ଓଡ଼ିଶାରେ ନକଲି ଔଷଧ କାରବାର ପୁରୁଣା

ଭୁବନେଶ୍ୱର,୧୫।୬(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଜୀବନ ଜୀବିକା ସହ ଲଢ଼େଇ ଚାଲିଥିବା ବେଳେ ନକଲି ଔଷଧ କାରବାର ରାଜ୍ୟର ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଇଛି। କରୋନା ସଂକ୍ରମିତଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଫାଭିପିରାଭିର ଟାବ୍‌ଲେଟ(ଫାବିମାକ୍ସ-୪୦୦), ଭିଟାମିନ-ସି, ଆଜିଥ୍ରୋମାଇସିନ୍‌ ଭଳି ୯ ପ୍ରକାର ନକଲି ଔଷଧ ଓଡ଼ିଶା ବଜାରରେ କାରବାର ହୋଇ ଚାଲିଛି। ଗତ କିଛିଦିନ ହେବ କଟକ, ଭୁବନେଶ୍ୱର ସମେତ ବଲାଙ୍ଗୀର, ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ରାଉରକେଲାରୁ ନକଲି ଔଷଧ ଠାବ କରାଯାଇଛି। ଜବତ ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଯାଇଥିବାବେଳେ ଏହା ନକଲି ବୋଲି ଜଣାପଡ଼ିଛି। ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ହିମାଚଳ ପ୍ରଦେଶ ସୋଲାନ୍‌ଠାରେ ଥିବା ମାସ୍କ ରିଲିଫ ହେଲ୍‌ଥ କେୟାର ନାମକ ଔଷଧ ନିର୍ମାତା କମ୍ପାନୀ ଫାବିପିରାଭିର ଟାବଲେଟ(ଫାବିମାକ୍ସ-୪୦୦) ଯୋଗାଉଥିବା ଜଣାପଡ଼ିବା ପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା। ତେବେ ସେଭଳି କୌଣସି ସଂସ୍ଥା ହିମାଚଳ ପ୍ରଦେଶରେ ନ ଥିବା ଖୋଳତାଡ଼ରୁ ଜଣାପଡ଼ିଥିଲା। ସେହି ସଂସ୍ଥା ନାମରେ ଆସିଥିବା ନକଲି ଔଷଧ ଓଡ଼ିଶା ବଜାରରେ ପ୍ରବେଶ ସୂଚନା ପାଇବା ପରେ ରାଜ୍ୟର ବିଭିନ୍ନ ଔଷଧ ଦୋକାନରେ ଜୁନ୍‌ ୧୧ରୁ ଚଢ଼ାଉ ଜାରି ରହିଛି। ଫାବିମାକ୍ସ-୪୦୦ ନକଲି ଔଷଧକୁ କଟକ କନିକାଛକସ୍ଥିତ ମେଡିଲଏଡ୍‌ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡ୍‌ କ୍ରୟ କରିଥିଲା। କଟକ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଯାଞ୍ଚ ପରେ ଏହି ଘଟଣା ଜଣାପଡ଼ିଥିଲା। ଉତ୍ତର ପ୍ରଦେଶ ଗୌତମ ବୁଦ୍ଧନଗର ସ୍ଥିତ ମାସ୍କ ରିଲିଫ୍‌ ହେଲ୍‌ଥ କେୟାର୍‌ଠାରୁ ମେଡିଲଏଡ୍‌ ୫୮ ହଜାର ଟାବଲେଟ କ୍ରୟ କରିଥିଲା। ସେଥିରୁ ସମ୍ପୃକ୍ତ ସଂସ୍ଥା ୪୦,୬୦୦ ଟାବଲେଟ ମଧ୍ୟପ୍ରଦେଶ ଗୋଆଲିୟର ସ୍ଥିତ ମହାଦେବ ମେଡିକାଲ୍ସକୁ ଯୋଗାଣ କରିଥିବା ଚଢ଼ାଉ ବେଳେ ଜଣାପଡିଥିଲା। ବଳକା ୧୭,୪୦୦ ଟାବଲେଟ୍‌ରୁ ୪୦୦ ପରୀକ୍ଷା ପାଇଁ ଅଣାଯାଇଥିବା ବେଳେ ୧୭ ହଜାର ଟାବଲେଟ୍‌ ଜବତ କରାଯାଇଥିଲା। ମାସ୍କ ରିଲିଫ୍‌ ହେଲ୍‌ଥ କେୟାରଠାରୁ ଆହୁରି ୯ ପ୍ରକାର ଔଷଧ କ୍ରୟ କରାଯାଇଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା। ସେଥିରୁ ୯ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଅନ୍ୟଗୁଡିକୁ ଜବତ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏସବୁ ବିଷୟ ବାହାରିବା ପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦ୍ୱାରା ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା ଏବଂ ଭୁବନେଶ୍ୱରରେ ଚଢ଼ାଉ କରାଯାଇ କେତେକ ଔଷଧ ଦୋକାନରୁ ନକଲି ଔଷଧ ଜବତ କରାଯାଇଥିଲା। ଏହି ଚଢ଼ାଉ ୧୪ ଜିଲାରେ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅସାଧୁ ବ୍ୟବସାୟୀମାନେ ନିଜର ମୁନାଫାଖୋର ମନୋଭାବ ପାଇଁ ଲୋକଙ୍କ ଜୀବନକୁ ବାଜି ଲଗାଉଛନ୍ତି। ଜୀବନ ବିକଳରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ କିଣି ସର୍ବସ୍ବାନ୍ତ ହେଉଛନ୍ତି। ରୋଗ ଭଲ ହେବା ବଦଳରେ ନକଲି ବିଷାକ୍ତ ଔଷଧ ଜାଲରେ ଛନ୍ଦି ହୋଇ ଜୀବନ ହରାଉଛନ୍ତି।
ରାଜ୍ୟରେ ନକଲି ଔଷଧ କାରବାର କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ଭେଜାଲ ଔଷଧ କାରବାର ବଢି ଚାଲିଥିଲେ ମଧ୍ୟ ନିୟମିତ ଯାଞ୍ଚ ଅଭାବ ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କର ସାଲିସିଖୋର ମନୋଭାବ ଅସାଧୁ ବ୍ୟବସାୟୀଙ୍କ ପାଇଁ ରାସ୍ତା ଖୋଲି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?