Posted inଜାତୀୟ

ଦୁର୍ନୀତି ସବୁ ସମସ୍ୟାର ମୂଳ

ଲକ୍ଷ୍ନୌ,୭।୩(ଆଇଏଏନ୍‌ଏସ୍‌): ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ ଜଣେ ସରକାରୀ ଡାକ୍ତରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ପ୍ରତ୍ୟେକ ବ୍ୟବସ୍ଥାରେ ଦୁର୍ନୀତି ଉଇ ଭଳି, ଏହା ଥରେ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରିବା ପରେ ବଢ଼ିଚାଲେ ବୋଲି ଏହି ଅବସରରେ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଆଜିକାଲି ଏହା ଅନିୟନ୍ତ୍ରିତ ଓ ନିୟମିତ ହୋଇଗଲାଣି ବୋଲି ଜଷ୍ଟିସ କ୍ରିଷ୍ଣା ପହଲ କହିଛନ୍ତି। ଦାରିଦ୍ର୍ୟ, ବେରୋଜଗାରି, ନିରକ୍ଷରତା, ପ୍ରଦୂଷଣ, ବାହ୍ୟ ଧମକ, ଅବହେଳିତ, ଅସମାନତା, ସାମାଜିକ ଅଶାନ୍ତି ଆଦି ସବୁ ସମସ୍ୟାର ମୂଳ କାରଣ ଦୁର୍ନୀତି ବୋଲି ସେ ମତ ଦେଇଛନ୍ତି। ଦୁର୍ନୀତି ସମାଜ ବିରୋଧରେ ଅପରାଧ। ଅଦାଲତଙ୍କୁ ଅଭିଯୁକ୍ତଙ୍କ ମୌଳିକ ଅଧିକାର ଏବଂ ସମାଜର ନ୍ୟାୟସଙ୍ଗତ ଚିନ୍ତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ ବୋଲି ବିଚାରପତି କହିଛନ୍ତି।
ଲକ୍ଷ୍ନୌର ଚାରବାଗସ୍ଥିତ ଉତ୍ତରାଞ୍ଚଳ ରେଲେଓରେ ପୂର୍ବରୁ ବରିଷ୍ଠ ଡିଭିଜନାଲ ମେଡିକାଲ ଅଫିସର (ଡିଏମ୍‌ଓ) ଭାବେ କାର୍ଯ୍ୟ କରୁଥିବା ଡ. ସୁନୀତା ଗୁପ୍ତାଙ୍କ ତରଫରୁ ତାଙ୍କ ସ୍ବାମୀ ଡ. ରାଜୀବ ଗୁପ୍ତା ଆଗୁଆ ଜାମିନ ଆବେଦନ କରିଥିଲେ। ସୁନୀତା ରେଡିଓଲୋଜି ବିଭାଗରେ କାର୍ଯ୍ୟ କରୁଥିଲେ। ଡ. ରାଜୀବ କିଙ୍ଗ୍‌ ଜର୍ଜସ୍‌ ମେଡିକାଲ ୟୁନିଭର୍ସିଟିରେ ଅନ୍‌କୋଲୋଜିଷ୍ଟ ଭାବେ କାର୍ଯ୍ୟ କରନ୍ତି। ସିବିଆଇ ସେମାନଙ୍କ ବିରୋଧରେ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା। ସୁନୀତାଙ୍କର ୧.୮୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କ ଲକ୍ଷ୍ନୌ ଘରୁ ୨୦୧୬ ଜୁଲାଇ ୧୨ରେ ସିବିଆଇ ୧.୫୯ କୋଟି ଟଙ୍କା ଜବତ କରିଥିଲା। ବେଆଇନ ସମ୍ପତ୍ତି ଠୁଳରେ ସୁନୀତାଙ୍କୁ ତାଙ୍କ ସ୍ବାମୀ ସହଯୋଗ କରିଥିବା ସିବିଆଇ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା। ସିବିଆଇ ଓକିଲ ଅନୁରାଗ କୁମାର ସିଂ ଡାକ୍ତରଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲେ। ମେଡିକାଲ ଶିକ୍ଷା ସମାପ୍ତି ପରେ ଡାକ୍ତରମାନେ ସମାବର୍ତ୍ତନ ଉତ୍ସବରେ ନେଉଥିବା ଶପଥ ସମ୍ପର୍କରେ କୋର୍ଟ ଅବତାରଣା କରିଥିଲେ। ଏହା କେବଳ ଔପଚାରିକତା ନୁହେଁ। ଏହାକୁ ନିଷ୍ଠାର ସହ ପାଳନ କରିବାକୁ ହୋଇଥାଏ ବୋଲି ଅଦାଲତ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri