ଗୋଟିଏ ରାସ୍ତା ପାଇଁ ୨୧ଥର ବିଲ୍‌

ନୟାଗଡ଼ ଅଫିସ,୨୨ା୩: ନୟାଗଡ଼ ଜିଲା ଭାପୁର ବ୍ଲକରେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ୍‌ ଅଧୀନ ବଡ଼ସରା ପଞ୍ଚାୟତ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ରାସ୍ତାକୁ ୩ ଆର୍ଥିକ ବର୍ଷରେ ନାମ ବଦଳାଇ ୨୧ ଥର ବିଲ୍‌ କରାଯାଇ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି। ଏପରି ଅନିୟମିତତା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲାପାଳ ପୋମା ଟୁଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାର ତଦନ୍ତ ପାଇଁ ପିଡି ଡିଆରଡିଏ ଏକ ୩ ଜଣିଆ ଟିମ୍‌ ଗଠନ କରିଛନ୍ତି। ସୋମବାର ଏହି ଦୁର୍ନୀତିର ତଦନ୍ତ ଆରମ୍ଭ ହେବ। ତଦନ୍ତ ରିପୋର୍ଟକୁ ଆଧାର କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୧୮-୧୯ ଆର୍ଥିକବର୍ଷରେ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ସଡ଼କକୁ ଜଙ୍ଗଲଠାରୁ ଧଳାବନ୍ଧ ରାସ୍ତା, ଗୋପାଳପୁରଠାରୁ ଖଣି ଟ୍ୟାପ ରାସ୍ତା, ଗୋପାଳପ୍ରସାଦର ନୂଆସାହିଠାରୁ ଜଙ୍ଗଲରାସ୍ତା ଏପରି ଭିନ୍ନ ଭିନ୍ନ ନାମରେ ୬ଥର ବିଲ୍‌ କରାଯାଇଥିଲା। ପ୍ରତି ଥର ରାସ୍ତା କାମ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ସେହି ରାସ୍ତା ନିର୍ମାଣ ବାବଦରେ ୯ଥର ବିଲ୍‌ କରାଯାଇଛି। ପ୍ରଥମେ ୮.୮ ଲକ୍ଷ, ତା’ପରେ ୮.୦୫ ଲକ୍ଷ, ୮.୨ଲକ୍ଷ, ୭.୫୦ ଲକ୍ଷ, ୩.୪୯ଲକ୍ଷ, ୮.୨୦ଲକ୍ଷ, ୮.୧୩ଲକ୍ଷ, ୭.୫୮ ଲକ୍ଷ, ୭.୧୮ଲକ୍ଷ ଟଙ୍କାର ବିଲ୍‌ ହୋଇଛି। ପୁଣି ୨୦୨୦-୨୧ଆର୍ଥିକ ବର୍ଷରେ ୬ଥର ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଯାଇ ୮.୯୩ ଲକ୍ଷ, ୭.୬୭ଲକ୍ଷ, ୭.୫୪ଲକ୍ଷ, ୯.୮୬ଲକ୍ଷ, ୯.୨୮ ଲକ୍ଷ, ୯.୩୩ ଲକ୍ଷ ଟଙ୍କାର ବିଲ୍‌ କରାଯାଇଛି। ଏହି ସମସ୍ତ ଅର୍ଥକୁ ଅତି ଚତୁରତାର ସହିତ ହଡ଼ପ କରାଯାଇଛି।
ଏନେଇ ବାଇଗୁଣିଆ ଗଁାର ସାମାଜିକ କର୍ମୀ ନବକିଶୋର ବରାଡ଼ କହିଛନ୍ତି, ଭାପୁର ବ୍ଲକର ୫ ପୋଖରୀ ଖୋଳା ନାଁରେ ୪୦ ଲକ୍ଷ ଟଙ୍କାର ଫଲ୍‌ସ ବିଲ୍‌ କରାଯାଇଥିଲା। ସେ ସଂକ୍ରାନ୍ତ ଅଭିଯୋଗ ହେଲା ପରେ ମଧ୍ୟ ସେହି ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପିଡି ଡିଆରଡିଏ ରାସ୍ତା ଦୁର୍ନୀତିର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଫରକ ପଡିବ ନାହିଁ। କାରଣ ଦୁର୍ନୀତି ଚାପିବାକୁ ଚାପ ପଡ଼ି ସାରିଲାଣି। ଯେଉଁ ବ୍ୟକ୍ତିମାନେ ଏହି ଦୁର୍ନୀତି ବିରୋଧରେ ମୁହଁଁ ଖୋଲୁଛନ୍ତି ସେମାନଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି। ଏପରି କି ସେହି ଲୋକମାନଙ୍କୁ ମାରପିଟ୍‌ କରାଯାଉଛି। ଆମ ଜୀବନ ପ୍ରତି ବି ବିପଦ ରହିଛି। ହେଲେ ଆମେ ଚୁପ୍‌ ରହିବୁନି ବୋଲି କହିଛନ୍ତି।
ସେହିପରି ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଫାର୍ମପଣ୍ଡ ଓ କୂପ ନ ଖୋଳି ଫଲ୍‌ସ ବିଲ୍‌ କରାଯାଇଛି। ପ୍ରାୟ ୪୦ଟି ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରି ଅନିୟମିତତା ସାମ୍‌ନାକୁ ଆସିବା ପରେ ଏହି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏପରି ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri