ମଣ୍ଡପ ଦେଖାଇ ମିଶନ ଶକ୍ତି ଗୃହ ଅର୍ଥ ହରିଲୁଟ୍‌

ରଗଡି,୨୫ା୧୧(ଡି.ଏନ.ଏ.): ରାଜ୍ୟ ସରକାର ନାରୀ ସଶକ୍ତିକରଣ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ମହିଳା କିଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ବିଭିନ୍ନ ଯୋଜନାରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ହେଲେ କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ ଅନିୟମିତତା ଏହି ଯୋଜନାର ସଫଳତା ପରାହତ କରିଥିବା ଅଭିଯୋଗ ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା କୋରେଇ ବ୍ଲକ ପଛିକୋଟ ପଞ୍ଚାୟତରେ।

ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମହାସଂଘର ସଶକ୍ତିକରଣ ନିମନ୍ତେ ଏକ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। କୋରେଇ ଶିଶୁ ବିକାଶ ଅଧିକାରୀ (ସିଡିପିଓ) ପଞ୍ଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ ନିରୂପମା ଜେନା ଓ ସମ୍ପାଦିକା ରଶ୍ମିତା ଆଚାର୍ଯ୍ୟଙ୍କୁ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିବା ଏବଂ ସେଠାରେ ସଂଘର ସଭା ସମିତି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବେ ବୋଲି ୨ା୧୦ା୨୦୨୧ରେ ପତ୍ରସଂଖ୍ୟା ୮୪୮ରେ ସୂଚନା ଦେଇଥିଲେ। ଉକ୍ତ ପତ୍ର ପାଇବା ପରେ ମହିଳା ମହାସଂଘର ପ୍ରାୟ ୧୫୦ ମହିଳା ପଛିକୋଟ ସରପଞ୍ଚ ମହେନ୍ଦ୍ର ପ୍ରତାପ ସିଂହଙ୍କ ନିକଟରେ ପହଞ୍ଚି କେଉଁଠି ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଅନ୍ୟପକ୍ଷେ ପଛିକୋଟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ପେଣ୍ଡାଲକୁ ମିଶନ ଶକ୍ତି ଗୃହ ଦର୍ଶାଇ ସିଂହଭାଗ ଅର୍ଥ ହରିଲୁଟ ହୋଇଥିବା ସଂଘ କର୍ମକର୍ତ୍ତା ଜାଣିବାକୁ ପାଇଥିଲେ। କିଭଳି ସ୍ବୟଂ ସହାୟକ ଗୋଷ୍ଠୀ ଅଗୋଚରରେ ୬ଟି ପିଲରରେ ଛାତ ପଡି ମିଶନ ଶକ୍ତିର କୌଣସି ସୁବିଧା ସୁଯୋଗ ନ କରି ଗୃହ ନିର୍ମାଣ ହେଲା ବୋଲି ପ୍ରଶ୍ନ କରି ମହିଳାମାନେ ସରପଞ୍ଚଙ୍କୁ ଘେରିଥିଲେ। ଅନ୍ୟପକ୍ଷେ ପଛିକୋଟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏହି ମଣ୍ଡପ ପୂର୍ବରୁ ଠାକୁରଙ୍କ ଟଙ୍କାରେ ନିର୍ମାଣ ହୋଇଥିବାବେଳେ ମିଶନଶକ୍ତି ଗୃହ ଅର୍ଥ ହରିଲୁଟ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ତରବରିଆ ଭାବେ ସେଠାରେ ମିଶନ ଶକ୍ତି ଫଳକ ଲଗାଯାଇଥିବା ଦର୍ଶାଇ ପଞ୍ଚାୟତର ଶତାଧିକ ମହିଳା କୋରେଇ ବିଧାୟକ, ବ୍ଲକ ଉନ୍ନୟନ ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏବେ ଧରାପଡିଯିବା ଭୟରେ ଗ୍ରାମର ମଣ୍ଡପକୁ ମିଶନ ଶକ୍ତି ଗୃହ ଦର୍ଶାଉଥିବା ଚର୍ଚ୍ଚା ହେଉଛି। ପଞ୍ଚାୟତରେ କୌଣସି ମିଶନ ଶକ୍ତି ଗୃହ ନିର୍ମାଣ ହୋଇ ନ ଥିବାବେଳେ ମିଥ୍ୟା ଫଳକ ଲଗାଇ ସରକାରୀ ଅର୍ଥ ହରିଲୁଟ କରିଥିବା ମହିଳାମାନେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି, କୋରେଇ ବ୍ଲକରେ ଆବଣ୍ଟିତ ମୋଟ ୨୩ଟି ମିଶନ ଶକ୍ତି ଗୃହ ମଧ୍ୟରୁ ୫ଟି ନିର୍ମାଣ ହେବାକୁ ଅଛି। ୧୭ଟିର କାମ ସମ୍ପୂର୍ଣ୍ଣ ହୋଇ ହସ୍ତାନ୍ତର ହୋଇଛି। ତେବେ ପଛିକୋଟ ଗୃହ ବିଷୟରେ ସେ କିଛି ଜାଣି ନାହାନ୍ତି। ଯଦି ଦୁର୍ନୀତି ହୋଇଥାଏ ତେବେ ଏହାର ତଦନ୍ତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri