ଋଣ ବୋଝ ସହି ନ ପାରି ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର/ବ୍ରହ୍ମବରଦା,୪ା୨ (ହର୍ଷବର୍ଦ୍ଧନ ବେହେରା/ଯଯାତି କେଶରୀ ବେହେରା): ଋଣ ବୋଝ ଅସହ୍ୟ ହେଲା। ମାନସିକ ସନ୍ତୁଳନ ହରାଇ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୋଠାସାହି ଗ୍ରାମର ଏକ ଦମ୍ପତି ବେକରେ ରଶି ବାନ୍ଧି ସୋମବାର ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ବିଜୟ ରାଉତ(୬୦) ଏବଂ ତାଙ୍କ ସ୍ତ୍ରୀ ପଦ୍ମିନୀ ରାଉତ(୫୫)। ବ୍ରହ୍ମବରଦା ଥାନା ପୋଲିସ ସୋମବାର ପୂର୍ବାହ୍ନରେ ଖବର ପାଇ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଥାନାରେ ୨ଟି ଅପମୃତ୍ୟୁ ମାମଲା(ନଂ.୨/୨୦୨୫ ଓ ୩/୨୦୨୫) ରୁଜୁ ହୋଇଛି। ପୋଲିସ ଅଧିକ ତଦନ୍ତ ଚଳାଇଛି।
ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଏକ ଅଟୋରିକ୍ସା କିଣିଥିଲେ। ସେଥିପାଇଁ କରିଥିବା ଋଣକୁ ସେ ମାସିକ କିସ୍ତିରେ ଶୁଝୁଥିଲେ। ଏହାସହ ବିଭିନ୍ନ ସୂତ୍ରରୁ ସେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ହେଲେ କୌଣସି କାରଣରୁ ସେ ମାସିକ କିସ୍ତି ଓ ସୁଧ ଟଙ୍କା ଦେଇପାରୁ ନ ଥିଲେ। ଏଥିପାଇଁ ବିଜୟ କିଛି ଦିନ ତଳେ ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ନିଜର ୩ ଭଉଣୀଙ୍କ ସହ ଆଲୋଚନା କରିଥିଲେ। ହେଲେ କୌଣସି କାରଣରୁ ଜମି ବିକ୍ରି ହୋଇ ପାରି ନ ଥିଲା। ବିଜୟଙ୍କ ଏକମାତ୍ର ପୁଅ ବାଙ୍ଗାଲୋରରେ ରହି କାମ କରନ୍ତି। ପ୍ରତିଦିନ ପରି ସେ ସୋମବାର ସକାଳୁ ଘରକୁ ଫୋନ କରିଥିଲେ। ତାଙ୍କ ମା’ବାପା ଫୋନ ନ ଉଠାଇବାରୁ ଗାଁରେ ରହୁଥିବା ସାଙ୍ଗ ସୋମନାଥଙ୍କ ନିକଟକୁ ସେ ଫୋନ କରି ଘରକୁ ଯିବା ପାଇଁ କହିଥିଲେ। ସୋମନାଥ ପ୍ରଥମେ ଯାଇ ଘରର କବାଟ ବନ୍ଦ ଥିବା ଦେଖି ଫେରି ଆସିଥିଲେ। କିଛି ସମୟ ପରେ ପୁଣି ସୋମନାଥ ଯାଇ ଦେଖନ୍ତିତ ଠାକୁର ଘରେ ଏହି ଦମ୍ପତି ଫ୍ୟାନରେ ଝୁଲିଛନ୍ତି। ଘରର କାନ୍ଥରେ ମୋ ୩ ଭଉଣୀଙ୍କୁ ଆମ ଶବକୁ ଛୁଇଁବାକୁ ଦେବ ନାହିଁ, ନଚେତ୍‌ ମୋ ଆମତ୍ା ଶାନ୍ତି ପାଇବ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ଆମ ଶବ ସତ୍କାର କରିବାକୁ କଳା ଅକ୍ଷରରେ ଲେଖାଯାଇଛି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ପୋଲିସ ଘରୁ ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ବିଜୟଙ୍କ ପୁଅ ବାଙ୍ଗାଲୋରରୁ ଆସିବା ପରେ ଏହି ଘଟଣାର ପ୍ରକୃତ ରହସ୍ୟା ଜଣାପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?