ସ୍କୁଲ ଖୋଲିବା ପରେ ବେକାକୁ ହେଉଛି କରୋନା, ସାତ ଦିନରେ ୧.୪୧ ଲକ୍ଷ ସଂକ୍ରମିତ

ୱାଶିଂଟନ,୨୫ ।୧୧: କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକାରେ ଏବେ ଏହି ମହାମାରୀ ଶିଶୁଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଜଣାପଡିଛି । ଭାଇରସର ଏହି ରୂପ ବିଶ୍ୱ ପାଇଁ ସତର୍କ ଘଣ୍ଟି ହୋଇପାରେ ବୋଲି କୁହାଯାଉଛି । ଆମେରିକାନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ(ଏଏପି)ର ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହେ ମଧ୍ୟରେ ୧୧ରୁ ୧୮ ନଭେମ୍ବର ମଧ୍ୟରେ ୧,୪୧,୯୦୫ ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଶିଶୁଙ୍କଠାରେ ସଂକ୍ରମଣ ହାର ଗତ ୨ ସପ୍ତାହ ତୁଳନାରେ ୩୨ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ଆମେରିକାରେ ଯେତିକି ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଶିଶୁଙ୍କ ସଂଖ୍ୟା ଏକ ତୃତୀୟାଂଶ ରହିଛି । ଆମେରିକାର ଶିଶୁଙ୍କ ସଂଖ୍ୟା ୨୨ ପ୍ରତିଶତ । ମହାମାରୀ କବଳରେ ଏବେ ୩ ପ୍ରତିଶତରୁ ଅଧିକ ଶିଶୁ ଆସିଯାଇଛନ୍ତି । ଏହି ଅନୁଯାୟୀ, ଏବେ ପର୍ଯ୍ୟନ୍ତ ଆମେରିକାରେ ୬୮ ଲକ୍ଷରୁ ଅଧିକ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି । ହେଲେ କରୋନାରେ ଶିଶୁଙ୍କ ମୃତ୍ୟୁହାର ଖୁବ୍ କମ୍ ରହିଛି । ଏମିତିକି ଆମେରିକାର ୬ଟି ରାଜ୍ୟରେ ଜଣେ ହେଲେ ବି ଶିଶୁଙ୍କର ମୃତ୍ୟୁ ହୋଇ ନାହିଁ । ଶିଶୁଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ ଏମାନେ ଶୀଘ୍ର ସୁସ୍ଥ ହୋଇ ଯାଉଛନ୍ତି ବୋଲି କୁହାଯାଉଛି । ଏହାର କାରଣ ହେଉଛି କିଛିଦିନ ବ୍ୟବଧାନରେ ସେମାନେ ଇନଫ୍‌ଲୁଏଞ୍ଜା, ମେନିନୋଜାଇଟିସ, ଚିକେନପକ୍ସ ଓ ହେପାଟାଇଟିସ ଭଳି ଟିକା ନେଉଥିବାରୁ ଏମାଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ମୋଦି କଲେ ଘୋଷଣା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ସୁରକ୍ଷା...

ଦୀର୍ଘକାଳ ବୁଡ଼ିଥିଲେ, ଏବେ ଉଠିଲେ

ଓ୍ବାଶିଂଟନ,୩୦।୧୦: ପ୍ରଶାନ୍ତ ମହାସାଗରରେ ଅତଳ ଜଳରାଶି ମଧ୍ୟରୁ ଉପରକୁ ଉଠିଛି ୨ ଡଜନ ଘୋଷ୍ଟ ଶିପ୍‌। ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଏହି ଜାହାଜଗୁଡ଼ିକ ଉଠିଆସିଥିବା ଜଣାପଡ଼ିଛି।...

କରୋନା ଭୂତାଣୁ ଓ ନାନୋକଣିକା

”କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ...

କରୋନା ସେବା ପାଇଁ ନିଜ ବିବାହ ରୋକିଲେ ପିଇଓ

ନିମାପଡ଼ା,୧୧ା୫(ଡି.ଏନ.ଏ): ବିଶ୍ୱରେ ଏବେ ମହାମାରୀ କରୋନା ସଂକ୍ରମଣର ଘୋର ବିଭୀଷିକା ଦେଖାଦେଇଛି। କରୋନା ଯୁଦ୍ଧର ମୁକାବିଲା ପାଇଁ ପୋଲିସ, ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ,...

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

ପର୍ଲ ହାର୍ବର ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ମୁଖ୍ୟ

ଓ୍ବାଶିଂଟନ,୫।୧୨: ଆମେରିକାର ହାଓ୍ବାଇ ନିକଟରେ ଗୁରୁବାର ହୋଇଥିବା ଗୁଳିକାଣ୍ଡରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଅଳ୍ପକେ...

କ୍ୟାନସର ରୋଗୀଙ୍କୁ କରୋନା ସଂକ୍ରମଣ ଅଧିକ, ଡାକ୍ତର ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): କ୍ୟାନସର ରୋଗୀଙ୍କୁ କରୋନା ସଂକ୍ରମଣ ଅଧିକ ରହିଛି। ତେଣୁ କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତର ସୁରେନ୍ଦ୍ର ସେନାପତି ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି,...

ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌...

Advertisement


Archives

Model This Week