Posted inଜାତୀୟ

‘ଦେଶର ପ୍ରତିଷ୍ଠା ବିପଦରେ, ଚାଇନା ଯିବେ ନିବେଶକ’

ନୂଆଦିଲ୍ଲୀ, ୧୦ା୩: ୨୦୧୮ ମସିହାର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର କୋ-ଲୋକେଶନ ଘଟଣାର ତଦନ୍ତରେ ମନ୍ଥରଗତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଉପରେ କ୍ଷୁବ୍ଧ ହୋଇଛନ୍ତି ଦିଲ୍ଲୀର ଏକ କୋର୍ଟ। ଏହା ଏକ ବଡ଼ ଧରଣର ଦୁର୍ନୀତି। ଏହା ଦ୍ୱାରା ଦେଶର ପ୍ରତିଷ୍ଠା ବିପଦରେ ପଡ଼ିଛି। ଯଦି ତଦନ୍ତ ବର୍ଷ ବର୍ଷ ଧରି ଚାଲେ ତେବେ ନିବେଶକମାନେ ଚାଇନା ମୁହଁା ହେବେ ବୋଲି ସ୍ବତନ୍ତ୍ର ବିଚାରପତି ସଞ୍ଜୀବ ଅଗ୍ରଓ୍ବାଲ କହିଛନ୍ତି। ଏଥିସହ ଏନ୍‌ଏସ୍‌ଇର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟମଙ୍କୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସୂଚନାଯୋଗ୍ୟ, ସୁବ୍ରମଣ୍ୟମ ଏନ୍‌ଏସ୍‌ଇର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କ ସହଯୋଗୀ। ଏହା ପୂର୍ବରୁ ଚିତ୍ରାଙ୍କୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ନେଇଛି।
ଦେଶର ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜରେ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗରେ ଚିତ୍ରାଙ୍କୁ ଗିରଫ କରାଯାଇଛି। ସେ ତଥାକଥିତ ହିମାଳୟ ଯୋଗୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ, ଯେଉଁଥିପାଇଁ ଏନ୍‌ଏସ୍‌ଇର ବିପୁଳ କ୍ଷତି ଘଟିଛି। ଚିତ୍ରାଙ୍କୁ ପରାମର୍ଶ ଦେଉଥିବା ‘ଯୋଗୀ’ ଭାବେ ସିବିଆଇ ସୁବ୍ରମଣ୍ୟମଙ୍କୁ ଚିହ୍ନଟ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଞ୍ଚରେ ମୋଦିଙ୍କ ସହ ନଜର ଆସିପାରନ୍ତି ଅଭିନେତା ମିଥୁନ

କୋଲକାତା,୬ ।୩: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବାର ସମ୍ଭାବନା...

ଦିଲ୍ଲୀରୁ ଆସିଲା ଖୁସି ଖବର: ୭୩ ଦିନ ମଧ୍ୟରେ ମାଗଣାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସରକାରଙ୍କ ପାଇଁ ଚିନ୍ତାର...

ରାହୁଲଙ୍କ ପିଲାଳିଆମି ଦୂର କରିବ ଯୋଗ: ରାମ ମାଧବ

ନୂଆଦିଲ୍ଲୀ,୨୧।୬: ଶୁକ୍ରବାର ସାରା ବିଶ୍ୱ ପାଳନ କରିଛି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବଡ ବଡ ରାଜନେତାମାନେ ଯୋଗ...

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ।...

ଥମୁଛି ସଂକ୍ରମଣ

ନୂଆଦିଲ୍ଲୀ,୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩...

କ୍ଷମତା ନିଶାରେ ଧାରା ୩୭୦କୁ ହଟାଇଛି ଭାଜପା: ଗୁଲାମ୍‌ ନବୀ ଆଜାଦ୍‌

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନେଇ କଂଗ୍ରେସର ବରିଷ୍ଠ ନେତା ଗୁଳାମ୍‌ ନବୀ ଆଜାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷମତା...

ରାହୁଲଙ୍କ ନିଦ ହଜାଇଲାଣି ପାଇଲଟଙ୍କ ‘ଟାଇମ୍‌ ବମ୍‌’

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପ୍ରାୟ ଗୋଟିଏ ଦିନ ହେବ କଂଗ୍ରେସର ବଡ଼ ବଡ଼ ନେତା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ...

ଉତ୍ତରପ୍ରଦେଶ କ’ଣ ପାକିସ୍ତାନରେ

ଲକ୍ଷ୍ନୌ,୬।୧୦ : ”ଉତ୍ତରପ୍ରଦେଶ (ୟୁପି) କ’ଣ ପାକିସ୍ତାନରେ। ଭାରତୀୟଙ୍କୁ କାହିଁକି ରାଜ୍ୟରେ ପ୍ରବେଶ ଅନୁମତି ମିଳୁନାହିଁ। ପ୍ରଶାସନ ଲଖିମପୁର ଖେରି ଅଞ୍ଚଳରେ ୧୪୪ ଧାରା ଜାରି...

Advertisement
Archives

Model This Week