ନିର୍ବାଚନ ଲଢ଼ିପାରିବେନି କର୍ପୋରେଟର, କାଉନସିଲର

ବ୍ରହ୍ମପୁର ଅଫିସ,୨୮ା୯: ଗଞ୍ଜାମ ବିଜେଡିର ଜିଲାସ୍ତରୀୟ ସମବାୟ ନିର୍ବାଚନ କମିଟି ବୈଠକ ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବରରେ ହେବାକୁ ଥିବା ବ୍ରହ୍ମପୁର ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ପୌର ସଂସ୍ଥାକୁ ନିର୍ବାଚିତ ହୋଇଥିବା କର୍ପୋରେଟର ଓ କାଉନସିଲରମାନେ ଲଢ଼ିପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ଦଳର ଚିହ୍ନରେ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିବା ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ଏବଂ ସଭାପତି ଓ ଉପସଭାପତିଙ୍କ ପ୍ରତି ମଧ୍ୟ ଏହି ନିୟମ ଲାଗୁ ହୋଇଛି। ବିଜେଡି ସମର୍ଥକ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ପ୍ରତି ମଧ୍ୟ ଏହି ନିଷ୍ପତ୍ତି ମାନିବା ପାଇଁ ବାଧ୍ୟ କରାଯାଇଛି।
ସ୍ବତନ୍ତ୍ର ସର୍କିଟ ହାଉସରେ ହୋଇଥିବା ବୈଠକରେ ଆହୁରି ମଧ୍ୟ ସମବାୟ ଅନୁଷ୍ଠାନ ସହ ବ୍ୟବସାୟିକ କାରବାର ଥିବା ଏବଂ ଋଣ ନେଇ ପରିଶୋଧ କରିନଥିବା ଦଳ କର୍ମୀ ଓ ନେତାଙ୍କୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାକୁ ବିଜେଡି ବାରଣ କରିଛି। ଦୁଇ ସମବାୟ କେନ୍ଦ୍ର ବ୍ୟାଙ୍କର ୩୦ ଜୋନରେ ଆପରାଧୀକ ମାମଲା ଥିବା ଲୋକ ଯେଭଳି ପ୍ରାର୍ଥୀ ନ ହେବେ ସେଥିପ୍ରତି ତୀକ୍ଷ୍ମ ନଜର ରଖାଯିବାର ବୈଠକରେ ମତ ପ୍ରକାଶ ପାଇଛି। ପଦ ପଦବୀରେ ଥିବା ଦଳର ଲୋକେ ସମବାୟ ନିର୍ବାଚନରେ ବାଦ ପଡ଼ିବା ସ୍ପଷ୍ଟ କରାଯାଇଛି। ପ୍ରଥମଥର ପାଇଁ ଶାସକ ବିଜେଡି ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।
ବୈଠକରେ ବିଜେଡି ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଦୁଇ ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ପ୍ରମିଳା ବିଷୋୟୀ, ଗଞ୍ଜାମ ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଜପତି ଜିଲା ସଭାପତି ପ୍ରଦୀପ ନାୟକଙ୍କ ସମେତ ବିକ୍ରମ ପଣ୍ଡା, ସୁବାସ ବେହେରା, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଲତିକା ପ୍ରଧାନ ପ୍ରମୁଖ ବିଧାୟିକା ଓ ବିଧାୟକ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିତ୍ଥିଲେ। ସମବାୟ ନିର୍ବାଚନ ପାଇଁ ଗଠିତ ଦଳର କମିଟି ସଦସ୍ୟ ବୀରେନ୍ଦ୍ର ଆରୁଖ, କୈଳାସ ରଣା, ସୁଧୀର ରାଉତ, ଆର. ରାମ ପ୍ରସାଦ, ଧନଞ୍ଜୟଲୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ବୈଠକ ଶେଷରେ ଚ୍ୟାଉ ପଟ୍ଟନାୟକଙ୍କ ସୂଚନାନୁସାରେ ସମବାୟ ନିର୍ବାଚନରେ ସ୍ବଚ୍ଛତା ରଖାଯିବାକୁ ଗୁରୁତ୍ୱ ଦିଆଯାଇଛି। ୨୦୧୫ ସମବାୟ ନିର୍ବାଚନରେ ଦଳକୁ ଯେଭଳି ସଫଳତା ମିଳିଥିଲା, ଆଗାମୀ ନିର୍ବାଚନରେ ମଧ୍ୟ ସେହି ଧାରା ବଜାୟ ରଖିବାର ନିଷ୍ପତ୍ତି ନିଆଯାଇଛି। ଦଳ ପାଇଁ ସର୍ବଦା ସମର୍ପିତ ଏବଂ ସମବାୟ କ୍ଷେତ୍ରରେ ଅଭିଜ୍ଞତା ଥିବା କର୍ମୀଙ୍କୁ ପ୍ରାର୍ଥୀ ଚୟନରେ ସମର୍ଥନ କରାଯିବ। ଏଥର ଯେଉଁ କେତେକ କଟକଣା ଲଗାଯାଇଛି ତାହାଦ୍ୱାରା ନୂଆ ଲୋକ ନିର୍ଦ୍ଦେଶକ ନିର୍ବାଚନ ଲଢ଼ିବାର ବାଟ ଫିଟିବ। ଶୃଙ୍ଖଳିତ ଭାବେ ସମବାୟ ନିର୍ବାଚନ ପାଇଁ ବିଜେଡି ପ୍ରୟାସ ଜାରୀ ରଖିବାର ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri