ବିଦ୍ୟାଳୟ ପାଠାଗାର ପୁସ୍ତକ କିଣାରେ ଦୁର୍ନୀତି

କଟକସଦର,୧୯।୩(ଡି.ଏନ୍‌.ଏ.): ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପାଠାଗାର ପୁସ୍ତକ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହିସବୁ ପୁସ୍ତକ ରାଜ୍ୟ ବାହାରର ପୁସ୍ତକ ବିକ୍ରେତାମାନଙ୍କଠାରୁ କିଣାଯାଇଛି। ୫ ହଜାର ଟଙ୍କାର ପୁସ୍ତକ ପ୍ୟାକେଟରେ ୧୩ଶହରୁ ୧୫ଶହ ଟଙ୍କାର ପୁସ୍ତକ ରହିଛି। ଏଭଳି ଅନେକ ପୁସ୍ତକ କିଣାରେ ହେରଫେର ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ପାଠାଗାର ପୁସ୍ତକ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକସଦର ନିର୍ବାଚନମଣ୍ଡଳୀର ନେତା ଦିଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି। ରାଜ୍ୟରେ ବହୁ ପୁସ୍ତକ ପ୍ରକାଶକ ଥିବାବେଳେ ମହୀଶୂର, ମୁମ୍ବାଇ ଭଳି ବାହାର ବିକ୍ରେତାଙ୍କ ସରକାର ଅହେତୁକ ଅନୁକମ୍ପା ଦେଖାଇଛନ୍ତି ବୋଲି ମଲ୍ଲିକ ଏହି ବିବୃତିରେ ଜଣାଇଛନ୍ତି। କଟକ ସଦର ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ ୧୩୦ରୁ ଅଧିକ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ଗୁରୁବାର ସୁଦ୍ଧା ପୁସ୍ତକ ପ୍ୟାକେଟ ଯୋଗାଇ ଦିଆଯାଇଛି। ପ୍ରାଥମିକ ବିଦ୍ୟାଳୟକୁ ୫ହଜାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୩ହଜାର ଓ ଉଚ୍ଚ ବିଦ୍ୟାଳୟକୁ ୧୫ହଜାର ଟଙ୍କା ଲେଖାଏ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ସରକାର ମଞ୍ଜୁର କରିଛନ୍ତି। ହେଲେ ପ୍ୟାକେଟ ଖୋଲିବା ପରେ ସେଥିରେ ଯଥାକ୍ରମେ ୧୩ଶହ, ୭ହଜାର ଓ ୯ହଜାର ଟଙ୍କାର ବହି ରହିଛି। ଫଳରେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ଅନୁଯାୟୀ ପୁସ୍ତକ ନ ମିଳିବାରୁ ପାଠପଢ଼ାରେ ବ୍ୟାହତ ହେଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଗୁରୁବାର ରାଜ୍ୟ ସରକାରଙ୍କୁ ମଲ୍ଲିକ ଦାବି ଜଣାଇଛନ୍ତି। ପୋଷାକ କିଣା, ଯୋଗ କିଣା, ସ୍କୁଲ ସରଞ୍ଜାମ କିଣା ଭଳି ଏହି ପୁସ୍ତକ କିଣାରେ ଦୁର୍ନୀତି ଥିବା ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପଞ୍ଚାୟତସ୍ତରୀୟ ଶିକ୍ଷା କମିଟି ପ୍ୟାକେଟରେ କମ୍‌ ମୂଲ୍ୟର ବହି ଥିବା ଅଭିଯୋଗ କଲେ ଜିଲାସ୍ତରୀୟ ଅଧିକାରୀମାନେ ଶୁଣୁନାହାନ୍ତି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଅଭିଯୋଗକୁ ନେଇ କଟକ ଜିଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ସୁସ୍ମିତା ସାହୁ କହିଛନ୍ତି, ପୁସ୍ତକ ପ୍ୟାକେଟର ମୂଲ୍ୟ ଯଥାକ୍ରମେ ୫ହଜାର, ୧୩ହଜାର ଓ ୧୫ହଜାର ଟଙ୍କା ବୋଲି କୌଣସି ବିଦ୍ୟାଳୟକୁ କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?