ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍‌ଡାଉନ୍‌…

ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ ନୀତି ଏକ ବିଫଳତା ବୋଲି ପ୍ରମାଣିତ ହେଉଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୨ ହଜାର ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଚାଇନାର ଆର୍ଥିକ ରାଜଧାନୀ ସାଂଘାଇ ସମେତ ୫ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ଚାଇନାର ପ୍ରାୟ ୧୨,୦୦୦ ସରକାରୀ ହସ୍ପିଟାଲରେ ନୂଆ ଆକ୍ରାନ୍ତଙ୍କ ପାଇଁ ଆଉ ବେଡ୍‌ ନାହିଁ। କରୋନାର ପ୍ରଥମ ଲହର ସମୟରେ ଚାଇନାରେ କଡା ଲକଡାଉନ ଲାଗୁ ହୋଇଥିଲା। ଏହା ଅନ୍ତର୍ଗତ ଗୋଟିଏ ମାମଲା ଚିହ୍ନଟ ହେଲେ ସମଗ୍ର ସହରରେ ଲକ୍‌ଡାଉନ୍‌ ଘୋଷଣା କରା ଯାଇଥିଲା। ଏଭଳି ପରିସ୍ଥିତିରେ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିଥିଲା।

ଚାଇନାରେ, ୮୮ ପ୍ରତିଶତରୁ ଅଧିକ ଜନସଂଖ୍ୟାଙ୍କୁ କରୋନା ଟିକାର ଉଭୟ ଡୋଜ୍‌ ଦିଆଯାଇଛି। କିନ୍ତୁ ଏହା ସତ୍ତ୍ୱେ ଚାଇନାର କେବଳ ୫୨ ପ୍ରତିଶତ ବୃଦ୍ଧ ବ୍ୟକ୍ତି, ଅର୍ଥାତ୍‌ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଉଭୟ ଡୋଜ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

ପୁଣି ପାକିସ୍ତାନରେ ପହଞ୍ଚିଲା ଆମେରିକାର ବିମାନ, ଇସଲାମାବାଦରେ ହଲଚଲ୍

ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହାରି ଭିତରେ ଆମେରିକୀୟ ସାମରିକ ବିମାନ ପାକିସ୍ତାନରେ ପହଞ୍ଚିଛି। ଏହି…

୧୦ ଟଙ୍କା ନିଅ ଝାଲମୁଢ଼ି ଦିଅ… ଦିଦିଙ୍କ ଗଡ଼ରେ ମଜା ନେଲେ ମୋଦି

କୋଲକାତା,୧୯ା୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପ୍ରଚାର ସମୟରେ ସେ ପାରମ୍ପରିକ ବଙ୍ଗାଳୀ…

ଗାଧୋଇବାକୁ ଯାଇ ଭଞ୍ଜନଗର ଜଳଭଣ୍ଡାରରେ ବୁଡିଗଲେ ୬ ସାଙ୍ଗ, ୨ମୃତ

ଭଞ୍ଜନଗର,୧୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ…

ରିଲ୍ସ କରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସିପଡି ଯୁବକ ଗୁରୁତର

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାରମ୍ବାର ସଚେତନତା ସତ୍ତ୍ବେ ମଧ୍ୟ ସଚେତନ ହେଉନାହାନ୍ତି ଯୁବତୀ ଯୁବକ । ବେଳେ ବେଳେ ଏହି ରିଲ୍ସ ନିଶା ଜୀବନ ମଧ୍ୟ ନେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri