କରୋନା ବୃଦ୍ଧି କରିପାରେ କିଡ୍‌ନୀ ସଂକ୍ରମଣ

କୋଭିଡ୍‌-୧୯ର ଭୟାବହତା ଏବେ ମଧ୍ୟ ଦୂର ହୋଇନାହିଁ। ସାର୍‌ସ-କୋଭ୍‌-୨ ପରେ ଏବେ ଓମିକ୍ରନ୍‌ ଭ୍ୟାରିୟାଣ୍ଟ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। କୋଭିଡ୍‌କୁ ନେଇ ଏକ ନୂଆ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏହାଦ୍ୱାରା ଆକ୍ରାନ୍ତ ହେଲେ କିଡ୍‌ନୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ୟୁନିଭରସିଟି ଅଫ୍‌ ଓ୍ବାଶିଂଟନ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ ତରଫରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ସେମାନଙ୍କ ଦ୍ୱାରା ହୋଇଥିବା ଏହି ସର୍ଭେରୁ ଜଣାପଡିଛି ଯେ, କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ପ୍ରାୟ ୨୫ ପ୍ରତିଶତ ଲୋକଙ୍କର ଗୁରୁତର କିଡ୍‌ନୀ ସମସ୍ୟା ଦେଖାଦେଇଛି। ଏପରି କି କେତେକଙ୍କର କିଡ୍‌ନୀ ନଷ୍ଟ ହୋଇଛି। କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଇମ୍ୟୁନୋ ସିଷ୍ଟମ୍‌ରୁ କ୍ଷରିତ ହେଉଥିବା ଇନ୍‌ଫ୍ଲାମେଟୋରି ପ୍ରୋଟିନ୍‌ ଏବଂ ସାଟୋକାଇନିନ ଏହି ଭାଇରସ୍‌ ସଂସ୍ପର୍ଶରେ ଆସି ଶରୀରରେ ଥିବା ଟିସୁ ଏବଂ ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ କରିଦିଏ। କିଡ୍‌ନୀରେ ଥିବା ୧୧ ପ୍ରକାର ସେଲ୍‌ରୁ ଯଦି ଗୋଟିଏ ପ୍ରକାର ସେଲ୍‌ ବାହ୍ୟ ଜୀବାଣୁ ବା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୁଏ, ତେବେ ଏହା କିଡ୍‌ନୀର କାର୍ଯ୍ୟଧାରାକୁ ପ୍ରଭାବିତ କରିଥାଏ। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିର ଯଦି କିଡ୍‌ନୀ ଯଦି ଖରାପ ହୁଏ, ତେବେ ଏହା ଭଲ ହେବାର ଆଶଙ୍କା ଖୁବ୍‌ କମ୍‌ ରହିଥାଏ। ଏଥିପାଇଁ ଏପରି ସମସ୍ୟାରୁ ରକ୍ଷା କରିବା ପାଇଁ ଗବେଷଣା ଚାଲିଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସତର୍କତା ଅବଲମ୍ବନ କରିବା ସହ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ପାଇଁ ଗବେଷକମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ସକାଳୁ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ...

ଏପରି ସ୍ତ୍ରୀ ଥିଲେ ହେବେ ଭାଗ୍ୟବାନ

ସୁଖ ଶାନ୍ତିରେ ରହିବା ପାଇଁ ମଣିଷ ଅନେକ କିଛି ଆଶା କରିଥାଏ। ମାତ୍ର ଯଦି ଭଲ ଏବଂ ଖରାପର ଚିହ୍ନିବାକୁ କୌଣସି ଜ୍ଞାନ ନାହିଁ, ତେବେ...

ରଜ ପ୍ଲାନିଂ…

ଆଉ ମାତ୍ର ଦିନକର ଅପେକ୍ଷା ପରେ ଆରମ୍ଭ ହେବ ରଜ ମଉଜ। ଏଥର କୋଭିଡ୍‌ କଟକଣା ବି ଆଉ ନାହିଁ। ତେଣୁ ଜୋର୍‌ସୋରରେ ଚାଲିଛି ରଜ...

ଅତ୍ୟଧିକ ପରଫ୍ୟୁମ୍‌ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି

ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି। ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ...

ଅଜଣା ଫାଇଲେରିଆ ମହାମାରୀ

ଫାଇଲେରିଆ ରୋଗ ଗୋଟିଏ ଅଜଣା ମହାମାରୀ ରୂପ ଧାରଣ କଲାଣି । ଦେଶର ୬୫୦ ନିୟୁତ ବ୍ୟକ୍ତି ଏଥିରେ ଆକ୍ରାନ୍ତ । ୨୫୦ ଜିଲାରେ ପରିବ୍ୟାପ୍ତ...

ନୀରୋଗ ପାଇଁ ଜୀବନଧାରା

ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା),...

ହାଡ଼ ମଜଭୁତ କରେ ଛତୁ

ମଶରୁମ୍‌ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ...

ଘରେ ଅଛି ଔଷଧ

ସାରା ଦିନ କାମର ଚାପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ରୋକିବା ଲାଗି ଅନେକେ ପେନ୍‌କିଲର ସେବନ କରିଥାନ୍ତି। ହେଲେ...

Advertisement
Archives

Model This Week