ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ୨୦ ଭିତରେ ସଂକ୍ରମଣ ରହୁଥିବାବେଳେ ଗୁରୁବାର ତାହା ବଢି ୪୧ରେ ପହଞ୍ଚିଛି। କେବଳ ରାଜ୍ୟରେ ନୁହେଁ, ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିବ କଥା ଚାଲିଛି। ଯେଉଁମାନଙ୍କଠାରେ ଲକ୍ଷଣ ରହିଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ କି ଭିଡ଼ କରନ୍ତୁ ନାହିଁ। ନିୟମିତ ମାକ୍ସ ପିନ୍ଧନ୍ତୁ। ଅଳ୍ପ ବଢିଲେ ବି ତାକୁ ଅଣଦେଖା ନ କରି ସତର୍କ ରହିବାକୁ ପଡିବ। ଏବେ ଟେଷ୍ଟିଂ ବଢାଇବା ପାଇଁ ଜୋର ଦିଆଯାଉଛି। ସାସ୍ଥ୍ୟ ବିଭାଗ ପକ୍ଷରୁ ଏ ଭିତରେ ଦୁଇ ତିନି ଥର ସମୀକ୍ଷା ନିଆଯିବା ସହ ଜିଲାପାଳମାନଙ୍କୁ ସଂକ୍ରମଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁନ ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ। ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯(ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍‌ ସୋମବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଥଇଥାନ...

ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି...

ରାଜଧାନୀରେ ଯୁଗ୍ମ ଅଯୁଗ୍ମ ନିୟମ: ଆଜି ଗଡ଼ିବ ଯୁଗ୍ମ ନମ୍ବର ଥିବା ଗାଡ଼ି

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପରେ କରୋନାକୁ ନେଇ କଠୋର ହୋଇଛି କମିଶନରେଟ ପୋଲିସ। ଏଥିପାଇଁ ଶୁକ୍ରବାର ଆଉଏକ ଗାଇଡଲାଇନ୍‌ ଜାରି ହୋଇଛି।...

୧୫ରେ ଅନ୍‌ଲକ୍‌ ନେଇ ଘୋଷଣା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ଶୁକ୍ରବାର ସକାଳ ୬ଟାରେ ଏହି...

ବଢ଼ୁନି ଏସ୍କାଲେଶନ ଫି’: ଅଡୁଆରେ ଠିକା ସଂସ୍ଥା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୨୦୧୩-୧୪ରେ ସଫେଇ କର୍ମଚାରୀଙ୍କ ମଜୁରି ୧୫୦ ଟଙ୍କା ଧାର୍ଯ୍ୟ କରିଥିଲା। ଇତିମଧ୍ୟରେ ୬ବର୍ଷ ବିତିଥିଲେ ମଧ୍ୟ ତାହା...

ପୁଣି ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ

ଭୁବନେଶ୍ୱର,(ବ୍ୟୁରୋ),୯ା୫: ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ କ୍ରାଇମବ୍ରାଞ୍ଚ ଖିଅ ଖୋଜିବାକୁ ଚେଷ୍ଟା ଜାରି...

୫ ଲକ୍ଷ ଛାତ୍ରୀଛାତ୍ର ଦେବେ ଦଶମ ସମେଟିଭ୍‌-୧ ପରୀକ୍ଷା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଏହି ପରୀକ୍ଷା ଚାଲିବ। ପ୍ରଥମ...

ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।...

Advertisement
Archives

Model This Week