ଉହାନ ଲ୍ୟାବ୍‌ରୁ ଲିକ୍‌ ହୋଇ ଥାଇପାରେ କରୋନା ଭାଇରସ୍‌, ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଦେଲେ ସୂଚନା…

ଜେନେଭା, ୨୩।୬ : ଚାଇନାରୁ କରୋନା ଭାଇରସ ଉତ୍ପତ୍ତି ନେଇ କରାଯାଉଥିବା ଦୋଷାରୋପରୁ ଦୂରେଇ ରଖିବାକୁ କରିବାକୁ ଡବ୍ଲୁଏଚଓ ସର୍ବଦା ଏଡ଼ାଇ ଆସିଥିଲା। ଡବ୍ଲୁଏଚଓ ଏଥିପାଇଁ ଚାଇନାକୁ ସିଧାସଳଖ ଦାୟୀ କରି ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର ପାଇଁ ଡବ୍ଲୁଏଚଓ ମୁଖ୍ୟ ଉହାନ ଲ୍ୟାବରେ କରୋନା ଭାଇରସ୍‌ ଲିକ୍‌ ହୋଇଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ୟୁରୋପୀୟ ରାଜନେତାଙ୍କ ସହ ବାର୍ତ୍ତାଳାପ ସମୟରେ ଡବ୍ଲୁଏଚଓ ମୁଖ୍ୟ ଟ୍ରେଡୋସ ଘେବ୍ରେୟସସ ଏହାକୁ ସ୍ବୀକାର କରିଛନ୍ତି।

ୟୁରୋପୀୟ ରାଜନେତା ତାଙ୍କ ନାମ ପ୍ରକାଶ କରିନାହାଁନ୍ତି। ସେ କହିଛନ୍ତି ଯେ ଏକ ବ୍ୟକ୍ତିଗତ ଆଲୋଚନାରେ ଘେବ୍ରେୟସସ କହିଛନ୍ତି ଯେ ଏହି ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ବ୍ୟାପି ଥାଇପାରେ। କିଛି ଦିନ ପୂର୍ବରୁ,ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଖୋଲାଖୋଲି ଭାବରେ କହିଥିଲେ ଯେ ଏହି ଭୂତାଣୁ କେଉଁଠୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହା କିପରି ମଣିଷ ଶରୀର ଭିତରକୁ ଗଲା ତାହା ମଧ୍ୟ ଅଜଣା।

ଡବ୍ଲୁଏଚଓ ମହାନିର୍ଦ୍ଦେଶକଙ୍କ ଅନୁଯାୟୀ, କରୋନା ଭୂତାଣୁ ଉତ୍ପତ୍ତି ବିଷୟରେ ନୈତିକ ଦୃଷ୍ଟିରୁ ଅନୁସନ୍ଧାନ କରିବା ଆମର ଦାୟିତ୍ୱ। ଏହାକୁ ଜାଣିବା ପାଇଁ ଯେତେ ଅଧିକ ସମୟ ଲାଗିବ, ସେ ବିଷୟରେ ଜାଣିବା କଷ୍ଟକର ହେବ। ତଦନ୍ତରେ ଚାଇନା କେବେ ମଧ୍ୟ ସହଯୋଗ କରି ନଥିଲା।

୨୦୨୧ରେ ଡବ୍ଲୁଏଚଓ ଦ୍ୱାରା ଗଠିତ ବିଶେଷଜ୍ଞ ପ୍ୟାନେଲ ନିକଟରେ ପ୍ରକାଶିତ ରିପୋର୍ଟରେ କହିଥିଲେ ଯେ କରୋନା ସଂକ୍ରମଣର ଆରମ୍ଭ ବିଷୟରେ ଜାଣିବା ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ। ତେବେ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ବାଦୁଡ଼ିଙ୍କଠାରୁ ଭୂତାଣୁ ମଣିଷ ଭିତରକୁ ପ୍ରବେଶ କରିଥାଇ ପାରନ୍ତି। ଡବ୍ଲୁଏଚଓ ବିଶେଷଜ୍ଞମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି ଯେ ଚାଇନାରୁ କରୋନା ଭୂତାଣୁର ଉତ୍ପତ୍ତି ହୋଇଥିବା ଅଭିଯୋଗର ଅନୁସନ୍ଧାନ ଚାଇନା ସାହାଯ୍ୟ କରୁନାହିଁ। ଫଳରେ କରୋନା ମହାମାରୀର ଉତ୍ପତ୍ତି ରହସ୍ୟ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri