ଭାରତରୁ କରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଭାବପ୍ରବଣ ହେଲେ ଡେମୋନିକନ ରିପବ୍ଲିକର ପ୍ରଧାନମନ୍ତ୍ରୀ

ସାଣ୍ଟୋ ଡୋମିନଗୋ,୧୧ ।୨: କରୋନା ଭାଇରସକୁ ହରାଇବା ପାଇଁ ସାରା ବିଶ୍ୱ ପ୍ରୟାସ ଜାରି ରଖିଛି । ପାଖାପାଖି ୧ ବର୍ଷ ହେବ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଏହି ମାହାମାରୀ ପାଇଁ କିଛି ଦେଶ ଭ୍ୟାକ୍ସିନ ବାହାର କରି ସାରିଲାଣି । ଏହି କ୍ରମରେ ଭାରତରେ ମଧ୍ୟ କରୋନା ସହ ଲଢିବାକୁ ୨ଟି ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାକୁ ନେଇ ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ସହଯୋଗ ସୂତ୍ରରେ ଭାରତ କିଛି କିଛି ଭ୍ୟାକ୍ସିନ ବା ଟିକା ବିଭିନ୍ନ ଦେଶକୁ ମଧ୍ୟ ପଠାଇଲାଣି । ଏବେ ଭାରତର ଭ୍ୟାକ୍ସିନ ଡୋମିନିକନ ରିପବ୍ଲିକରେ ପହଞ୍ଚିବା ପରେ ସେଠାକାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଭାବପ୍ରବଣ ହୋଇଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭ୍ୟାକ୍ସିନ ପହଞ୍ଚିବା ପରେ ଏକ ଔପଚାରିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ କହିଥଲେ ମୋତେ ବିଶ୍ୱାସ ନ ଥିଲା କି ଆମର ଅନୁରୋଧର ଜବାବ ଏତେଶୀଘ୍ର ମିଳିବ ବୋଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । କାରଣ କରୋନା ଭଳି ମାହାମାରୀର ସଙ୍କଟ ସମୟରେ ସମସ୍ତେ ନିଜ ଦେଶର ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ମୋଦି କିନ୍ତୁ ଆମର ଅନୁରୋଧ ସ୍ୱିକାର କରିଛନ୍ତି । ଭାରତ ମୋଟ ୩୫୦୦୦ ଭ୍ୟାକ୍ସିନ ପଠାଇଥିବା ବେଳେ ଡେମୋନିକ ରିପବ୍ଲିକର ମୋଟ ୭୨ ହଜାର ଜନସଂଖ୍ୟାରୁ ଅଧା ଲୋକଙ୍କ ଜୀବନ ରକ୍ଷା ହୋଇଯିବ ବୋଲି ରୁଜଭେଲ୍ଟ କହିଛନ୍ତି । ସୂଚନାଯୋଗ୍ୟ, ଫେବୃୟାରୀ ୯ରେ ଡୋମୋନିକାର ଡଗଲର୍ସ-ଚାର୍ଲସ ଏହାର ପୋର୍ଟରେ ଭାରତର ଭ୍ୟାକ୍ସିନ ପହଞ୍ଚିବା ପରେ ନିଜେ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ଭ୍ୟାକ୍ସିନ ରିସିଭ କରିବାକୁ ପହଞ୍ଚିଥିଲେ । ଏହାସହ ଭ୍ୟାକ୍ସିନ ଓହ୍ଲାଇବା ବେଳେ ମଧ୍ୟ ଏମାନେ ସହଯୋଗ କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର...

ଖୋଲିବ ଅଷ୍ଟ୍ରେଲିଆ ସୀମା

ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା...

ଇନ୍ଧନ-ଖାଦ୍ୟ-ବିଦ୍ୟୁତ ଅଭାବ: ପ୍ରଦର୍ଶନ କଲେ ଗିଲଗିଟ-ବଲ୍ଟିସ୍ତାନର ଲୋକେ…

ଇସଲାମାବାଦ,୫।୩ : ପାକିସ୍ତାନର ଅଧିକୃତ କଶ୍ମୀରର ଗିଲଗିଟ-ବଲ୍ଟିସ୍ତାନରେ ଲୋକମାନେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଏହା ଏକ ଅବହେଳିତ ଅଞ୍ଚଳ, ଯେଉଁଠାରେ ଲୋକମାନେ ମୌଳିକ ସୁବିଧାରୁ...

ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ...

କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ

ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍‌ବଲ ଚାମ୍ପିୟନଶିପ ମ୍ୟାଚ୍‌(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ...

ରୁଷିଆର ଅସ୍ତ୍ରବିରତି ଘୋଷଣା

ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ...

ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍‌ଡାଉନ୍‌…

.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ...

ବନ୍ୟା ପରେ ମହଙ୍ଗା ମାଡ଼: ପାକିସ୍ତାନରେ ଟମାଟୋ ୫୦୦, ପିଆଜ ୪୦୦ ଟଙ୍କା…

ଇସଲାମାବାଦ, ୨୯।୮ : ପାକିସ୍ତାନର ଲାହୋର ଏବଂ ପଞ୍ଜାବ ସମେତ କେତେକ ପ୍ରଦେଶରେ ବନ୍ୟା ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଛି ଯେ ଲୋକମାନେ ଦିନକୁ...

Advertisement
Archives

Model This Week