ପିଲାଙ୍କ ଉପରେ ହେବ କୋଭାକ୍ସିନ୍‌ ଟିକା ପରୀକ୍ଷା: ମିଳିଲା ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ ପିଲାଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ କିଶୋରଙ୍କ ପାଇଁ କରୋନା ଟିକାର ଟ୍ରାଏଲ ପାଇଁ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ଅନୁମତି ମିଳିଛି। ଏନେଇ ଗୁରୁବାର ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଏସମ୍ପର୍କିତ ଆବେଦନକୁ ମଞ୍ଜୁରୀ ମିଳିଛି। ଟିକାର କ୍ଲିନିକାଲ ଟ୍ରାଏଲ୍‌ ୫୨୫ ଜଣ ଭଲ୍ୟୁଣ୍ଟରଙ୍କଠାରେ କରାଯିବ। କରୋନାର ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ଭାରତ ବାୟୋଟେକ୍‌ ପକ୍ଷରୁ ୨ ବର୍ଷରୁ ୧୮ ପର୍ଯ୍ୟନ୍ତଙ୍କ ପାଇଁ ଟିକା ପ୍ରସ୍ତୁତି ଆରମ୍ଭ କରିଥିଲା। କରୋନା ଟିକା ପାଇଁ ଗଠନ କରାଯାଇଥିବା ସବଜେକ୍ଟ୍‌ ଏକ୍ସପର୍ଟ କମିଟିକୁ ମଙ୍ଗଳବାର ଏନେଇ ସୁପାରିଶ୍‌ କରାଯାଇଥିଲା। ଏହାପରେ ଡିସିଜିଆଇ ପକ୍ଷରୁ ଏଥିଲାଗି ଅନୁମତି ମିଳିଛି। ଟିକାର ଦୁଇ ଡୋଜ୍‌ ମଧ୍ୟରେ ୨୮ ଦିନର ଅନ୍ତର ରଖାଯିବ। ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଏହାକୁ ଛୋଟ ପିଲାଙ୍କୁ ଦିଆଯିବ। ଦିଲ୍ଲୀ ଏମ୍ସ ପାଟନା ଏମ୍ସ୍‌ ଏବଂ ନାଗପୁର ଏମ୍‌ଆଇଏମଏସ୍‌ରେ କ୍ଲିନିକାଲ ଟ୍ରାଏଲ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା କୋର୍ଟଙ୍କର କାମ ନୁହେଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୫ : ସମାଜକୁ ସଦାଚାର, ନୈତିକତା ଶିକ୍ଷା ଦେବା ଅବା ଏହାର ପ୍ରଚାର କରିବା କୋର୍ଟଙ୍କର କାମ ନୁହେଁ। ଏହା ସେପରି ଏକ ଅନୁଷ୍ଠାନ ନୁହେଁ।...

ଦିଦିଙ୍କ ଘର ସଜଡ଼ା ଆରମ୍ଭ: ଜିତେନ୍ଦ୍ର ନେଲେ ୟୁ-ଟର୍ନ

କୋଲକାତା,୧୯।୧୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଭାଜପା ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ମିଶନ ପଶ୍ଚିମବଙ୍ଗ ଆରମ୍ଭ ହୋଇଛି। ଶାସକ ତୃଣମୂଳର ବରିଷ୍ଠ ନେତାଙ୍କୁ...

ନିର୍ବାଚନ ଫଳାଫଳ ପୂର୍ବରୁ ଚର୍ଚ୍ଚାକୁ ଆସିଲା ଭାଜପା କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ଏବଂ କିଏ ଶାସନ କ୍ଷମତା...

ମହିଳାଙ୍କୁ ଧରା ପକାଇ ଦେଲା ସିସିଟିଭି

ନୂଆଦିଲ୍ଲୀ,୧୬।୬: ଜଣେ ମହିଳାଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇବା ନେବା ଘଟଣାରେ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଆଧାରରେ ଅଭିଯୁକ୍ତା ଜ୍ୟୋତିଙ୍କୁ...

ଫେରିଲେ ନିଖୋଜ କଂଗ୍ରେସ ବିଧାୟକ

ଭୋପାଳ,୯ା୩(ପି.ଟି.): ମଧ୍ୟପ୍ରଦେଶ ଶାସକ ଦଳର ନିଖୋଜ ଥିବା ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣ ଫେରିଆସିଲେଣି। ବାକି ୨ ଜଣ ଫେରୁଥିବା ଦଳ ପକ୍ଷରୁ ସୂଚନା...

ବାହା ହେବାକୁ ଯାଉଥିଲେ ବର ରାସ୍ତାରେ ଘଟିଲା ଏମିତି, ଆଉ ତା’ ପରେ

ସାଧାରଣତଃ ବିବାହରେ ସମସ୍ତେ ବ୍ୟସ୍ତଥାନ୍ତି। ଏହି ସମୟରେ ସମସ୍ତଙ୍କ ନଜର ବରଯାତ୍ରୀଙ୍କ ନାଚ ଉପରେ ଥାଏ, ଯେଉଁଥିପାଇଁ ଚୋର ଏହାର ସୁଯୋଗ ନେଇ ଚୋରି କରନ୍ତି।...

ଓୟୋ ବି କରିବ ଛଟେଇ, ଚାକିରି ହରାଇବେ ୬୦୦ କର୍ମଚାରୀ

ନୂଆଦିଲ୍ଲୀ,୩।୧୨: ଛଟେଇ କରିବ ଓୟୋ। ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାକଲେ ୧୦ ଲକ୍ଷ

ଚଣ୍ଡୀଗଡ଼, ୩ା୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୋଲିସ ଜବତ କରିଛି।...

Advertisement
Archives

Model This Week