କାମ କଲାନି ସୁରେଶ, ଅପରାଜିତାଙ୍କ ପ୍ରଭାବ

ଖୋର୍ଦ୍ଧା ଅଫିସ,୨୮ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ଶାସକ ଦଳ ବିଜେଡି ବାଜି ମାରି ନେଇଛି। ୪ଟି ପୌର ଆସନରେ ବିଜେଡି ବହୁମତ ହାସଲ କରିଥିବା ବେଳେ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତକୁ ଯାଇଛି। ପୁଣି ଥରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଯାଦୁ ଆଗରେ ବିରୋଧୀ ଫିକା ପଡ଼ିଲେ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ କୌଣସି ପ୍ରଭାବ ପଡ଼ିଲାନାହିଁ। ଜଟଣୀରେ ଘନଘନ ପ୍ରଚାର ସତ୍ତ୍ୱେ ଭାଜପା ଖାତା ଖୋଲିପାରିଲା ନାହିଁ। ସେହିପରି ବିଧାୟକ ରାଉତରାୟ ନିଜ ଗଡ଼ ବଞ୍ଚାଇ ପାରିଲେ ନାହିଁ। ଖୋର୍ଦ୍ଧାରେ ଗୋଟିଏ ବି କାଉନସିଲର ଆସନରେ କଂଗ୍ରେସ ଜିତିି ପାରିଲା ନାହିଁ। ଶେଷ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ଷ୍ଟାର କ୍ୟାମ୍ପେନରଙ୍କ ଦେଖା ନ ଥିଲା। ପ୍ରଚାରର ଶେଷ ଦିନରେ ରାଉତରାୟ ଖୋର୍ଦ୍ଧାରେ ମଇଦାନକୁ ଓହ୍ଲାଇଥିଲେ। ଦଳୀୟ ପ୍ରାର୍ଥୀମାନେ ନିଜ ଭରସାରେ ନିର୍ବାଚନ ଲଢିଥିଲେ। ଦଳ ପକ୍ଷରୁ ସେମାନଙ୍କୁ ସେପରି କୌଣସି ସହଯୋଗ ମିଳି ନ ଥିଲା। ଫଳରେ କଂଗ୍ରେସ ସତ୍ତା ହରାଇଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଭାଜପା ଧରାଶାୟୀ ହୋଇଥିଲା। ପୌର ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ଭାଜପା ବହୁମତ ସହ ବିଜୟ ଲାଭ କରିବ ବୋଲି ଅପରାଜିତାଙ୍କ ଦମ୍ଭୋକ୍ତି ଫସର ଫାଟିଗଲା। ଜଟଣୀରେ ଭାଜପା ବିପକ୍ଷରେ ଜନାଦେଶ ଯାଇଛି। ଏଠାରେ ଭାଜପା ଗୋଟିଏ ଆସନରେ ଜିତିିଛି। ଦୁଇଟି ନିର୍ବାଚନରେ ସୁରେଶ ଏବଂ ଅପରାଜିତାଙ୍କ ବିଫଳତାକୁ ନେଇ ଆଲୋଚନା ଜୋର ଧରିଛି। ବିଫଳତାକୁ ନେଇ ଉଭୟ ଦଳ ସମୀକ୍ଷା କରିବା ଆବଶ୍ୟକ ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି। ଏନେଇ ସୁରେଶ କହିଛନ୍ତି, ଶାସକ ଦଳ ନିର୍ବାଚନୀ ହିଂସା, ଭୋଟରଙ୍କୁ ଟଙ୍କା ଦେଇ କିଣିଲେ। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। ଭୋଟରଙ୍କ ନିକଟତର ହୋଇଥିଲୁ। ତେବେ ଭୋଟର ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ସମୀକ୍ଷା କରାଯିବ। ଆଗାମୀ ସାଧାରଣ ନିର୍ବାଚନରେ ଦଳ ପୁଣି ଥରେ ପ୍ରଭାବ ଦେଖାଇବ ବୋଲି କହିଛନ୍ତି। ସେହିପରି ଅପରାଜିତା କହିଛନ୍ତି, ଦଳକୁ ଆହୁରି ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବ। ଖୋର୍ଦ୍ଧାରେ ୪ ଓ ଜଟଣୀରେ ଗୋଟିଏ ଆସନରେ ଭାଜପା ଜିତିିଛି। ଭୋଟ ହାର ଭଲ ରହିଛି। ଭାଜପା ଉପରେ ବିକାଶ ଉପରେ ବିଶ୍ୱାସ ରଖେ। ଲୋକଙ୍କ ସେବା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲେ ସୁପରସ୍ପ୍ରେଡର

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସତ୍ତ୍ୱେ ସଂକ୍ରମଣ ବଢ଼ି ଚାଲିଛି।...

ଓଡ଼ିଶା ଆସିଲା ଆଉ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୮।୫(ବ୍ୟୁରୋ): ଆମ ରାଜ୍ୟରେ ଶନିବାର ଆଉ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ପହଞ୍ଚିଛି। ରାଜ୍ୟ ସରକାରଙ୍କ ଦ୍ବାରା କିଣାଯାଇଥିବା ଏହି କୋଭିଶିଲ୍ଡ ଟିକା ଏକ...

୧୫ରେ ଗର୍ଭବତୀଙ୍କୁ ଟିକା : ଛିଡ଼ା ହେବାକୁ ପଡ଼ିବନି ଧାଡ଼ିରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ଗର୍ଭବତୀମାନଙ୍କ ପାଇଁ କରୋନା ଟିକା ବିପଦ ନୁହେଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ...

୧୯ ଜିଲାରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୩।୧୨(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା(ଜୱାଦ)ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଶନିବାଠାରୁ କିଛି ଜିଲାରେ ପ୍ରବଳ ବର୍ଷା ହେବାର...

୪୦ ଲକ୍ଷ ଚାଷୀଙ୍କୁ ଦିଆଗଲା ୮୦୦ କୋଟି

ଭୁବନେଶ୍ୱର,୪ା୫(ବ୍ୟୁରୋ): ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି।...

୬ରେ ହୋଇପାରେ ଲଘୁଚାପ

ଭୁବନେଶ୍ୱର,୩।୪(ବ୍ୟୁରୋ): ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା...

ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ

ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ...

ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’ ସୁବିଧା: ଘରକୁ ଯାଇ ସାମ୍ପଲ ଆଣିବେ…

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପ୍ରଥମେ ବୟସ୍କଙ୍କ ପରେ ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’। ଏବେ ଏହି ସୁବିଧା ଭୁବନେଶ୍ୱର ସହରରେ ବସବାସ କରୁଥିବା ଭିନ୍ନକ୍ଷମଙ୍କୁ ମିଳିବ ବୋଲି...

Advertisement
Archives

Model This Week