ଆଇଏଏସ୍‌ ଧିମାନ ଚକମାଙ୍କୁ ମିଳିଲାନି ଜାମିନ, ପୁଣି ଗଲେ ଭବାନୀପାଟଣା ଜେଲ୍‌

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଗତ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା।ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ଭବାନୀପାଟଣା ସ୍ଥିତ ଜିଲା କାରାଗାର (ଜେଲ) ଯିବାକୁ ପଡିଥିଲା। ମଙ୍ଗଳବାର ଆଇଏଏସ ଧିମାନ ଚକମାଙ୍କ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ଦରଖାସ୍ତ କରାଯାଇଥିଲା। ହେଲେ ବିଭିନ୍ନ ଦିଗକୁ ଦେଖି ଜାମିନକୁ ଖାରଜ କରିଛନ୍ତି ସ୍ବନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ବଦ୍ରୀ ନାରାୟଣ ନନ୍ଦ। ଯାହାଫଳରେ ପୁଣି ଥରେ ଆଇଏଏସ୍‌ ଚକମାଙ୍କୁ ଜେଲ ଯିବାକୁ ପଡିଛି।

ପ୍ରକାଶ ଯେ,ଭିଜିଲାନ୍ସ ହାତରେ ଧରାପଡିବା ପରେ ଆଇ ଏ ଏସ ଚକମାଙ୍କୁ ଗତ ୧୦ ତାରିଖରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିଲମ୍ବିତ କରିଥିଲେ।
ଅପରପକ୍ଷେ ପରବର୍ତ୍ତୀ ବେଲ ପିଟିସନ ପାଇଁ ଆଇଏଏସ୍‌ ଚକମା ଉଚ୍ଚ ନ୍ୟାୟଳୟ ତଥା ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଆଇନଜୀବୀ ଦିଲ୍ଲୀପ କୁମାର ସା ପ୍ରକାଶ କରିଛନ୍ତି। ୨୦୨୧ ବ୍ୟାଚ୍‌ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଧୀମାନ ଚକମା ଧର୍ମଗଡ଼ ଉପଜିଲାପାଳ ଭାବେ ଗତ ୨୦୨୪ ଜାନୁୟାରୀରୁ ଅବସ୍ଥାପିତ ଥିଲେ। ଧର୍ମଗଡ ଉପଖଣ୍ଡର ସବ ମାଜିଷ୍ଟ୍ରେଟ ଥିବା ଯୁବ ଆଇଏଏସ୍‌ ଅଫିସର ଧିମାନ ଚକମା ଏବେ କିନ୍ତୁ ଭବାନୀପାଟଣା ଜେଲରେ ବିଚାରାଧିନ ଅଭିଯୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ଧରିତ୍ରୀ ୱେବ ପ୍ରଭାବ: ଯୋଡ଼ା ଲଘୁଚାପଜନିତ କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ...

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ସମ୍ବିଧାନ ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବ ଗଣତନ୍ତ୍ର

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରା ପକ୍ଷରୁ ରବିବାର ସନ୍ଧ୍ୟାରେ ସମ୍ବିଧାନର ମୁଖବନ୍ଧରୁ ଧର୍ମ ନିରପେକ୍ଷତା ଓ ସମାଜବାଦ ଶବ୍ଦର ଉଚ୍ଛେଦ...

ରାଜ୍ୟ ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri