ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍‌ ବ୍ୟାପିବା ଆଶଙ୍କା…

ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍‌ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ୍‌ର ସଂକ୍ରମଣ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏବେ ଆମେରିକାରେ ଧଳା ରଙ୍ଗର ହରିଣମାନଙ୍କ ମଧ୍ୟରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ଏହା ଯୋଗୁ ପୁଣି କରୋନା ଭୁତାଣୁର ଏକ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେବାର ଆଶଙ୍କା ରହିଥିବା ବୈଜ୍ଞାନିକମାନେ କହିଛନ୍ତି।

ଧଳା ହରିଣଙ୍କଠାରେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଛି। ଆମେରିକାର ଆୟୋଓ୍ବାରେ ରହୁଥିବା ଧଳା ହରିଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଅଧିକ ବିପଜ୍ଜନକ। ବୈଜ୍ଞାନିକଙ୍କ ଅନୁସାରେ ପ୍ରାୟ ୩ କୋଟି ଏପରି ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ମାଧ୍ୟମରେ କରୋନା ଭୂତାଣୁୁ ମଣିଷଙ୍କ ଠାରେ ବ୍ୟାପିଥାଏ। ଏହା ଧଳା ହରିଣ ମଧ୍ୟ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୦ରେ ହରିଣମାନଙ୍କ ଶିକାର କରାଯାଇଥିଲା। ଶିକାରୀମାନଙ୍କଠାରୁ ଦଳା ହରିଣ ମୃତଦେହ ଜବତ ପରେ ସେସବୁର ପରୀକ୍ଷା କରାଯାଇଥିଲା। ଜଣାପଡ଼ିଥିଲା ପ୍ରାୟ ୬୦ ପ୍ରତିଶତ ହରିଣ ମୃତଦେହରୁ କରୋନା ଭୂତାଣୁ ମିଳିଥିଲା।

ପେନସିଲଭାନିଆ ଷ୍ଟେଟ ୟୁନିଭରସିଟିର ମାଇକ୍ରୋବିଓଲୋଜିଷ୍ଟ ତଥା ସଂକ୍ରାମକ ରୋଗ ବିଶେଷଜ୍ଞ ବିବେକ କପୁର କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ଥିଲା। ତାଙ୍କ ଦଳ ଏପର୍ଯ୍ୟନ୍ତ ୪,୦୦୦ ମୃତ ହରିଣଙ୍କ ନମୁନା ବିଶ୍ଳେଷଣ କରିଛନ୍ତି ଏବଂ ପ୍ରତ୍ୟେକ ସଂକ୍ରମିତ ପ୍ରାଣୀଙ୍କ ବାସସ୍ଥାନ ସ୍ଥିର କରିଛନ୍ତି। ସେ କହିଛନ୍ତି ଏଥିରୁ ଜଣାପଡୁଛି ଯେ କରୋନା ମହାମାରୀ ସବୁଆଡେ ବ୍ୟାପିଛି। ଏମିତି ଏକ ସମ୍ଭାବନା ଅଛି ଯେ ହରିଣ ମାଧ୍ୟମରେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ସୃଷ୍ଟି ପାଇପାରେ।
ଆମେରିକାର ରୋଗ ବିଶେଷଜ୍ଞ ଡ. କେ.ସି. ବାଟର୍ନ ବେହରଓ୍ବେଶ୍‌ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତିି ଯେ, ଏହା ବର୍ତ୍ତମାନ ଆମେରିକା ପାଇଁ ସବୁଠାରୁ ବଡ ଚିନ୍ତାର ବିଷୟ। ପଶୁମାନଙ୍କଠାରୁ ମନୁଷ୍ୟକୁ ସଂକ୍ରମଣର ଭୟ ରହିଥାଏ। କିନ୍ତୁ ଏନେଇ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ୫୦ ନିୟୁତ ପୁରସ୍କାର, ଘୋଷଣା କଲା ଏହି ଦେଶ ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୬।୫: ଇରାନୀ ଗଣମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଦ୍ୟତମ ରିପୋର୍ଟରେ ଦାବି…

ଏଣିକି ବାଇକ୍‌ କି କାର୍‌ରେ ଭରିପାରିବେନି ଫୁଲ୍‌ ଟ୍ୟାଙ୍କ୍‌ ପେଟ୍ରୋଲ! ତେଲ ସଙ୍କଟ ଭିତରେ ଆସିଲା ବଡ଼ ଖବର

ପାଟନା,୧୬।୫: ପାଟନାରେ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବଂ ସମ୍ଭାବ୍ୟ ଅଭାବ ସମ୍ପର୍କରେ ଆଲୋଚନା ମଧ୍ୟରେ, ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri