ଜଳସମ୍ପଦ ବିଭାଗର ୩ କାର୍ଯ୍ୟାଳୟ ଅସବାବପତ୍ର ବ୍ୟାଜାପ୍ତି ନୋହିଲା

ସମ୍ବଲପୁର,୪।୪(ପ୍ରମୋଦ ବହିଦାର): ଠିକା ସଂସ୍ଥାର ବକେୟା ବିଲ ଅର୍ଥ ପଇଠ ନ କରିବାରୁ ସମ୍ବଲପୁର ଜଳସମ୍ପଦ ବିଭାଗର ୩ଟି କାର୍ଯ୍ୟାଳୟର ଆସବାବପତ୍ର ବ୍ୟାଜାପ୍ତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ କୋର୍ଟ କର୍ମଚାରୀ ଖାଲି ହାତରେ ପହଞ୍ଚିଛନ୍ତି। ବୁର୍ଲାସ୍ଥିତ ଅପର ମହାନଦୀ ବେସିନ ପ୍ରବନ୍ଧକ ତଥା ମୁଖ୍ୟଯନ୍ତ୍ରୀ, ହୀରାକୁଦ ଡ୍ୟାମ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଓ ସମ୍ବଲପୁର ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଆଦି ୩ କାର୍ଯ୍ୟଳୟର ସମସ୍ତ ଅସ୍ଥାବର ଓ ଅସବାବପତ୍ର ବ୍ୟାଜାପ୍ତି ପାଇଁ ସମ୍ବଲପୁର ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟଙ୍କ ପ୍ରୋସେସର ସର୍ଭର(କର୍ମଚାରୀ)ମାନେ ଠିକାସଂସ୍ଥାର ଓକିଲଙ୍କ ସହ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ଅସବାବପତ୍ର ବ୍ୟାଜାପ୍ତି ନିର୍ଦ୍ଦେଶାନାମା ପରିଦର୍ଶନ କରିଥିଲେ। ମାତ୍ର ଅପର ମହାନଦୀ ବେସିନ ନାମରେ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ବର୍ତ୍ତମାନ ଉକ୍ତ ସଂସ୍ଥାର ନାମ ପରିବର୍ତ୍ତନ ହୋଇ କେବଳ ମହାନଦୀ ବେସିନ ହୋଇଯାଇଛି। ତେଣୁ କୋର୍ଟ କର୍ମଚାରୀ ଓ ଓକିଲ ଉକ୍ତ ୩ କାର୍ଯ୍ୟାଳୟର କୌଣସି ଆସବାବପତ୍ର ବ୍ୟାଜାପ୍ତ କରି ନ ପାରି ଖାଲି ହାତରେ ଫେରି ଆସିଥିଲେ।

ମିଳିଥିବା ସୂଚନା ମୁତାବକ, ଗତ ୨୦୦୦ରେ ସମ୍ବଲପୁର ରିଂ ରୋଡର କାମ କରିଥିବା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ନାମକ ଠିକା ସଂସ୍ଥାକୁ ଏହିବାବଦରେ ୫୨ ଲକ୍ଷ ଟଙ୍କାର ବକେୟା ଅର୍ଥ ମିଳି ନ ଥିଲା। ଫଳରେ ସମ୍ପୃକ୍ତ ଠିକାସଂସ୍ଥା ଏନେଇ ୨୦୦୯ରେ ସମ୍ବଲପୁର ସିନିୟର ସିଭିଲ ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହି ସମୟରେ ବକେୟା ଥିବା ଅର୍ଥ ସୁଧ ମୂଳ ମିଶି ୧କୋଟି ୩୬ ଲକ୍ଷ ଟଙ୍କା ହୋଇଥିଲା। ତେବେ ଟଙ୍କା ପଇଠ ନ ହେବାରୁ ବାର୍ଷିକ ୬ ପ୍ରତିଶତ ସୁଧ ହାରରେ ବକେୟା ଟଙ୍କା ପଇଠ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ହେଲେ ବକେୟା ଅର୍ଥ ମିଳି ନ ଥିଲା । ବାରମ୍ବାର କୋର୍ଟ ନୋଟିସ ସତ୍ତ୍ବେ ଜଳସମ୍ପଦ ବିଭାଗ ପକ୍ଷରୁ ବକେୟା ଅର୍ଥ ପଇଠ ନ ହେବାରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବକେୟା ଥିବା ଅର୍ଥ ସୁଧ ମୂଳ ମିଶି ୧କୋଟି ୮୮ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଅପରପକ୍ଷେ ବାରମ୍ବାର ନୋଟିସ ସତ୍ତ୍ବେ ବକେୟା ଅର୍ଥ ପଇଠ ନ ଦେବାରୁ ଜଳସମ୍ପଦ ବିଭାଗ ସମ୍ବଲପୁରର ୩ଟି କାର୍ଯ୍ୟାଳୟର ସମସ୍ତ ପ୍ରକାର ଅସ୍ଥାବର ସମ୍ପତ୍ତି ଓ ଆସବାବପତ୍ରକୁ ଅଦାଲତ ପକ୍ଷରୁ ବ୍ୟାଜାପ୍ତ କରିବାକୁ ଅଦାଲତ ପକ୍ଷରୁ ପଦକ୍ଷେପ ନିଆ ଯାଇଥିଲା। ଯାହା କାର୍ଯ୍ୟକାରୀ ହୋଇ ପାରି ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri