କୋର୍ଟରେ କରୋନା ସଂକ୍ରମଣ

ପାନିପଥ, ୫।୭: ହରିୟାଣାର ଗୁଡ଼ଗାଓଁ କୋର୍ଟରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କୋର୍ଟର ଜଣେ ମହିଳା ବିଚାରପତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ବିଚାରପତିଙ୍କୁ ୧୪ ଦିନ ଛୁଟି ମଞ୍ଜୁର କରାଯାଇ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ସେଶନ ଜଜ୍‌ ମହିଳା ବିଚାରପତିଙ୍କୁ ଏହି ସମୟ ମଧ୍ୟରେ କୋର୍ଟକୁ ନ ଆସିବା ଲାଗି କହିଛନ୍ତି। ମହିଳା ବିଚାରପତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୬୦ରେ ପହଞ୍ଚିଛି। ରାଜ୍ୟରେ ୩,୭୪୯ ଜଣ ଆକ୍ରାନ୍ତ ହୋମ୍‌ ଆଇସୋଲେଶନ ନିୟମର ଉଲ୍ଲଂଘନ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ହୋମ୍‌ ଆଇସୋଲେଶନରେ ଥିବା ୧୦୬୦ ଜଣ ଆକ୍ରାନ୍ତଙ୍କ ସହିତ କୌଣସି ଯୋଗାଯୋଗ କରିବା ସମ୍ଭବ ହୋଇପାରୁ ନ ଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଅର୍ଥନୀତି ଆଇସିୟୁରେ: ମନିଶ ତିଓ୍ବାରୀ

ନୂଆଦିଲ୍ଲୀ,୨୩।୮: ଦେଶର ଅର୍ଥ ବ୍ୟବସ୍ଥା ବେଳକୁ ବେଳ ବିଗିଡି ଯାଉଥିବା ବେଳେ ଏବେ ଅଟୋ ମୋବାଇଲ ଶିଳ୍ପଠାରୁ ଆରମ୍ଭ କରି ଅନେକ ଶିଳ୍ପରେ ଛଟେଇ ଅଭିଯାନ...

କରୋନା ଲଢେଇରେ ଜିତିଲେ ୧୦୬ ବର୍ଷୀୟ ବୃଦ୍ଧ, ୪ ବର୍ଷ ବୟସରେ ଦେଖିଥିଲେ ସ୍ପାନିଶ୍‌ ଫ୍ଲୁ

ନୂଆଦିଲ୍ଲୀ,୬।୭: ନିକଟରେ ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ବୃଦ୍ଧ କରୋନା ଲଢେଇରେ ଜିତିଛନ୍ତି। ୧୯୧୮ରେ ବ୍ୟାପିଥିବା ସ୍ପାନିଶ୍‌ ଫ୍ଲୁ ସମୟରେ ଉକ୍ତ ବୃଦ୍ଧ ଜଣଙ୍କୁ ମାତ୍ର...

ମନ୍ତ୍ରୀଙ୍କ ଘରେ କଙ୍କଡା ଫୋପାଡ଼ି ବିରୋଧ ପ୍ରଦର୍ଶନ କଲେ ଏନ୍‌ସିପି କର୍ମକର୍ତ୍ତା

ପୁଣେ,୯।୭: ମହାରାଷ୍ଟ୍ରର ରାଷ୍ଟ୍ରବାଦୀ କଂଗ୍ରେସ ଦଳ(ଏନ୍‌ସିପି)ର ଯୁବ କର୍ମକର୍ତ୍ତା ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜି ସାଓ୍ବନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରତ୍ନଗିରି ଜିଲାର ତିଓ୍ବାରେ...

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌...

୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା...

ଲକ୍‌ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ

ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ...

ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ...

ଦିଲ୍ଲୀରେ ୨୪ ଘଣ୍ଟାରେ ୭୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୧୫ ମୃତ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୯୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଏଠାରେ ୧୫...

Coronavirus Update


Archives

Model This Week

Why Dharitri