Posted inଜାତୀୟ

ମାଙ୍କଡ଼ ପାଇଁ ପୋଲିସକୁ କୋର୍ଟ ନୋଟିସ

ଜୟପୁର,୭।୫: ରାଜସ୍ଥାନ ରାଜଧାନୀ ଜୟପୁରର ଚାନ୍ଦଓ୍ବାଜିରୁ ମାଙ୍କଡ଼କୁ ନେଇ ଅଜବ ଘଟଣା ସାମ୍‌ନାକୁ ଆସିଛି। ଏକ ହତ୍ୟାକଣ୍ଡର ଶୁଣାଣି ହେବାକୁ ଥିବାବେଳେ ଗୋଟିଏ ମାଙ୍କଡ଼ ପ୍ରମାଣ ବ୍ୟାଗ୍‌ ନେଇ ଚମ୍ପଟ ମାରିଛି। କୋର୍ଟ ଘଟଣା ସମ୍ପର୍କରେ ଅବଗତ ହେବାପରେ ତଦନ୍ତକାରୀ ପୋଲିସଙ୍କ ଅବସାବଧାନତା ଦର୍ଶାଇ ନୋଟିସ ଜାରି କରିଛନ୍ତି।
୨୦୧୬ ସେପ୍ଟେମ୍ବରରେ ଚାନ୍ଦଓ୍ବାଜି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶଶିକାନ୍ତ ଶର୍ମା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଶଶିକାନ୍ତଙ୍କ ମୃତଦେହ ଜବତ ହେବାର ତିନିଦିନ ପୂର୍ବରୁ ସେ ନିଖୋଜ ଥିଲେ। ପ୍ରକାଶିତ ରିପୋର୍ଟ ଅନୁସାରେ ଶଶିକାନ୍ତଙ୍କ ପରିବାର ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦାବି କରିବା ସହ ନ୍ୟାୟ ପାଇଁ ସେମାନେ ଦିଲ୍ଳୀ-ଜୟପୁର ହାଇଓ୍ବେରେ ବିକ୍ଷୋଭ କରିଥିଲେ।
ଚାନ୍ଦଓ୍ବାଜିରୁ ରାହୁଲ ଓ ମୋହନଲାଲ କାଣ୍ଡେରା ନାମରେ ଦୁଇ ଯୁବକଙ୍କୁ ଗିରଫ କରିବାପରେ ପୋଲିସ ସେମାନଙ୍କୁ ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍‌ଙ୍କ କୋର୍ଟରେ ହାଜର କରିଥିଲା। ଶୁଣାଣିବେଳେ ପୋଲିସ ଏକ ବ୍ୟାଗ୍‌ରେ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସାଙ୍ଗକୁ ୧୫ ପ୍ରକାର ପ୍ରମାଣ ରଖିଥିଲା। କୋର୍ଟ ରୁମ୍‌ରେ ଜାଗା ନ ଥିବା କାରଣରୁ ଜଣେ କନଷ୍ଟେବଳ ଏହି ପ୍ରମାଣ ବ୍ୟାଗ୍‌କୁ ଏକ ଗଛତଳେ ରଖିଦେଇଥିବାବେଳେ ଏକ ମାଙ୍କଡ଼ ସେହି ବ୍ୟାଗ୍‌ ନେଇ ଚାଲିଯାଇଥିବା ପୋଲିସ କହିଛି। ମାମଲାର ଶୁଣାଣି ଦୀର୍ଘ ବର୍ଷ ଧରି କୋର୍ଟରେ ଚାଲିଥିବାବେଳେ ନିକଟରେ ବିଜାରପତି କୋର୍ଟରେ ପ୍ରମାଣ ଦାଖଲ ପାଇଁ ତଦନ୍ତକାରୀ ପୋଲିସକୁ କହିଥିଲେ। ତେବେ ଏକ ମାଙ୍କଡ଼ ପ୍ରମାଣ ବ୍ୟାଗ୍‌ ଚୋରି କରି ନେଇଥିବା ପୋଲିସ ଲିଖିତ ଆକାରରେ କୋର୍ଟରେ କହିଛି। ଅସାବଧାନତା କାରଣରୁ ଏହା ହୋଇଥିବାବେଳେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। କିନ୍ତୁ ସମ୍ପୃକ୍ତ କନଷ୍ଟେବଳ ଚାକିରିରୁ ଅବସର ନେବା ସହ ତାଙ୍କ ମୃତ୍ୟୁ ହୋଇସାରିଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri