ପଟ୍ଟାମୁଣ୍ଡାଇରେ ନକଲି ଔଷଧ ବ୍ୟବସାୟ

ପଟ୍ଟାମୁଣ୍ଡାଇ୪।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ ସାଙ୍ଗକୁ ମିସ୍‌ବ୍ରାଣ୍ଡଡେଡ୍‌ ଔଷଧ କାରବାର ବଢି ଚାଲିଛି ା ଏନେଇ ଜିଲା ଭେଷଜ ବିଭାଗ ଚୁପ୍‌ ବସିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ା ବିଭାଗୀୟ ଅଧିକାରୀ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ା
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି , ମହାକାଳପଡ଼ାର ଗ୍ରାମଞ୍ଚଳରେ ଏହି କାରବାର ଚାଲିଛି । କୋଲକତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ଆଣ୍ଟିଓବାୟୋଟିକ, ଜ୍ୱର, ଥଣ୍ଡା ଔଷଧ ସାଙ୍ଗକୁ କଫସିରଫ ପ୍ରଭୃତି ବେନାମୀ ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ଏହି ଔଷଧ ଗୁଡିକର ମୂଲ୍ୟ ନାମୀ ଦାମୀ କମ୍ପାନୀ ଔଷଧ ମୂଲ୍ୟ ସହିତ ସମାନ ରହିଛି । କିନ୍ତୁ ବନାମୀ ଔଷଧ କମ୍ପାନୀଗୁଡିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉ ଥିବାରୁ ଅଧିକ ଫାଇଦା ପାଇବା ଆଶାରେ ଔଷଧ ବ୍ୟବସାୟୀ ହୋଲ୍‌ସେଲ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଦେଉଛନ୍ତି ା ଗାଁ ଗହଳିରେ ଥିବା ବେନାମୀ ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଥିବାର ଖବର ମିଳିଛି । ଖାଲି ସେତିକି ନୁହେଁ ଏଭଳି ଔଷଧ କାରବାର ବେଶ ସୁରୁଖୁରୁରେ ଚାଲିଥିବାରୁ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି ବୋଲି କେତେଜଣ ଔଷଧ ବ୍ୟବସାୟୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଜିଲାରେ ଥିବା ଭେଷଜ ନୀରିକ୍ଷକମାନେ ନିୟମିତ ଦୋକାନ ଯାଞ୍ଚ ନ କରିବା, ପାଇକରୀ ବିକ୍ରେତାଙ୍କ ଉପରେ ନଜର ନ ରଖିବା ଏହି କାରବାରକୁ ବେଶ୍‌ ସୁହାଇଛି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୪୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲସେଲର ମଧ୍ୟ ରହିଛି ା ଏନେଇ କେତେକ ଦୋକାନକୁ ଛାଡିଦେଲେ ଅନ୍ୟ ମାନେ ଲାଇସେନ୍ସ ମଧ୍ୟ ନେଇ ନ ଥିବା ଖବର ମିଳିଛି । ଏ ବାବଦରେ ଡ୍ରଗ ଇନ୍ସପେକ୍ଟର ପ୍ରଦୀପ ସାହୁଙ୍କୁ ଯୋଗାଯୋଗ କରିବାରେ କଟକ ଓ କେନ୍ଦ୍ରାପଡ଼ା ଜିଲା ଚାର୍ଜରେ ଅଛି ା ସବୁ ସମୟରେ ସବୁ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚତ୍ ହେଉନାହିଁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri