ପଟ୍ଟାମୁଣ୍ଡାଇରେ ନକଲି ଔଷଧ ବ୍ୟବସାୟ

ପଟ୍ଟାମୁଣ୍ଡାଇ୪।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ ସାଙ୍ଗକୁ ମିସ୍‌ବ୍ରାଣ୍ଡଡେଡ୍‌ ଔଷଧ କାରବାର ବଢି ଚାଲିଛି ା ଏନେଇ ଜିଲା ଭେଷଜ ବିଭାଗ ଚୁପ୍‌ ବସିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ା ବିଭାଗୀୟ ଅଧିକାରୀ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ା
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି , ମହାକାଳପଡ଼ାର ଗ୍ରାମଞ୍ଚଳରେ ଏହି କାରବାର ଚାଲିଛି । କୋଲକତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ଆଣ୍ଟିଓବାୟୋଟିକ, ଜ୍ୱର, ଥଣ୍ଡା ଔଷଧ ସାଙ୍ଗକୁ କଫସିରଫ ପ୍ରଭୃତି ବେନାମୀ ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ଏହି ଔଷଧ ଗୁଡିକର ମୂଲ୍ୟ ନାମୀ ଦାମୀ କମ୍ପାନୀ ଔଷଧ ମୂଲ୍ୟ ସହିତ ସମାନ ରହିଛି । କିନ୍ତୁ ବନାମୀ ଔଷଧ କମ୍ପାନୀଗୁଡିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉ ଥିବାରୁ ଅଧିକ ଫାଇଦା ପାଇବା ଆଶାରେ ଔଷଧ ବ୍ୟବସାୟୀ ହୋଲ୍‌ସେଲ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଦେଉଛନ୍ତି ା ଗାଁ ଗହଳିରେ ଥିବା ବେନାମୀ ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଥିବାର ଖବର ମିଳିଛି । ଖାଲି ସେତିକି ନୁହେଁ ଏଭଳି ଔଷଧ କାରବାର ବେଶ ସୁରୁଖୁରୁରେ ଚାଲିଥିବାରୁ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି ବୋଲି କେତେଜଣ ଔଷଧ ବ୍ୟବସାୟୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଜିଲାରେ ଥିବା ଭେଷଜ ନୀରିକ୍ଷକମାନେ ନିୟମିତ ଦୋକାନ ଯାଞ୍ଚ ନ କରିବା, ପାଇକରୀ ବିକ୍ରେତାଙ୍କ ଉପରେ ନଜର ନ ରଖିବା ଏହି କାରବାରକୁ ବେଶ୍‌ ସୁହାଇଛି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୪୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲସେଲର ମଧ୍ୟ ରହିଛି ା ଏନେଇ କେତେକ ଦୋକାନକୁ ଛାଡିଦେଲେ ଅନ୍ୟ ମାନେ ଲାଇସେନ୍ସ ମଧ୍ୟ ନେଇ ନ ଥିବା ଖବର ମିଳିଛି । ଏ ବାବଦରେ ଡ୍ରଗ ଇନ୍ସପେକ୍ଟର ପ୍ରଦୀପ ସାହୁଙ୍କୁ ଯୋଗାଯୋଗ କରିବାରେ କଟକ ଓ କେନ୍ଦ୍ରାପଡ଼ା ଜିଲା ଚାର୍ଜରେ ଅଛି ା ସବୁ ସମୟରେ ସବୁ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚତ୍ ହେଉନାହିଁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri