶ୍ୟମାନ ହେଉଛି। ଏଭଳି ସମୟରେ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବା ଆବଶ୍ୟକ। ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଅତ୍ୟଧିକ ଖବର ପ୍ରସାରଣ ଦ୍ୱାରା ଜନସାଧାରଣଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଗଣମାଧ୍ୟମରେ କେବଳ କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ଖବର ପ୍ରସାରଣ କରା ନ ଯାଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ମଧ୍ୟ ଜୋର୍‌ ଦିଆଯିବା ଆବଶ୍ୟକ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି।
ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ‘କୋଭିଡ୍‌-୧୯ ପରିଚାଳନାରେ ଗଣମାଧ୍ୟମ’ର ଭୂମିକାକୁ ନେଇ ଆୟୋଜିତ ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସତପଥୀ କହିଲେ, କରୋନା ସମ୍ପର୍କିତ ଖବର ନିଶ୍ଚିତ ଭାବେ ପ୍ରକାଶ ପାଉ। ମାତ୍ର ଏସବୁ ଖବର ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।
ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଓ୍ବେବିନାରରେ ଓଡ଼ିଶା ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଲେ, କରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି। ବର୍ତ୍ତମାନର ଆହ୍ବାନପୂର୍ଣ୍ଣ ସମୟରେ ସରକାରୀ ବ୍ୟବସ୍ଥା ଚାପଗ୍ରସ୍ତ ରହିଛି। ଗଣମାଧ୍ୟମ ସୂଚନା ପ୍ରସାରଣ ମାଧ୍ୟମରେ ବ୍ୟବସ୍ଥାକୁ ସହଯୋଗ ଯୋଗାଇ ଦେଉଛି। ତେବେ ଗଣମାଧ୍ୟମ ନକାରାତ୍ମକ ନୁହେଁ, ବରଂ ସକାରାତ୍ମକ ଖବର ପ୍ରସାରଣ କଲେ ଖୁବଶୀଘ୍ର ମହାମାରୀର ସଙ୍କଟ ଦୂର ହେବ। ସରକାର ଓ ପ୍ରଶାସନ ଗଣମାଧ୍ୟମ ସହ ରହିଛି ବୋଲି ସେ କହିଥିଲେ। ଆଲୋଚକ ଭାବେ ଯୋଗଦେଇ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ କହିଲେ, ଗଣମାଧ୍ୟମ ବିଶେଷକରି ଖବରକାଗଜ ସଂସ୍ଥାଗୁଡ଼ିକ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି। ଏଭଳି ସମୟରେ କେବଳ ନକାରାତ୍ମକ ଖବର ପ୍ରସାରଣ ନ କରି ସକାରାତ୍ମକ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଚିତ ବୋଲି ସେ କହିଥିଲେ। କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ୱସନୀୟ ହେବା ଜରୁରୀ ବୋଲି ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶା ବାଇଟ୍ସ’ ଏବଂ ‘ଓଡ଼ିଶା ସମ୍ବାଦ’ର ଗ୍ରୁପ୍‌ ସମ୍ପାଦକ ସନ୍ଦୀପ ମିଶ୍ର ଏବଂ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କହିଥିଲେ।
ଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଛାପା ଗଣମାଧ୍ୟମର ଭବିଷ୍ୟତ ସଂକ୍ରାନ୍ତରେ ସତପଥୀ କହିଥିଲେ, ଛାପା ଗଣମାଧ୍ୟମର ଏକ ସ୍ବତନ୍ତ୍ର ବିଶ୍ୱସନୀୟତା ରହିଛି। କିଛି ଲୋକ ଡିଜିଟାଲ ଗଣମାଧ୍ୟମ ମୁହଁା ହୋଇଥିଲେ ବି ଭାରତ ଭଳି ଦେଶରେ ସବୁ ଲୋକଙ୍କ ପାଖରେ ଇଣ୍ଟରନେଟ ସଂଯୋଗ, କମ୍ପ୍ୟୁଟର, ସ୍ମାର୍ଟଫୋନ ଭଳି ସମ୍ବଳ ନ ଥିବାରୁ ଛାପା ଗଣମାଧ୍ୟମର ଗୁରୁତ୍ୱ ଅତି କମ୍‌ରେ ଆହୁରି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ରହିବ ବୋଲି ସତପଥୀ କହିଥିଲେ। ଭୁବନେଶ୍ୱର ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଅତିଥି ପରିଚୟ ଦେବାସହ ୱେବିନାରକୁ ପରିଚାଳନା କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରୀଛାତ୍ର, ଗବେଷକ ଓ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିଏଆର୍‌-ସିଆଇଡବ୍ଲ୍ୟୁଏ ସହ ସୋଆର ଚୁକ୍ତିନାମା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ):  ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଭୁବନେଶ୍ୱରସ୍ଥିତ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଓ୍ବିମେନ୍‌ ଇନ୍‌ ଏଗ୍ରିକଲ୍ଚର(ସିଆଇଡବ୍ଲ୍ୟୁଏ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ସୋମବାର...

ମଦ ଦୋକାନ ଆଗରେ ପିସିଆର ଭ୍ୟାନ୍‌ ଫଟୋ ଭାଇରାଲ ଘଟଣା: ପୋଲିସ କର୍ମଚାରୀଙ୍କୁ ବ୍ରେଥ ଆନାଲାଇଜରରେ ଯାଞ୍ଚ

ବାରିପଦା ଅଫିସ,୪ା୧୦-ବାରିପଦା ସହର ପାଳବଣି ବାଏପାସସ୍ଥିତ ଏକ ବିଦେଶୀ ମଦଦୋକାନ ସମ୍ମୁଖରେ ପୋଲିସର ପିସିଆର ଭ୍ୟାନ ଗୁରୁବାର ଅପରାହ୍ନ ପ୍ରାୟ ୨ ଟା ୪୫ ସମୟରେ...

ଜୁଲାଇ ପହିଲା ଯାଏ ବିଚାର ବିଭାଗୀୟ ହାଜତରେ ରହିବେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପାଟଣାଗଡ଼ ବିଧାୟକ ସରୋଜ ମେହେର ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି...

ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଅପରେଶନ ‘ସ୍ବାଭିମାନ’ରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ଅପରେଶନ ସ୍ବାଭିମାନ ସଫଳ ହୋଇଛି। ଜାନୁୟାରୀ ୮ରୁ ଆରମ୍ଭ ହୋଇ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିଥିବା ଏହି...

ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ...

ରଥଯାତ୍ରା ପାଇଁ ଅର୍କକ୍ଷେତ୍ର ଉତ୍ସବମୁଖର

କୋଣାର୍କ, ୪।୭(ଡି.ଏନ୍‌.ଏ.)-ଅର୍କକ୍ଷେତ୍ର କୋଣାର୍କରେ ଘୋଷଯାତ୍ର ମହାସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ ଟେମ୍ପୁଲ ଟ୍ରଷ୍ଟ ରାଜାରାମ ମଠ ପକ୍ଷରୁ ଆୟୋଜିତ ଘୋଷଯାତ୍ରା ନିମନ୍ତେ ଗୁରୁବାର ପ୍ରତ୍ୟୁଷରୁ ମହାପ୍ରଭୂଙ୍କର...

୧୧,୨୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ...

ଆଜି ଆଉ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧି

ଭୁବନେଶ୍ୱର,୯ା୫(ବ୍ୟୁରୋ): ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଥିବା ବେଳେ ଗତକାଲିଠାରୁ ଆଜି ଅର୍ଥାତ୍‌ ରବିବାର ମୃତ୍ୟୁସଂଖ୍ୟା ମଧ୍ୟ କମିଛି। କରୋନା ରବିବାର ୧୯ ଜଣଙ୍କ...

Advertisement
Archives

Model This Week