ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ୫୦ ପ୍ରତିଶତ ଫଳପ୍ରଦ, ଏମ୍ସ୍‌ ରିପୋର୍ଟ…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ୫୦ ପ୍ରତିଶତ ଫଳପ୍ରଦ।

ଲାନସେଟ ପତ୍ରିକାରେ ପ୍ରକାଶିତ ଭାରତୀୟ ଟିକାକରଣର ରିଅଲ ୱାଲର୍‌ଡ ଆକସେସରେ ଏହି ଦାବି କରାଯାଇଛି। ଅବଶ୍ୟ, ଲାନସେଟରେ ପୂର୍ବରୁ ପ୍ରକାଶିତ ଏକ ମଧ୍ୟବର୍ତ୍ତୀ ଅଧ୍ୟୟନର ଫଳାଫଳ ଦର୍ଶାଯାଇଥିଲା ଯେ କୋଭାକ୍ସିନ ଦୁଇଟି ଡୋନ୍‌ ବିବିଭି-୧୫୨ ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ। କିନ୍ତୁ ବର୍ତ୍ତମାନ ଭାରତରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି।

ଏହି ନୂତନ ଅଧ୍ୟୟନରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୫ ଏପ୍ରିଲ୍‌ରୁ ମେ‘ ୧୫ ମଧ୍ୟରେ ୨,୭୧୪ ହସ୍ପିଟାଲ କର୍ମଚାରୀଙ୍କ ମୂଲ୍ୟାଙ୍କନ ଆଧାରରେ କରାଯାଇଛି। ଗବେଷକମାନେ ସୂଚାଇ ଦେଇଛନ୍ତି ଯେ ଭାରତରେ ଡେଲ୍ଟା ଭାରିଆଣ୍ଟ ଅଧିକ ପ୍ରଭାବ ବିସ୍ତାର କରିଛି। ଏହା ମୋଟ ଚିହ୍ନଟ ମାମଲାର ପ୍ରାୟ ୮୦ ପ୍ରତିଶତ।

ନୂଆଦିଲ୍ଲୀ, ଏମ୍ସ୍‌ର ମେଡିସିନ ର ଅତିରିକ୍ତ ପ୍ରଫେସର ମନୀଷ ସୋନେଜା କହିଛନ୍ତି, ଆମର ଅଧ୍ୟୟନ ବିବିଭି-୧୫୨(କୋଭାକ୍ସିନ୍‌) କିପରି କାର୍ଯ୍ୟ କରୁଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଦ୍ରୁତ ଟିକା ଟିକାକରଣ କାର୍ଯ୍ୟକ୍ରମ ମହାମାରୀ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

ଏହା ସହିତ ସାଧାରଣ ଜନସ୍ବାସ୍ଥ୍ୟ ନୀତି ଅନ୍ତର୍ଗତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବେଶ୍‌ ପ୍ରଭାବଶାଳୀ ହୋଇ ପାରିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?