କରୋନା ସଂକ୍ରମଣ: ୧୫ ମାର୍ଚ୍ଚ ପରେ ବିବାହ ମନା

ନାସିକ,୯ ।୩: କରୋନାର ଲେଉଟାଣି ପୁଣି ଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ବିଶେଷ ଭାବେ ପ୍ରଥମଥର ଭଳି ଏଥର ବି ମହାରାଷ୍ଟ୍ର ଉପରେ ଯେମିତି ଦାଉ ସାଧିଛି । ତେବେ ନାସିକରେ ବେଳକୁ ବେଳ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ । ତେଣୁ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ୱିକ ଏଣ୍ଡ ଲକ୍ ଡାଉଡ଼ ଲଗାଇବାକୁ ଯୋଜନା କରାଯାଉଥିବା ବେଳେ ଆହୁରି ମଧ୍ୟ କିଛି କଟକଣା ଲାଗୁ କରାଯିବାକୁ ଯୋଜନା କରାଯାଉଛି । ମିଳିିଥିବା ରିପୋର୍ଟ ଅନୁଯାୟୀ ସେଠାରେ ସୋମବାର ସୁଦ୍ଧା ୬୨୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୬,୫୭୦ରେ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ୱାରା ସ୍ଥିତିର ସମୀକ୍ଷା କରାଯିବା ପରେ ପ୍ରତିବନ୍ଧ ଲାଗୁ କରାଯିବାକୁ ନେଇ ଜିଲା ପ୍ରଶାସନ କହିଛନ୍ତି ମାର୍ଚ୍ଚ ୧୫ ପରେ ନାସିକରେ ଆଉ ବିବାହ କାର୍ଯ୍ୟ କରାଯାଇ ପାରିବ ନାହିଁ । ପୂର୍ବରୁ ବିବାହ ପାଇଁ ଯେଉଁମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି କେବଳ ସେହିମାନେ ମାର୍ଚ୍ଚ ୧୫ ମଧ୍ୟରେ ବିବାହ କାର୍ଯ୍ୟ ସାରିବାକୁ କୁହାଯାଇଛି । ଏହାପରେ ନିର୍ଦ୍ଦେଶ ଆସିଲେ ବିବାହ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯିବ । ନାସିକର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଜରୁରୀ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ କରିବାକୁ ପଡିବ । ହୋମ ଡେଲିଭରି ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତିଶୀଳ ବଜେଟ୍‌, ବିକାଶର ରାସ୍ତା ଖୋଲିବ: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧।୨: ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସାଧାରଣ ବଜେଟକୁ ଏକ ପ୍ରଗତିଶୀଳ ଏବଂ ଭବିଷ୍ୟତ ଆଧାରିତ ବଜେଟ ବୋଲି କହିଛନ୍ତି। ସେ କହିଛନ୍ତି, ଏହି...

ଦେଶକୁ ‘ଭାଷଣ’ ନୁହେଁ, ‘ଅକ୍ସିଜେନ୍‌’ ଦରକାର

ନୂଆଦିଲ୍ଲୀ,୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ଅବସ୍ଥା ଖରାପ ଆଡକୁ ଗତି କରୁଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର...

କଂଗ୍ରେସକୁ ଝଟ୍‌କା: ଟିଏମ୍‌ସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ

କୋଲକାତା,୫।୭: ପଶ୍ଚିମ ବଙ୍ଗରେ ନିଜର ଅସ୍ତିତ୍ୱ ହରାଉଥିବା କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଛି। ପୂର୍ବତନ ରାଷ୍ଟ୍ରପତି ତଥା ସ୍ବର୍ଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ...

ଅଧ୍ୟକ୍ଷ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ରାହୁଲ ଚିନ୍ତା କରିବା ଆବଶ୍ୟକ: ବିରପ୍ପା ମୋଇଲୀ

ବେଙ୍ଗାଲୁର୍‌,୮।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ବିରପ୍ପା ମୋଇଲୀ। ରାହୁଲ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ଚିନ୍ତା କରିବା...

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ...

ନମାଜ ପାଠ ବେଳେ ଆକ୍ରମଣ: ଥାନାରେ ମାମଲା ରୁଜୁ

ଗୁରୁଗ୍ରାମ,୧୩।୧୦: ଗୁରୁଗ୍ରାମର ଏକ ମସ୍‌ଜିଦରେ ବୁଧବାର ନମାଜ ପାଠ ଚାଲିଥିବା ବେଳେ କେତେଜଣ ଲୋକ ସେଠାରେ ପ୍ରବେଶ କରି ମାରପିଟ୍‌ କରିବା ସହ ମସ୍‌ଜିଦରେ ଭଙ୍ଗାରୁଜା...

ପାଇଲଟଙ୍କ ବିମାନ ପୁଣିଥରେ କଂଗ୍ରେସ ରନ୍‌ଓ୍ବେ ମୁହାଁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ଶେଷ ହେବା ଭଳି ଦେଖାଯାଉଛି। ରାଜସ୍ଥାନ ସରକାରକୁ ଭାଙ୍ଗିବାର ସୂତ୍ରଧର ସାଜିଥିବା ଓ ବିଧାୟକଙ୍କୁ କିଣାବିକା...

Advertisement
Archives

Model This Week