ଉହାନ ଲ୍ୟାବ୍‌ରୁ ଲିକ୍‌ ହୋଇ ଥାଇପାରେ କରୋନା ଭାଇରସ୍‌, ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଦେଲେ ସୂଚନା…

ଜେନେଭା, ୨୩।୬ : ଚାଇନାରୁ କରୋନା ଭାଇରସ ଉତ୍ପତ୍ତି ନେଇ କରାଯାଉଥିବା ଦୋଷାରୋପରୁ ଦୂରେଇ ରଖିବାକୁ କରିବାକୁ ଡବ୍ଲୁଏଚଓ ସର୍ବଦା ଏଡ଼ାଇ ଆସିଥିଲା। ଡବ୍ଲୁଏଚଓ ଏଥିପାଇଁ ଚାଇନାକୁ ସିଧାସଳଖ ଦାୟୀ କରି ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର ପାଇଁ ଡବ୍ଲୁଏଚଓ ମୁଖ୍ୟ ଉହାନ ଲ୍ୟାବରେ କରୋନା ଭାଇରସ୍‌ ଲିକ୍‌ ହୋଇଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ୟୁରୋପୀୟ ରାଜନେତାଙ୍କ ସହ ବାର୍ତ୍ତାଳାପ ସମୟରେ ଡବ୍ଲୁଏଚଓ ମୁଖ୍ୟ ଟ୍ରେଡୋସ ଘେବ୍ରେୟସସ ଏହାକୁ ସ୍ବୀକାର କରିଛନ୍ତି।

ୟୁରୋପୀୟ ରାଜନେତା ତାଙ୍କ ନାମ ପ୍ରକାଶ କରିନାହାଁନ୍ତି। ସେ କହିଛନ୍ତି ଯେ ଏକ ବ୍ୟକ୍ତିଗତ ଆଲୋଚନାରେ ଘେବ୍ରେୟସସ କହିଛନ୍ତି ଯେ ଏହି ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ବ୍ୟାପି ଥାଇପାରେ। କିଛି ଦିନ ପୂର୍ବରୁ,ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଖୋଲାଖୋଲି ଭାବରେ କହିଥିଲେ ଯେ ଏହି ଭୂତାଣୁ କେଉଁଠୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହା କିପରି ମଣିଷ ଶରୀର ଭିତରକୁ ଗଲା ତାହା ମଧ୍ୟ ଅଜଣା।

ଡବ୍ଲୁଏଚଓ ମହାନିର୍ଦ୍ଦେଶକଙ୍କ ଅନୁଯାୟୀ, କରୋନା ଭୂତାଣୁ ଉତ୍ପତ୍ତି ବିଷୟରେ ନୈତିକ ଦୃଷ୍ଟିରୁ ଅନୁସନ୍ଧାନ କରିବା ଆମର ଦାୟିତ୍ୱ। ଏହାକୁ ଜାଣିବା ପାଇଁ ଯେତେ ଅଧିକ ସମୟ ଲାଗିବ, ସେ ବିଷୟରେ ଜାଣିବା କଷ୍ଟକର ହେବ। ତଦନ୍ତରେ ଚାଇନା କେବେ ମଧ୍ୟ ସହଯୋଗ କରି ନଥିଲା।

୨୦୨୧ରେ ଡବ୍ଲୁଏଚଓ ଦ୍ୱାରା ଗଠିତ ବିଶେଷଜ୍ଞ ପ୍ୟାନେଲ ନିକଟରେ ପ୍ରକାଶିତ ରିପୋର୍ଟରେ କହିଥିଲେ ଯେ କରୋନା ସଂକ୍ରମଣର ଆରମ୍ଭ ବିଷୟରେ ଜାଣିବା ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ। ତେବେ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ବାଦୁଡ଼ିଙ୍କଠାରୁ ଭୂତାଣୁ ମଣିଷ ଭିତରକୁ ପ୍ରବେଶ କରିଥାଇ ପାରନ୍ତି। ଡବ୍ଲୁଏଚଓ ବିଶେଷଜ୍ଞମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି ଯେ ଚାଇନାରୁ କରୋନା ଭୂତାଣୁର ଉତ୍ପତ୍ତି ହୋଇଥିବା ଅଭିଯୋଗର ଅନୁସନ୍ଧାନ ଚାଇନା ସାହାଯ୍ୟ କରୁନାହିଁ। ଫଳରେ କରୋନା ମହାମାରୀର ଉତ୍ପତ୍ତି ରହସ୍ୟ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?