ଆଜି ସରୁଛି କଟନ ଫାବ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ): ବିଭିନ୍ନ ଡିଜାଇନ୍‌ର ଆକର୍ଷଣୀୟ ଶାଢ଼ି, ଚୁଡ଼ି, ସାଲ୍‌ୱାର, ବ୍ୟାଗ୍‌, କୁର୍ତ୍ତି, ଜ୍ୟାକେଟ, ଜୋତା, ଅଳଙ୍କାର, ଘରୋପକରଣର ସମ୍ଭାରରେ ଭରପୂର ହୋଇଛି କଟନ ଫାବ୍‌ ପ୍ରଦର୍ଶନୀ। ଗୁଆହାଟୀ, ଲକ୍ଷ୍ନୌ, ଗୁଜରାଟ, ବାରାଣସୀ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ଶ୍ରୀନଗର, ହରିୟାଣା, ଭାଗଲପୁର, ଆସାମ ସହ ଓଡ଼ିଶାର ଅନେକ ସ୍ଥାନରୁ ଆସିଥିବା କାରିଗର ସେମାନଙ୍କ ହାତ ତିଆରି ସାମଗ୍ରୀର ପସରା ମେଲାଇଛନ୍ତି। ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆଜି ୩ ତାରିଖରେ ଶେଷ ହେଉଛି। ତେଣୁ ପ୍ରଦର୍ଶନୀ ବୁଲି ଦେଖିବା ସହ କିଣାକିଣି ଲାଗି ଗୋଟିଏ ଦିନର ସୁଯୋଗ ଥିବାରୁ ଶେଷ ଦିନରେ ଭଲ ବେପାର ଆଶା ରଖିଛନ୍ତି ଆୟୋଜକ।
ପ୍ରଦର୍ଶନୀ ଭିତରକୁ ପଶିବା କ୍ଷଣି ହାଜି ମହମ୍ମଦ ୟାମୁନ ନାମକ ଜଣେ ମଉସାଙ୍କ ଚୁଡ଼ିକାମ ଅତ୍ୟନ୍ତ ମନୋଲୋଭା ହୋଇଛି। ତାଙ୍କ ପାଖରେ ମହିଳାଙ୍କ ଭିଡ଼ ଲାଗୁଛି। ୧୭ବର୍ଷରୁ ଅଧିକ ହେବ ସେ ଏହି ପ୍ରଦର୍ଶନୀରେ ଭାଗ ନେଉଛନ୍ତି। ନିଜ ହାତରେ ତିଆରି କରିଥିବା ଚୁଡ଼ିଗୁଡିକର ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ ହୋଇଛି। ସେହିପରି ବ୍ୟବସାୟୀ ବାଦଲ କୁମାରଙ୍କ ପାଖରେ ସିଖୋ ସଫ୍ଟ ସିଲ୍କ, ଟସର ସିଲ୍କ, ଟୋସା, କାଞ୍ଜିପୁରମ ଭଳି ସୁନ୍ଦର ଶାଢ଼ି ରହିଛି। ରାଜସ୍ଥାନରୁ ଆସିଥିବା ଆଲାମଙ୍କ ଷ୍ଟଲ୍‌ରେ ବହୁ ସାଧାରଣ ଓ ସୁନ୍ଦର ଡିଜାଇନର ରେଗୁଲାର କୁର୍ତ୍ତି କଲେକ୍ସନ ରହିଛି। ଦାମ୍‌ ୫୫୦ରୁ ଆରମ୍ଭ। ବର୍ତ୍ତମାନ ଟ୍ରେଣ୍ଡରେ ଚାଲୁଥିବା ଝିଅଙ୍କ ଚିକନେ କୁର୍ତ୍ତିର ଅନେକ ପ୍ରକାର ଡିଜାଇନ ମଧ୍ୟ ଉପଲବ୍ଧ ରହିଛି। ଏଥିସହ ପ୍ରଦର୍ଶନୀର ବିଭିନ୍ନ ଷ୍ଟଲ୍‌ରେ ହରିୟାଣାର ଧୋତି, ଅଳଙ୍କାର ଯଥା କାନଫୁଲ, ହାର, ପାଉଁଜି, ଓଡ଼ିଶାରୁ ବ୍ରହ୍ମପୁର ଆଚାର, ପାମ୍ପଡ଼, କନ୍ଧମାଳ ହଳଦୀ, ବିଭିନ୍ନ ପନିପରିବା ମଞ୍ଜି ଆଦି ବିକ୍ରି ହେଉଛି। କିଣିବା ସହ ଖାଇବାର ମଜା ନେବା ପାଇଁ ଫୁଡ ଷ୍ଟଲଗୁଡ଼ିକରେ ମଧ୍ୟ ଲୋଙ୍କର ଭିଡ଼ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri