ମଣ୍ଡପ ଦେଖାଇ ମିଶନ ଶକ୍ତି ଗୃହ ଅର୍ଥ ହରିଲୁଟ୍‌

ରଗଡି,୨୫ା୧୧(ଡି.ଏନ.ଏ.): ରାଜ୍ୟ ସରକାର ନାରୀ ସଶକ୍ତିକରଣ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ମହିଳା କିଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ବିଭିନ୍ନ ଯୋଜନାରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ହେଲେ କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ ଅନିୟମିତତା ଏହି ଯୋଜନାର ସଫଳତା ପରାହତ କରିଥିବା ଅଭିଯୋଗ ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା କୋରେଇ ବ୍ଲକ ପଛିକୋଟ ପଞ୍ଚାୟତରେ।

ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମହାସଂଘର ସଶକ୍ତିକରଣ ନିମନ୍ତେ ଏକ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। କୋରେଇ ଶିଶୁ ବିକାଶ ଅଧିକାରୀ (ସିଡିପିଓ) ପଞ୍ଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ ନିରୂପମା ଜେନା ଓ ସମ୍ପାଦିକା ରଶ୍ମିତା ଆଚାର୍ଯ୍ୟଙ୍କୁ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିବା ଏବଂ ସେଠାରେ ସଂଘର ସଭା ସମିତି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବେ ବୋଲି ୨ା୧୦ା୨୦୨୧ରେ ପତ୍ରସଂଖ୍ୟା ୮୪୮ରେ ସୂଚନା ଦେଇଥିଲେ। ଉକ୍ତ ପତ୍ର ପାଇବା ପରେ ମହିଳା ମହାସଂଘର ପ୍ରାୟ ୧୫୦ ମହିଳା ପଛିକୋଟ ସରପଞ୍ଚ ମହେନ୍ଦ୍ର ପ୍ରତାପ ସିଂହଙ୍କ ନିକଟରେ ପହଞ୍ଚି କେଉଁଠି ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଅନ୍ୟପକ୍ଷେ ପଛିକୋଟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ପେଣ୍ଡାଲକୁ ମିଶନ ଶକ୍ତି ଗୃହ ଦର୍ଶାଇ ସିଂହଭାଗ ଅର୍ଥ ହରିଲୁଟ ହୋଇଥିବା ସଂଘ କର୍ମକର୍ତ୍ତା ଜାଣିବାକୁ ପାଇଥିଲେ। କିଭଳି ସ୍ବୟଂ ସହାୟକ ଗୋଷ୍ଠୀ ଅଗୋଚରରେ ୬ଟି ପିଲରରେ ଛାତ ପଡି ମିଶନ ଶକ୍ତିର କୌଣସି ସୁବିଧା ସୁଯୋଗ ନ କରି ଗୃହ ନିର୍ମାଣ ହେଲା ବୋଲି ପ୍ରଶ୍ନ କରି ମହିଳାମାନେ ସରପଞ୍ଚଙ୍କୁ ଘେରିଥିଲେ। ଅନ୍ୟପକ୍ଷେ ପଛିକୋଟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏହି ମଣ୍ଡପ ପୂର୍ବରୁ ଠାକୁରଙ୍କ ଟଙ୍କାରେ ନିର୍ମାଣ ହୋଇଥିବାବେଳେ ମିଶନଶକ୍ତି ଗୃହ ଅର୍ଥ ହରିଲୁଟ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ତରବରିଆ ଭାବେ ସେଠାରେ ମିଶନ ଶକ୍ତି ଫଳକ ଲଗାଯାଇଥିବା ଦର୍ଶାଇ ପଞ୍ଚାୟତର ଶତାଧିକ ମହିଳା କୋରେଇ ବିଧାୟକ, ବ୍ଲକ ଉନ୍ନୟନ ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏବେ ଧରାପଡିଯିବା ଭୟରେ ଗ୍ରାମର ମଣ୍ଡପକୁ ମିଶନ ଶକ୍ତି ଗୃହ ଦର୍ଶାଉଥିବା ଚର୍ଚ୍ଚା ହେଉଛି। ପଞ୍ଚାୟତରେ କୌଣସି ମିଶନ ଶକ୍ତି ଗୃହ ନିର୍ମାଣ ହୋଇ ନ ଥିବାବେଳେ ମିଥ୍ୟା ଫଳକ ଲଗାଇ ସରକାରୀ ଅର୍ଥ ହରିଲୁଟ କରିଥିବା ମହିଳାମାନେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି, କୋରେଇ ବ୍ଲକରେ ଆବଣ୍ଟିତ ମୋଟ ୨୩ଟି ମିଶନ ଶକ୍ତି ଗୃହ ମଧ୍ୟରୁ ୫ଟି ନିର୍ମାଣ ହେବାକୁ ଅଛି। ୧୭ଟିର କାମ ସମ୍ପୂର୍ଣ୍ଣ ହୋଇ ହସ୍ତାନ୍ତର ହୋଇଛି। ତେବେ ପଛିକୋଟ ଗୃହ ବିଷୟରେ ସେ କିଛି ଜାଣି ନାହାନ୍ତି। ଯଦି ଦୁର୍ନୀତି ହୋଇଥାଏ ତେବେ ଏହାର ତଦନ୍ତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?