Posted inଜାତୀୟ

ପାଗ ଖରାପ ଯୋଗୁ ହୋଇଛି ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ,୧୪ ।୧: ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଖରାପ ପାଗ ଯୋଗୁ ହୋଇଛି । ଏହି ଘଟଣାକୁ ନେଇ ‘ଟ୍ରାଇ ସର୍ଭିସେସ କୋର୍ଟ ଅଫ୍ ଇନକ୍ୱାରି’ ତା’ର ପ୍ରାରମ୍ଭିକ ରିପୋର୍ଟ ଶୁକ୍ରବାର ପ୍ରଦାନ କରିଛି । ତେବେ ହେଲିକପ୍ଟରରେ ଯାନ୍ତ୍ରିକ ତୃଟି ଅବା ବେପରୁଆ ମନୋଭାବ ଯୋଗୁ ଏହା ଦୁର୍ଘଟଣା ହୋଇ ନ ଥିବା ସ୍ପଷ୍ଟ କରାଯାଇଛି । ଏହା ମଧ୍ୟ କୌଣସି ପ୍ରକାର ଯୋଜନା ବଦ୍ଧ ଦୁର୍ଘଟଣା ନୁହେଁ । ରିପୋର୍ଟରେ କୁହାଯାଇଛି କି ଖରାପ ପାଗ ଯୋଗୁ ବାଦଲ ମଧ୍ୟକୁ ପଶି ଯିବାରୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା । ଟେକନିକାଲ ଭାଷାରେ ଏହାକୁ ସିଏଫଆଇଟି ଅର୍ଥାତ୍ କଣ୍ଟ୍ରୋଲ ଫ୍ଲାଇଟ ଇନଟୁ ଟେରେନ ବୋଲି କୁହାଯାଏ । ସୂଚନାଯୋଗ୍ୟ, ବାୟୁସେନାର ଏମ ଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ, ୨୧।୧୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍‌ ଟିକା ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏବଂ ଏପ୍ରିଲ ବେଳକୁ...

ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଯିବେ ବିଶ୍ୱର ଆଉ ୯.୫ କୋଟି

ନୂଆଦିଲ୍ଲୀ,୭।୪: କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ସଙ୍କଟ ଆଡ଼କୁ ନେଲାଣି। ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଲୋକଙ୍କ ଜୀବନଜୀବିକା ଉପରେ ମହାମାରୀ ଗଭୀର ପ୍ରଭାବ...

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ...

ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସିଙ୍ଘୁ, ଗାଜିପୁର,ଟିକରି ଆଦି ଅଞ୍ଚଳ ଏବଂ ଏହାର...

କୁମାରସ୍ବାମୀଙ୍କ ଇସ୍ତଫା ଦାବିରେ ଧାରଣାରେ ବସିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ ସେଠାକାର ରାଜନୀତି ସମ୍ପୂର୍ଣ୍ଣ ବଦଳି ଯାଇଛି। କଂଗ୍ରେସ-ଜେଡିଏସ ମେଣ୍ଟ ବଞ୍ଚାଇବା...

ସାଇବର ଠକଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ନୂଆଦିଲ୍ଲୀ, ୭ା୪ : ନିରୀହ ଲୋକଙ୍କୁ ଠକିବା ବଦଳରେ ମୋ ପାଖକୁ ଆସ। ମୁଁ ତୁମକୁ ସମ୍ମାନଜନକ ଚାକିରି ଦେବି। ଟଙ୍କା ପାଇଁ ଲୋକଙ୍କୁ ଠକିବା...

୩ ବର୍ଷରେ ଟ୍ରେନ୍‌, ଷ୍ଟେଶନ ପରିସରରେ ହୋଇଛି ୧୬୫ ବଳାତ୍କାର ଘଟଣା: ଆର୍‌ଟିଆଇ ରିପୋର୍ଟ

ନୂଆଦିଲ୍ଲୀ,୨।୩: ଟ୍ରେନ୍‌ରେ ଯାତ୍ରା କରିବା ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ଏହା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଦ୍ୱାରା କରାଯାଇଥିବା ଏକ ଆବେଦନ ରିପୋର୍ଟରୁ ଜଣାପଡ଼ିଛି।...

ସିଏ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା: ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍‌’ ସମ୍ବନ୍ଧରେ...

Advertisement


Archives

Model This Week