Posted inଜାତୀୟ

ଏକ ବିଦ୍ୟାଳୟରୁ ୩୨ ଛାତ୍ର କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୨୮ା୧୦): କର୍ନାଟକର ଏକ ବିଦ୍ୟାଳୟରୁ କରୋନା ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧ୍ୟୟନ କରୁଥିବା ୩୨ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏତେ ସଂଖ୍ୟକ ଛାତ୍ର ସଂକ୍ରମିତ ହୋଇଥିବା ମାମଲା ଏପରି ସମୟରେ ଆସିଛି, ଯେତେବେଳେ ଅଧିକାଂଶ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି। କୋଡାଗୁ ଜିଲା ଡେପୁଟି କମିଶନର ଡ. ବିସି ସତୀଶ ସେହି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଯେଉଁଠାରେ ୩୨ ଛାତ୍ର କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। କୌଣସି ଛାତ୍ରଙ୍କଠାରେ କରୋନାର ଲକ୍ଷଣ ନ ଥିଲା। ମାତ୍ର ପଜିଟିଭ୍‌ ବାହାରିଛି। ସମସ୍ତ ଛାତ୍ରୀଛାତ୍ରଙ୍କୁ ଆଇସୋଲେଶନରେ ରଖାଯାଇଛି ଏବଂ ତଦାରଖ କରାଯାଉଛି।

ସୂଚନା ଅନୁଯାୟୀ, ୨୭୦ଜଣ ଛାତ୍ରଙ୍କ ମଧ୍ୟର ୩୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବାକି ଛାତ୍ରମାନଙ୍କୁ ଅଲଗା କରିବାକୁ କୁହାଯାଇଛି। ଏହି ମାମଲା କର୍ନାଟକର ମାଡିକେରୀର ଜବାହର ନବୋଦୟ ବିଦ୍ୟାଳୟର ଅଟେ। ତେବେ ଛାତ୍ରୀଛାତ୍ର ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଦ୍ୟାଳୟ ପ୍ରଶାସନ କହିଛି। ବର୍ତ୍ତମାନ ସ୍କୁଲ କର୍ମଚାରୀଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲେ ୮ ଲୋକ

ପୁଣେ,୭।୪: ମହାରାଷ୍ଟ୍ରର ବିଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କରୋନାରେ ମୃତ୍ୟୁ ଘଟିଥିବା ୮ ଜଣ ଲୋକଙ୍କୁ ଗୋଟିଏ ସମାଧିସ୍ଥଳରେ ପୋଡି ଦିଆଯାଇଥିଲା।...

ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର  ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ...

୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା...

ମାସେ ବଢ଼ିଲା କୋଭିଡ୍‌ କଟକଣା

ନୂଆଦିଲ୍ଲୀ, ୨୯।୯: କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁତ୍ଥିବାରୁ ଜନସ୍ବାସ୍ଥ୍ୟ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି...

ଡ୍ରୋନ୍‌ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ

ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି।...

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର...

ହଜ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା: ନଭେମ୍ବର ୭ରୁ ୧୦ଯାଏଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୬।୧୧: ହଜ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ହଜ କମିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ହଜ ଯାତ୍ରା ୨୦୨୧ ପାଇଁ...

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ...

Advertisement
Archives

Model This Week