ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା କୁକୁର ରଖିବା ପୁଞ୍ଜିବାଦ ବିଚାରଧାରାର ପ୍ରତୀକ। ତେଣୁ କୁକୁରକୁ ହତ୍ୟା କରିବା ସହିତ ମାଂସ ଖାଇବାକୁ କିମ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏଠାରେ କୁକୁରକୁ ଧରି ସରକାରୀ ଜଡ଼ିଆଖାନାରେ ବିକ୍ରି କରାଯାଉଛି। ସେହିପରି ମାଂସ ଦୋକାନରେ ମଧ୍ୟ କୁକୁରକୁ ବିକ୍ରି କରାଯାଉଛି। ଏବେ ପୋଷା କୁକୁର ରଖିଥିବା ମାଲିକଙ୍କ ଆଖିରୁ ନିଦ ହଜି ଯାଇଛି। ପୂର୍ବରୁ ଜୁଲାଇରେ କିମ୍‌ ଘରେ କୁକୁର ରଖିବା ଆଇନ ଅନୁସାରେ ଦଣ୍ଡନୀୟ ବୋଲି ଘୋଷଣା କରିଥିଲେ। ଏହା ଦ୍ୱାରା ପୁଞ୍ଜିବାଦ ବିଚାରଧାରାକୁ ସମର୍ଥନ କରାଯାଉଥିବା କିମ୍‌ କହିଥିଲେ। ଏନେଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଚୋସୁନ୍‌ ଇଲ୍‌ବୋରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଉତ୍ତରକୋରିଆ ପ୍ରଶାସନ ପକ୍ଷରୁ ପୋଷା କୁକୁର ରଖାଯାଇଥିବା ଘରଗୁଡ଼ିକୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କୁକୁର ସରକାରଙ୍କୁ ହସ୍ତାନ୍ତର ପାଇଁ ବାଧ୍ୟ କରାଯାଉଛି। ସୂଚନାଯୋଗ୍ୟ, କରୋନା ମହାମାରୀ ସଙ୍କଟରେ ଉତ୍ତରକୋରିଆରେ ଖାଦ୍ୟ ଅଭାବ ଦେଖାଦେଇଛି। ଦେଶର ୫୫ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୬୦ ପ୍ରତିଶତ ଲୋକଙ୍କ ପାଖରେ ଖାଇବାକୁ ଦାନା ନାହିଁ। ଏପରିସ୍ଥଳେ କିମ୍‌ଙ୍କ ଅଜବ ନିର୍ଦ୍ଦେଶ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏବେ ଟ୍ୟାକ୍ସି ଡ୍ରାଇଭର

ଓ୍ବାଶିଂଟନ,୨୨।୩ : ସମୟ ଯେ କାହା ପାଇଁ କିପରି ଆସିବ, ତାହା କହି ହେବ ନାହିଁ। କୁହାଯାଏ, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର।...

ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…

ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ...

ନ୍ୟୁଜ ଆଙ୍କରଙ୍କୁ ତାଲିବାନର ଧମକ: ଭିଡିଓ ଭାଇରାଲ

କାବୁଲ,୨୦ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ଖାଲି ଭୟର ବାତାବରଣ । ଆଫଗାନିସ୍ତାନବାସୀ ଏବେ କୌଣସି ପ୍ରକାରେ ଦେଶ ଛାଡି...

ଚାଇନାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ବେଜିଂ,୧୨ ।୧୧: ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ ଗୁରୁବାର ଚାଇନାରେ ୯୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୭୯ ସ୍ଥାନୀୟ...

ପଞ୍ଜାବରେ ପୈତୃକ ଗାଁ

ଇସଲାମାବାଦ,୧୨ା୪: ଭାରତର ପଞ୍ଜାବ ପ୍ରଦେଶ ସହ ଶେହବାଜ୍‌ ଶରିଫ୍‌ଙ୍କ ସଂଯୋଗ ରହିଛି। ଅମୃତସର ନିକଟ ଜତି ଉମ୍‌ରା ଗ୍ରାମ ଶେହବାଜ୍‌ ଓ ଭାଇ ନଓ୍ବାଜ ଶରିଫ୍‌ଙ୍କ...

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜୋ ବିଡେନଙ୍କ ନାମ ଘୋଷଣା କଲା ଡେମୋକ୍ରାଟିକ ପାର୍ଟି

ଓ୍ବାଶିଂଟନ,୬।୬: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟି, ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ଔପଚାରିକ ଭାବେ ଘୋଷଣା କରିଛି। ଶୁକବ୍ରାର ରାତିରେ ଏକ...

କାବୁଲରେ ନବରାତ୍ରୀ ପାଳନ

କାବୁଲ,୧୩ ।୧୦: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ଏଠାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିବା କଥା ସାରା ବିଶ୍ୱକୁ ଜଣା ।...

ଆମେରିକାରେ ୪ ଲକ୍ଷ ଉପରେ ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୯।୪: ବିଶ୍ୱ ଏବେ କରୋନା କବଳିତ। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିଲେ ବି ଏଭଳି ଯମଯନ୍ତ୍ରଣାରୁ ମୁକୁଳିବା ଲାଗି ଅଣ୍ଟା...

Advertisement
Archives

Model This Week