୧୦ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ଭୂତାଣୁ: ଫାଇଜର-ବାୟୋଏନ୍‌ଟେକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଏବେ ଏନେଇ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ବ୍ରିଟେନ୍‌ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଫାଇଜର-ବାୟୋଏନ୍‌ଟେକ ଦ୍ୱାରା ପ୍ରସ୍ତୁତ ଟିକାଦାନ ଜାରି ରହିଛି। ତେବେ ଆମେରିକାର ଫାଇଜର କମ୍ପାନୀ ସହିତ ମିଳିତ ଭାବେ କାର୍ଯ୍ୟ କରୁଥିବା ଜର୍ମାନୀର ବାୟୋଏନ୍‌ଟେକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ଶାହିନ୍‌ କହିଛନ୍ତି ଯେ, ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଆମ ସହିତ କରୋନା ଭୂତାଣୁ ରହିବ। ତେଣୁ ନିକଟ ଭବିଷ୍ୟତରେ କରୋନାର ବଡ଼ ଧରଣର ସଂକ୍ରମଣ ପୁଣି ହେବାର ଆଶଙ୍କା ରହିଛି। ଏହି ଭୂତାଣୁ ଲୋପ ପାଇବାକୁ ଦୀର୍ଘଦିନ ଲାଗିବ ବୋଲି ସେ କହିଛନ୍ତି। ଏହାପରେ ପୃଥିବୀ ସ୍ବାଭାବିକ ହେବାର ସମ୍ଭାବନା ରହିଛି। ପୃଥିବୀର ୬୦ରୁ ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଗଲେ ପୁଣିଥରେ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଉପରମୁହାଁ ସଂକ୍ରମଣ; ପିଲାଙ୍କ ପାଇଁ ବଢୁଛି ଚିନ୍ତା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ଶୁକ୍ରବାର ରାଜ୍ୟରେ ୪୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ...

କିଭ୍‌ କୋର୍ଟରେ ରୁଷୀୟ ଯୁଦ୍ଧ ଅପରାଧୀ

କିଭ୍‌/ମସ୍କୋ,୧୪।୫: ୟୁକ୍ରେନ୍‌ ରାଜଧାନୀ କିଭ୍‌ସ୍ଥିତ ଏକ କୋର୍ଟରେ ଶୁକ୍ରବାର ରୁଷୀୟ ସୈନ୍ୟ ଭାଡିମ୍‌ ଶିଶିମାରିନ୍‌ଙ୍କ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ୨୧...

ଇମ୍ରାନ୍‌ଙ୍କ ଅଫିସ ଉପରେ ଆଇଇଏସ୍‌ସିଓର ୪୧ ଲକ୍ଷ ବାକି:ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଧମକ

ଇସ୍‌ଲାମାବାଦ,୩୦-୮(ପି.ଟି.):ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉପରେ...

ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ବଢିଲା ନେତନ୍ୟାହୁଙ୍କ ସମସ୍ୟା, ଭାଙ୍ଗିଲା ଇସ୍ରାଏଲ ସାଂସଦ

ଜେରୁଜେଲମ,୩ ।୧୨: ଇସ୍ରାଏଲରେ ଭ୍ରଷ୍ଟାଚାର ଅଭିଯୋଗର ସାମ୍ନା କରୁଥିବା ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ସମସ୍ୟା ଆହୁରି ବଢିଯାଇଛି । ବୁଧବାର ଇସ୍ରାଏଲ ସାଂସସ ସଂସଦ ଭାଙ୍ଗିବା...

ହସ୍ପିଟାଲରେ ମିଳୁନି ବେଡ୍‌: ଘରେ ମରୁଛନ୍ତି ଲୋକେ…

ବେଙ୍ଗାଲୁରୁ,୧୬।୫: କରୋନାରେ ମହାମାରୀ ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳୁନି। ଏପରିସ୍ଥଳେ ଲୋକେ ଘରେ...

ଓମିକ୍ରନ୍‌ ଅଣାୟତ୍ତ ମୁହାଁ, ୨୩ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୨୫ ଛୁଇଁଲା…

ନୂଆଦିଲ୍ଲୀ, ୨।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ...

Advertisement
Archives

Model This Week