ଚାଲିଥିଲା ଅନ୍‌ଲାଇନ୍‌ ବୈଠକ: କ୍ୟାମେରା ସମ୍ମୁଖରେ ଏମିତି କିଛି ଭୁଲ କରି ବସିଲେ ଦମ୍ପତି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ବ୍ରାସିଲିଆ,୧୯ା୮: କରୋନା ମହାମାରୀ ଯୋଗୁ ଅଧିକାଂଶ ଅଫିସ୍‌ ବନ୍ଦ ରହିଛି। ତେବେ ବନ୍ଦ ଥିବା ଅଫିସଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଅନ୍‌ଲାଇନରେ କରାଯାଉଛି। ସମସ୍ତ ବୈଠକ ବା ସଭା ଅନ୍‌ଲାଇନ୍‌ ଭିଡିଓ କଲ୍‌ ମାଧ୍ୟମରେ କରାଯାଉଛି। ଏଭଳି ପରିସ୍ଥିତିରେ ଅନେକ ଲୋକ କ୍ୟାମେରା ଆଗରେ ଭୁଲ୍‌ କରି ବସନ୍ତି ଯାହା ପରବର୍ତ୍ତୀ ସମୟରେ ଧରା ପଡ଼ିଥାଏ। ବ୍ରାଜିଲରେ ଏହିପରି ଏକ ଘଟଣା ଘଟିଛି। ଭିଡିଓ କଲ୍‌ ପରେ ଏକ ଦମ୍ପତି କ୍ୟାମେରା ବନ୍ଦ କରି ନ ଥିବାରୁ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି।

ବ୍ରାଜିଲର ରିଓ ଡି ଜେନେରିଓରେ ସିଟି କାଉନସିଲର ଏକ ସରକାରୀ ବୈଠକ ବସିଥିଲା। ରିପୋର୍ଟ ଅନୁଯାୟୀ, ମହାମାରୀ ସମୟରେ ମ୍ୟୁନିସିପାଲିଟି ସିଷ୍ଟମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ କିପରି ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସହରର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ହଠାତ୍‌ ଜଣେ ସଦସ୍ୟ ବୈଠକ ଛାଡ଼ି ଚାଲିଗଲେ। କିନ୍ତୁ କ୍ୟାମେରା ବନ୍ଦ କରିବାକୁ ଭୁଲି ସେ ନିଜ ସ୍ତ୍ରୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଗଲେ।


ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ବନ୍ଦ ନ କରି ପରବର୍ତ୍ତୀ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଉପସ୍ଥିତ କାଉନସିଲରମାନେ ଦମ୍ପତିଙ୍କ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରି ସେମାନଙ୍କର ବୈଠକ ଜାରି ରଖିଥିଲେ।


ଏହି ବୈଠକରେ ଉପସ୍ଥିତ ଥିବା ସମାଜବାଦ ଏବଂ ଲିବର୍ଟି ପାର୍ଟିର ନେତା ଲିଓନେଲ ବ୍ରିଜୋଲା କହିଛନ୍ତି ଯେ, ଏହା ଘଟିବା ମାତ୍ରେ ଆମେ ତୁରନ୍ତ ଅଡିଓ ଏବଂ ଭିଡିଓ କଣ୍ଟ୍ରୋଲ ଦଳକୁ ଫିଡ୍‌ ବନ୍ଦ କରିବାକୁ କହିଥିଲୁ। କ୍ୟାମେରାରେ ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେବ ଭାସମାନ ସହର, ଜାତିସଂଘ ଯୋଗାଇବ ସହାୟତା…

ସିଓଲ,୨୦।୧୧: ପ୍ରାୟ ଦୁଇ ବର୍ଷ ପୂର୍ବେ ବିଲଡର୍ସ, ଇଞ୍ଜିନିୟର୍‌ ଏବଂ ସ୍ଥପତିମାନଙ୍କର ଏକ ଗୋଷ୍ଠୀ ମିଳିତ ଜାତିସଂଘରେ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ।...

ଏହି ଅଫିସରେ ଆପଣାଛାଏଁ ଚାଲୁଛି ଚେୟାର, ଫଟୋ ଭାଇରାଲ

ଲଣ୍ଡନ: ଯଦି କୁହାଯାଏ, ଅଫିସ୍‌ରେ ଚେୟାରଗୁଡ଼ିକ ସ୍ବୟଂଚାଳିତ ଅର୍ଥାତ୍‌ ଆପଣାଛାଏଁ ଚାଲୁଛି ତେବେ ନିଶ୍ଚିତ ଅବିଶ୍ୱସନୀୟ ଲାଗିବ। ମାତ୍ର ଏହା ସତ। ଏହା କୌଣସି ଯାଦୁଗର...

ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନୌସେନା ମୁଖ୍ୟ

ଲଣ୍ଡନ,୨୯ା୧୦: ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ନେଇ ନୌସେନା ମୁଖ୍ୟ ଚିନ୍ତିତ ବୋଲି କହିଛନ୍ତି। ବୁଡ଼ାଜାହାଜ ମଧ୍ୟରେ ମହିଳାଙ୍କୁ ଧମକ ଓ ବଳାତ୍କାର ମାମଲାରେ ତଦନ୍ତ ନିର୍ଦ୍ଦେଶ...

ଏମିତି ଦେଶ, ଯେଉଁଠି ଦ୍ୱିତୀୟ ବିବାହ ବାଧ୍ୟତାମୂଳକ

ବିବାହ ଏବଂ ଧାର୍ମିକ ରୀତିନୀତିକୁ ନେଇ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଏକ ସମୟ ଥିଲା ଅନେକ ସ୍ଥାନରେ ବହୁ ବିବାହ ପ୍ରଥା...

ଏକ କେଜି ଆମ୍ବର ମୂଲ୍ୟ ୩ ଲକ୍ଷରୁ ଊର୍ଦ୍ଧ୍ୱ

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ବର୍ତ୍ତମାନ ଏହା ସବୁ ଋତୁରେ ସହଜରେ ବଜାରରେ ମିଳିଯାଉଛି। ଆଜି ଆପଣଙ୍କୁ ଆମେ ଏପରି ଏକ ଆମ୍ବ...

ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର...

‘ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ଉଚିତ୍‌ ଜବାବ ଦିଆଯିବ’

ଓ୍ବାଶିଂଟନ,୮ା୧: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ସୀମାରେ ରୁଷିଆ ସୈନିକଙ୍କ ଚାପ ବୃଦ୍ଧି ପାଇଁ ୟୁକ୍ରେନ ଏକ କୂଟନୈତିକ ସମାଧାନ କରିଛି। ଏହା...

ଭୋକରେ ରହିବେ କୋଟିଏରୁ ଅଧିକ ଆଫଗାନୀ ଶିଶୁ…

ଜେନେଭା,୨୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଯୋଗୁଁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜାତିସଂଘର ୟୁନିସେଫ୍‌ ପକ୍ଷରୁ ଏକ...

Advertisement
Archives

Model This Week