ଦୁର୍ନୀତି ଓ ଦୁର୍ଗତି

“ଗୋଟେ ଦେଶକୁ ଧ୍ୱଂସ କରିବା ପାଇଁ ସର୍ବଦା ପରମାଣୁ ବୋମା ଜରୁରୀ ନୁହଁ। କାରଣ ଦେଶର ଭ୍ରଷ୍ଟ ରାଜନେତାମାନଙ୍କ ଦ୍ୱାରା ସେ କାମ ହୋଇଥାଏ।” ସତେଯେମିତି ଭାରତକୁ ଲକ୍ଷ୍ୟ ରଖି ଏକଥା ସେଦିନ କହିଥିଲେ ପ୍ରେରଣାଦାୟୀ ଲେଖକ ଇଶ୍ରାଏଲମର ଆଇଭର (ଘାନା)। ଆଜି ପ୍ରତିଟି କ୍ଷେତ୍ରରେ ଦୃଶ୍ୟମାନ ହୁଏ ଦୁର୍ନୀତିଜନିତ ଦେଶ ଦୁର୍ଗତିର ଦୟନୀୟ ଦୃଶ୍ୟ। ଖବରକାଗଜ ଖୋଲିଲା କ୍ଷଣି ଦେଖିବାକୁ ମିଳେ କିଏ ରାଜ୍ୟ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲାଣି ତ ଆଉ କିଏ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା। ଏମାନଙ୍କ କଳା କାରନାମାସବୁ ଦେଖିଲେ ମନେହୁଏ, ସତେଯେମିତି ଏହି ସରକାରୀ କର୍ମଚାରୀ ତଥା ନେତା-ମନ୍ତ୍ରୀମାନେ ପଣ କରିଛନ୍ତି ଏ ଦେଶଟାକୁ ଧ୍ୱଂସ କରିଦେବା ପାଇଁ। ନହେଲେ ଏମାନେ କ’ଣ ଏମିତି ପାପକାମ କରୁଥା’ନ୍ତେ ନା ଦାଣ୍ଡିଯାତ୍ରା ଭଳି ଜେଲଯାତ୍ରାକୁ ଗୌରବଯାତ୍ରା ବୋଲି ବିଚାରୁଥା’ନ୍ତେ? ସତରେ କି ନିର୍ଲଜ ଏମାନେ? କେଉଁଠି ଜଣେ ମାଆ(ଆର୍‌ଆଇ) ସାମାନ୍ୟଟିକେ ଦୟାଧର୍ମ ନ ଦେଖେଇ, ଆଉ ଜଣେ ଦୁଃଖିନୀ ମାଆଠାରୁ ମୃତ୍ୟୁ ପ୍ରମାଣପତ୍ର ବାବଦକୁ ଲାଞ୍ଚ ନେଇ ଜେଲ ଗଲାଣି ତ ଆଉ କେଉଁଠି ଜଣେ ମହିଳା ଭିଜିଲାନ୍ସ ଇନ୍ସପେକ୍ଟର ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିଲା ବେଳେ ବନ୍ଧାହୋଇ ଜେଲ ଗଲାଣି। ଭାରତର ନେତା-ମନ୍ତ୍ରୀମାନେ ଦୁର୍ନୀତିରେ ବିଶ୍ୱକୀର୍ତ୍ତି ସ୍ଥାପନ କରିବାରେ ମଗ୍ନ, ଯାହାକି ଜଳଜଳ କରି ଦେଖାଯାଏ ନିମ୍ନୋକ୍ତ କେତୋଟି ନମୁନାରୁ।
ଚିଦାମ୍ବରମ୍‌ଙ୍କ କଥା ଆଗ ଧରାଯାଉ। ତାଙ୍କ ପରିବାର ଗୋଟେଇଥିବା ସମ୍ପତ୍ତିକୁ ଦେଖିଲେ ଆଖି ବିସ୍ଫାରିତ ହୋଇଯାଏ। କେବଳ ଗଣମାଧ୍ୟମରେ ଚର୍ଚ୍ଚା ଧରିଥିବା ସମ୍ପତ୍ତି ମଧ୍ୟରେ ଅଛି ଚେନ୍ନାଇରେ ୧୨ଟି ଅଟ୍ଟାଳିକା ସମେତ ୪୦ଟି ‘ମଲ୍‌’ ଓ ୧୬ଟି ସିନେମାହଲ। ତାମିଲନାଡୁରେ କେବଳ ୩୦୦ ଏକରର ଜମି, ଇଂଲଣ୍ଡରେ ୮୦ ଏକରର ଜାଗା, ଥାଇଲାଣ୍ଡର ୧୬ଟି ବିଭିନ୍ନ ସ୍ଥାନରେ ମୂଲ୍ୟବାନ୍‌ ଜମି, ଶ୍ରୀଲଙ୍କାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ୩ଟି ଦାମିକା ରିସର୍ଟ। ତାଲିକା ଏତିକିରେ ଅଟକି ଯାଇନି। ସିଙ୍ଗାପୁର, ମାଲେସିଆରେ ଥିବା ଅଜସ୍ର ସମ୍ପତ୍ତି, ଫ୍ରାନ୍ସ ଓ ଦୁବାଇର ବିଭିନ୍ନ ସଂସ୍ଥାରେ ବିନିଯୋଗ କରିଥିବା କୋଟି କୋଟି ଟଙ୍କାର ସମ୍ପତ୍ତି, ଗ୍ରୀସ୍‌, ଫିଲିପାଇନ୍ସ, ଆମେରିକା ସମେତ ଆଉ କେତେକ ଦେଶରେ ପୁଞ୍ଜି ବିନିଯୋଗ ସମେତ ବ୍ରିଟେନ୍‌ ଓ ମାଲେସିଆରେ ତାଙ୍କର ଚାଲିଛି ବ୍ୟବସାୟ ସାମ୍ରାଜ୍ୟ। ସେଇଥିପାଇଁ ତ ଗିରଫଦାରିକୁ ଏଡ଼ାଇବାକୁ ଯାଇ ୨୦୧୯ ରେ ୩୦ରୁ ଅଧିକଥର ଆଗୁଆ ଜାମିନ ଆବେଦନ କରି ଚାଲିଥିଲେ ଏହି ଓକିଲ ଜଣଙ୍କ। ମାତ୍ର ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିବାରୁ ବାପ-ପୁଅଙ୍କୁ ବାଧ୍ୟହୋଇ ଜେଲ ଯିବାକୁ ପଡ଼ିଥିଲା। ଏବେ ଏବେ ଖୁବ୍‌ ଚର୍ଚ୍ଚାରେ ଥିବା ୧ ହଜାର କୋଟି ଟଙ୍କାର ହେରାଲ୍ଡ ଦୁର୍ନୀତି ମାମଲା। ହଜାରେ କୋଟି ଟଙ୍କାର ଜମି ଦୁର୍ନୀତିରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତ, ପ୍ରାୟ ଶହେ କୋଟିରୁ ଊଦ୍ଧର୍‌ବ ଟଙ୍କା ବେଆଇନ ଭାବେ ଗୋଟେଇଥିବା ଟିଏମ୍‌ସିର ବିତାଡ଼ିତ ମନ୍ତ୍ରୀ ପାର୍ଥ-ଅର୍ପିତା ଯୋଡ଼ିଙ୍କ ସମ୍ବନ୍ଧେ ଅଧିକ ଆଲୋଚନା ନ କରି ଟିକିଏ ଫେରିଚାହିଁବା ମହାଦୁର୍ନୀତିର ଏକ କଳାଦଶନ୍ଧିକୁ, ଯେଉଁ ସମୟରେ ଲୁଟ୍‌ ହୋଇଛି ଦେଶର ଅଜସ୍ର ସମ୍ପତ୍ତି। ବହୁଚର୍ଚ୍ଚିତ ସ୍କାମ୍‌ଗୁଡ଼ିକ ହେଲା ପ୍ରାୟ ୧ ଲକ୍ଷ ୮୬ ହଜାର କୋଟି ଟଙ୍କାର କୋଲ୍‌ଗେଟ ସ୍କାମ, ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ଟେଲିକମ୍‌ ସ୍କାମ, ୩ ହଜାର ୬୦୦ କୋଟି ଟଙ୍କାର ହେଲିକପ୍ଟର କିଣା ଦୁର୍ନୀତି, ୩୦ ହଜାର କୋଟି ଟଙ୍କାର କମନ୍‌ ୱେଲ୍‌ଥ ଗେମ୍‌ ଦୁର୍ନୀତି, ୧ଲକ୍ଷ ୬୦ ହଜାର କୋଟି ଟଙ୍କାର ତେଲ୍‌ଗି ସ୍କାମ,୧୪ ହଜାର ୧୬୨ କୋଟି ଟଙ୍କାର ସତ୍ୟମ୍‌ ସ୍କାମ, ୫ ହଜାର କୋଟି ଟଙ୍କାର ସେନା ରାଶନ ଚୋରି ଭ୍ରଷ୍ଟାଚାର ଆଦି ଅନେକ ଅନେକ।
ବିଡ଼ମ୍ବନାର ବିଷୟ ହେଉଛି ଯେ, ଦୁର୍ନୀତିକୁ ପ୍ରଚ୍ଛନ୍ନଭାବେ ପ୍ରୋତ୍ସାହିତ କରାଯାଉଥିଲା ଉପା ଶାସନ ସମୟରେ। କୋଟି କୋଟି ଟଙ୍କା ଲୁଟିନେଇ ବିଦେଶରେ ଆଜି ଲୁଚିଥିବା କୁଖ୍ୟାତ ମଦ ବ୍ୟବସାୟୀ, ପଳାତକ ବିଜୟ ମାଲ୍ୟାଙ୍କୁ ମନୋନୀତ କରି ପଠାଯାଇଥିଲା ରାଜ୍ୟ ସଭାକୁ। କୋଟି କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ଚନ୍ଦା କୋଚ୍ଚରଙ୍କୁ ପଦ୍ମଭୂଷଣ ଏବଂ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଖିଲାପକାରୀ ଶିଳ୍ପପତି ରାଘବେନ୍ଦ୍ର ରାଓ ଓ ଦୀପକ ପୁରୀଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଚୟନ କରିବା ଆଦି ଭ୍ରଷ୍ଟାଚାରୀ ଗୁଣକୁ ପ୍ରଦର୍ଶିତ କରୁନାହିଁ କି? ଦେଶର ପ୍ରତି କ୍ଷେତ୍ରରେ ଦୁର୍ନୀତିର ମଇଳା ଏମିତି ଛାଇଯାଇଛି ଯେ, ଝାଡ଼ୁଧରି ତାକୁ ସଫା କରିବାକୁ ଯେତେ ଚେଷ୍ଟା କଲେ ବି ‘ସ୍ବଚ୍ଛ ଭାରତ’ଟିଏ ପାଇବା ଖୁବ୍‌ କଷ୍ଟକର ମନେହୁଏ। ଦେଶର ରାଜକୋଷକୁ ଅକ୍ଟୋବର ୨୦୨୧ ସୁଦ୍ଧା ମାତ୍ର ୭ ବର୍ଷ ଭିତରେ ୫ ଲକ୍ଷ କୋଟି ଟଙ୍କା କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଜବତ ହୋଇ ଆସିଥିବାର ଜଣାଯାଏ। ଏହାସତ୍ତ୍ୱେ ଦୁର୍ନୀତି ବିରୋଧରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବି ପଛେଇ ନ ଥିଲେ। ଏ ସଂକ୍ରାନ୍ତରେ ଜୁଲାଇ ୨୭ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ବେଶ୍‌ ପ୍ରଣିଧାନଯୋଗ୍ୟ- ”ଆତଙ୍କବାଦ ପରି ଦୁର୍ନୀତି ଖୁବ୍‌ ଭୟଙ୍କର। ଦେଶର ମଙ୍ଗଳ ପାଇଁ ଦୁର୍ନୀତି ପ୍ରତି ସାମାନ୍ୟତମ ସହାନୁଭୂତି ବି ଆଦୌ ଗ୍ରହଣୀୟ ନୁହେଁ।“ କିଛି ବର୍ଷତଳେ ଦୁର୍ନୀତିର ବ୍ୟାପକତାକୁ ଦେଖି କଂଗ୍ରେସ ନେତୃତ୍ୱାଧୀନ ତତ୍କାଳୀନ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ସେଇ ନ୍ୟାୟାଳୟ ବି କହିଥିଲେ- ଦୁର୍ନୀତିକୁ ନୀତିରେ ପରିଣତ କରିଦେଲେ କେମିତି ହୁଅନ୍ତା?
ଦୁର୍ନୀତି ହେଉଛି ଏକପ୍ରକାର କର୍କଟ ରୋଗ ଜୀବାଣୁପରି, ଯାହାକି ଧୀରେ ଧୀରେ କାୟା ବିସ୍ତାର କରି ଦେଶ ଦୁନିଆକୁ ଖାଇଖାଇ ଯାଏ। ଦରଦାମ୍‌ ବୃଦ୍ଧି, ବେକାରି ବୃଦ୍ଧି ଆଦି ଦେଶର ସମସ୍ତ ଅର୍ଥନୈତିକ ଅବ୍ୟବସ୍ଥାର ମୂଳ ହେଉଛି ଦୁର୍ନୀତି। ଯେଉଁଠି ଦୁର୍ନୀତି, ସେଇଠି ଦୁଃଖ-ଦୁର୍ଦ୍ଦିନ-ଦୁର୍ଗତି। ବିଲେଇ ହାତେ ମାଛଗୋଦାମର ସୁରକ୍ଷା ଯାହା, ଭ୍ରଷ୍ଟାଚାରୀଙ୍କ ହାତେ କ୍ଷମତା ହେଉଛି ତାହା। ଜଣେ ଦୁର୍ନୀତିଖୋର ନେତା ନିର୍ବାଚିତ ହୋଇ ଆସୁଛି ମାନେ ବୁଝିବାକୁ ହେବ ଯେ, ସେଠାରେ ତତୋଽଧିକ ଦୁର୍ନୀତିଖୋର ଲୋକେ ଅଛନ୍ତି, ଯେଉଁମାନେ ତାଙ୍କୁ ନିର୍ବାଚିତ କରୁଛନ୍ତି। ଦୁର୍ନୀତି ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଜନସାଧାରଣଙ୍କ ଉଦାସୀନତା। ଦେଶ ଦୁର୍ଗତିର ପ୍ରମୁଖ କାରଣ, ଦୁର୍ନୀତିକୁ ପ୍ରତିଟି କ୍ଷେତ୍ରରେ ବିରୋଧ କରିବା ନିହାତି ଆବଶ୍ୟକ, ଯାହାକି ଦେଶ ପ୍ରୀତିର ନିଦର୍ଶନ। ଆଉ ଗୋଟେ କଥା, ଭ୍ରଷ୍ଟାଚାର ପ୍ରାଧାନ୍ୟ ପାଇଲେ ସଚ୍ଚୋଟ ବ୍ୟକ୍ତିଙ୍କ ଜୀବନ ବି ବିପନ୍ନ ହୁଏ। ସେଇଥିପାଇଁ କୁହାଯାଇଛି, ଯଦି କୌଣସି ଦେଶରେ ଦୁର୍ନୀତି ଅତି ବ୍ୟାପକ ମାତ୍ରାରେ କାୟାବିସ୍ତାର କରି ସାରିଲାଣି, ତୁରନ୍ତ ସେ ଦେଶର ସଚ୍ଚୋଟ ବ୍ୟକ୍ତି/ ନେତୃତ୍ୱକୁ ସୁରକ୍ଷିତ କରି ରଖିବା ହେଉଛି ଦେଶବାସୀଙ୍କ ଗୁୁୁରୁଦାୟିତ୍ୱ। ଅନ୍ୟଥା ସଚ୍ଚୋଟ ବ୍ୟକ୍ତିଙ୍କ ଜୀବନ ଯିବା ସହିତ ଦେଶ ବି ଅଚିରେ ଡୁବିଯିବ।

  • ଉପେନ୍ଦ୍ର ବିଶ୍ୱାଳ
    ଗୋଡ଼ିଶୂଳ, ସଜନାଗଡ଼, ବାଲେଶର
    ମୋ: ୯୪୩୭୪୩୬୦୭୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?