Posted inଜାତୀୟ

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ ଭାରତ ଏକଜୁଟ ହୋଇଛି। ସର୍ବଦଳୀୟ ବୈଠକରେ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ ସରକାରଙ୍କ ସାଥିରେ ରହିଛୁ। ସରକାରଙ୍କ ପ୍ରତି ନିଷ୍ପତ୍ତିରେ କଂଗ୍ରେସ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଗୁରୁବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୈଠକରେ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସର୍ବଦଳୀୟ ପ୍ୟାନେଲ ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ସରକାରଙ୍କ ଏସମ୍ପର୍କିତ ପ୍ରତି ରଣନୀତି ଏବଂ ପଦକ୍ଷେପକୁ ଦଳ ସମର୍ଥନ କରିବ। ଇତିମଧ୍ୟରେ ଆଫଗାନିସ୍ତାନରୁ ଭାରତକୁ ୬୨୬ ଜଣ ଆସିଥିବାବେଳେ ସେମାନଙ୍କ ମଧ୍ୟରେ ୨୨୮ ଜଣ ଭାରତୀୟ ରହିଥିବା ଜୟଶଙ୍କର କହିଛନ୍ତି। ଗୁରୁବାର ହିଣ୍ଡନ ଏୟାର ବେସ୍‌ରେ ୩୫ ଜଣ ଲୋକଙ୍କ ନେଇ ଭାରତୀୟ ବାୟୁସେନା ବିମାନ ଗ୍ଲୋବ୍‌ମାଷ୍ଟର ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୨୪ ଜଣ ଭାରତୀୟ ଥିବାବେଳେ ୧୧ ଜଣ ନେପାଳ ନାଗରିକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଟିଏମ୍‌ସି ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ

କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି।...

ଜନ୍ମ ହୋଇ ନ ଥିବା ଶିଶୁର ପୋଷ୍ୟ ଗ୍ରହଣ ଚୁକ୍ତି କିଭଳି ହେବ, ସେ ନେଇ ଆଇନ ଅଜ୍ଞାତ: ପ୍ରଶ୍ନ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : କର୍ନାଟକ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏକ ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ...

କରୋନା ସଙ୍କଟରେ ନିପା ଭାଇରସ୍‌ ଆତଙ୍କ ଘନେଇଲା…

ନୂଆଦିଲ୍ଲୀ, ୪।୪ : କରୋନା ମହାମାରୀରୁ ମୁକ୍ତି ପାଇବାକୁ ଚେଷ୍ଟା ଜାରି ରହିଛି। ଏପରିସ୍ଥଳେ ଦେଶରେ ଆଗାମୀ ଦିନରେ ନିପା ଭାଇରସ ଏକ ବଡ଼ ବିପଦ...

ବିଦେଶ ଗସ୍ତ ସଫଳ ରହିଛି, ବହୁ ଦେଶଙ୍କ ସହିତ ହୋଇଛି ଦ୍ୱିପାକ୍ଷିକ ବୈଠକ: ଜୟଶଙ୍କର…

ନୂଆଦିଲ୍ଲୀ,୧୭।୧୨ : ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ତାଙ୍କର ନ୍ୟୁୟର୍କ ଗସ୍ତ ଫଳପ୍ରଦ ହୋଇଛି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦ...

ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ

ଜୋଧପୁର,୧୮।୪: ଚରିତ୍ର ଉପରେ ସନ୍ଦେହ କରିବାରୁ ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ। ପ୍ରମାଣ ନଷ୍ଟ କରିବା ପରେ ପାଇଁ ଘରେ ଥିବା ଲୁହା...

ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ

ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍‌ ସୁପରଷ୍ଟାର...

ହନି ଟ୍ରାପ୍‌ ମାମଲା, ଭାରତୀୟ ଯବାନ ଗିରଫ ପରେ ପଚରାଉଚରା ଜାରି…

ଜୟପୁର, ୨୨।୫ : ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପ୍‌ରେ ପଡ଼ି ଦେଶର ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ଭାରତୀୟ ଯବାନଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ...

ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷା ନେଉ ଭାଜପା

ହାଇଦ୍ରାବାଦ,୪ା୭: ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ବଂଶବାଦ ରାଜନୀତିର ଅନ୍ତ ଘଟାଇବା ପାଇଁ ରବିବାର ଭାଜପା ସଂକଳ୍ପ ନେଇଛି। ଦକ୍ଷିଣ ଭାରତର କର୍ନାଟକ ଓ ପୁଡୁଚେରୀରେ ସୀମିତ...

Advertisement
Archives

Model This Week