ଏକା ବଂଶରେ ପ୍ରେମ କରିବାରୁ ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ

ବନ୍ଧୁଗଁା,୧୨।୮ (ବେଣୁଧର ଲାବାଲା): ପରମ୍ପରା ଆଗରେ ପ୍ରଶାସନର ଜନ ସଚେତନତା ପଛରେ ପଡ଼ିଛି। ଏପରି ଅମାନବୀୟ କାର୍ଯ୍ୟକଳାପକୁ ରୋକିବାକୁ ସରକାରୀ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ କମୁନି ଅନ୍ଧବିଶ୍ୱାସ। କିଛି ଦିନ ତଳେ ରାୟଗଡ଼ା ଜିଲାର କଞ୍ଜାମଯୋଡ଼ି ଓ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ ପେଦା ଇଟିକି ଗଁାରେ ବଳଦ ଦଣ୍ଡ ଭଳି ଅସାମାଜିକ ବ୍ୟବସ୍ଥାର ନିଦର୍ଶନ ଦେଖିବାକୁ ମିଳିଥିଲା। ପୁଣି ରବିବାର କୋରାପୁଟ ଜିଲା ବନ୍ଧୁଗଁା ବ୍ଲକ୍‌ ଆଲମଣ୍ଡା ପଞ୍ଚାୟତ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଚିଡିବାଲସା ଗଁାରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି।

ଉକ୍ତ ଗଁାର ଏକା ବଂଶର ସମ୍ପର୍କୀୟ ଭଉଣୀ ଭାଇ ପରସ୍ପରକୁ ଭଲ ପାଇ ପୁଅ ଘରକୁ ଚାଲିଯାଇଥିଲେ। ଆଦିବାସୀ ପରମ୍ପରା ଅନୁସାରେ ଏହା ନିୟମର ଖିଲାପ ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରି ପ୍ରେମୀ ଯୁଗଳଙ୍କୁ ଦଣ୍ଡିତ କରିଛନ୍ତି। ସେମାନଙ୍କୁ ଲଙ୍ଗଳ ଦେଇ ଗଁା ଦାଣ୍ଡରେ ହଳ କରାଇଛନ୍ତି। ରବିବାର ସକାଳେ ଗାଁର ମୁଖିଆ ଜାନି ଓ ଅନ୍ୟମାନେ ଉପସ୍ଥିତ ରହି ପ୍ରେମୀ ଯୁଗଳ ପରମ୍ପରା ଭାଙ୍ଗିଥିବାରୁ ଗଁା ମଝିରେ ଥିବା ମଣ୍ଡପରେ ଲଙ୍ଗଳ ଦେଇ ହଳ କରାଇଥିଲେ। ସୂଚନା ଅନୁଯାୟୀ, ଯୁବକଙ୍କ ଦ୍ୱାରା ଲଙ୍ଗଳ ଟାଣିବା ପରେ ଯୁବତୀ ଲଙ୍ଗଳରେ ପାଣି ପକାଇଥାନ୍ତି। ଏହିପରି ତିନିଥର ଲଙ୍ଗଳ ଯୁଆଳି ବୁଲାଇବା ପରେ ଗଁାର ମୁଖିଆମାନେ ଯୁବକଙ୍କୁ ଘରକୁ ନେଇ ଛାଡ଼ିଥାନ୍ତି।

ଏହାପରଠାରୁ ପ୍ରେମୀ ଯୁଗଳ ବିନା ଦ୍ୱିଧାରେ ସ୍ବାମୀ ସ୍ତ୍ରୀ ଭାବେ ସମାଜରେ ରହିପାରିବେ ବୋଲି ଶୁଣାଣି କରିଥାନ୍ତି। ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ ଦେବା ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ସ୍ଥାନୀୟ ତହସିଲଦାର ସୋନାଲି ପାତ୍ର, ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ବ୍ଲକ୍‌ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଡିଓ ମିନତି ଜଗଦ୍ଦେବ, ସିଡିପିଓ ଗୀତାଞ୍ଜଳି ମହାରଣା ଓ ସରପଞ୍ଚ ଗୌରୀ ମେଲେକା ଗଁାରେ ପହଞ୍ଚିଥିଲେ। ପ୍ରେମୀ ଯୁଗଳଙ୍କ ସମେତ ୱାର୍ଡମେମ୍ବର ବାଙ୍ଗୁରୁ କଲେକା ଓ ଗ୍ରାମବାସୀଙ୍କୁ ଏଭଳି ଦଣ୍ଡ ଦେବା ଆଇନ ଅନୁସାରେ ଅପରାଧ ବୋଲି କହିଥିଲେ। ଭବିଷ୍ୟତରେ ଏହିପରି ଗଁା କିମ୍ବା ଆଖପାଖରେ ନ ଘଟାଇବା ନେଇ ସଚେତନ କରିଥିଲେ। ବନ୍ଧୁଗଁା ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri